ଚଣ୍ଡିଗଡ: ପଞ୍ଜାବରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ମୋହାଲିରେ 50ରେ ପହଞ୍ଚିଛି କୋଭିଡ-19 ମାମଲା । କେବଳ ଜବାହରପୁର ଗ୍ରାମରେ ସର୍ବାଧିକ 34ଟି ମାମଲା ସାମ୍ନାକୁ ଆସିଛି । ଏହି ଭାଇରସରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 5 ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ଦେଇଛନ୍ତି ମୋହାଲି ଡେପୁଟି କମିଶନର ଗିରିଶ ଦୟାଲାନ।
![COVID19](https://etvbharatimages.akamaized.net/etvbharat/prod-images/6745599_581_6745599_1586591158538.png)
ତେବେ ରାଜ୍ୟରେ ଲକଡାଉନ ଜାରି ରହିଥିବାବେଳେ, ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ 151ରେ ପହଞ୍ଚିଛି । ସେହିପରି 20 ଜଣ ସୁସ୍ଥ ହୋଇଥିବାବେଳେ 2 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସରକାର ଲୋକଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ସଚେତନ କରିଛନ୍ତି ।