ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କୋରୋନା ଟିକା । ଅଗ୍ରଣୀ ଔଷଧ ନିର୍ମାତା କମ୍ପାନୀ ଫାଇଜର ଓ ବାୟୋଟିକ ଦ୍ବାରା ବିକଶିତ କୋରୋନା ବର୍ଷ ଶେଷ ଆଡକୁ ବଜାରକୁ ଆସିବାର ସମ୍ଭାବନା ରହିଛି । ସବୁ ପରୀକ୍ଷଣ ଯଦି ଠିକ୍ଠାକ ରହେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ଆରମ୍ଭରୁ ଆସିପାରେ ଟିକା ।
ଗତ ସପ୍ତାହରେ ଫାଇଜର ଓ ବାୟୋଟେକ ବିବୃତ୍ତିରେ କହିଥିଲେ କି, ପରୀକ୍ଷଣରୁ ପାଖାପାଖି 90 ପ୍ରତିଶତ ଲୋକଙ୍କ ଦେହରେ ଏହା ଫଳପ୍ରଦ ହେଉଛି । ପାଖାପାଖି 43 ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ପରୀକ୍ଷଣରେ ସାମିଲ ହୋଇଥିଲେ । ତେବେ ଆସନ୍ତା ଏପ୍ରିଲ ସୁଦ୍ଧାର ବିଶ୍ବର 30 କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ଅଛି ବୋଲି କହିଛନ୍ତି ବାୟୋଟେକର ସହ ସଂସ୍ଥାପକ ପ୍ରଫେସର ଉଗୁର ସାହିନ ।
ଏହାସହ ସଂକ୍ରମଣ ରୋକିବାରେ ଏହି ଟିକା ଆଶାର କିରଣ ଦେଖାଇବ ବୋଲି ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ଶୀତ ଋତୁ ଚାଲିଥିବାରୁ ହୁଏତଃ ଟିକାର ପ୍ରଭାବ ଏତେଟା ପଡିନପାରେ । ସାରା ବିଶ୍ବରେ କୋରୋନା କହର ଜାରି ରହିଛି । କୋଟି କୋଟି ଲୋକ କୋରୋନା କବଳରେ ଫସି ସାରିଲେଣି । ଆଉ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି କିଲର ଭାଇରସ ।