ETV Bharat / bharat

ଆମେରିକାରେ କୋରୋନା ଝଡ, 24 ଘଣ୍ଟାରେ ଗଲା 1435 ମୁଣ୍ଡ

ଗତ 24 ଘଣ୍ଟାରେ ଆମେରିକାରେ 1435ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

author img

By

Published : May 3, 2020, 8:23 AM IST

_corona
ଆମେରିକାରେ ଗୋଟିଏ ଦିନରେ କୋରୋନା ନେଲା 1435 ମୁଣ୍ଡ

ୱାଂସିଟନ: ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି କୋରୋନା ଭାଇରସ । ଏହା ମଧ୍ୟରେ କୋରୋନା ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଛି । ପ୍ରତିଦିନ ଆମେରିକାରେ କୋରୋନା କାରଣରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି । ଏହି କ୍ରମରେ ଗତ 24 ଘଣ୍ଟାରେ ଆମେରିକାରେ 1435ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 67 ହଜାର ଟପିଛି । ଏହାଛଡା ବର୍ତ୍ତମାନ ଆମେରିକାରେ 1 କୋଟିରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତ ମଧ୍ୟରୁ 9 ଲକ୍ଷରୁ ଉର୍ଦ୍ଧ୍ବ ସକ୍ରିମ ମାମଲା ରହିଛି ।

ସେହିପରି ୟୁରୋପର ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ଭଳି ଦେଶ ମଧ୍ୟ କୋରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ଦେଶ ମାନଙ୍କରେ କୋରୋନା କାରଣରୁ ପ୍ରତ୍ୟେକ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବର 120 ଦେଶରେ କୋରୋନା ନିଜ କାୟା ବିସ୍ତାର କରିଛି । କୋରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବର 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.