ETV Bharat / bharat

କୋଭିଡ୍‌ ପୃଥକୀକରଣ ବ୍ୟବସ୍ଥା ହେଉଛି ଏ ସମୟର ଆହ୍ବାନ - OVID QUARANTINE FACILITIES

କୋରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଏଣୁ ଯେଉଁମାନେ କରୋନା ଲକ୍ଷଣରେ ଆକ୍ରାନ୍ତ ସେମାନେ ଆତ୍ମ ପୃଥକୀକରଣ ବ୍ୟବସ୍ଥାକୁ ସ୍ଵତଃ ଗ୍ରହଣ କରିବା ଦରକାର। ଏହାକୁ ଉଲ୍ଲଙ୍ଘନ କରିବା ଅନୁଚିତ । ତେବେ କଣ ଏହି ପୃଥକୀକରଣ, ପଢନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ଆଲେଖ୍ୟ ।

କୋଭିଡ୍‌ ପୃଥକୀକରଣ ବ୍ୟବସ୍ଥା ହେଉଛି ଏ ସମୟର ଆହ୍ବାନ

author img

By

Published : Mar 21, 2020, 2:53 PM IST

Updated : Mar 21, 2020, 3:33 PM IST

ଏବେ ଭାରତରେ କୋଭିଡ୍‌-୧୯ ବା କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାର ହୋଇଛି । ବିଳମ୍ବିତ ଶୁକ୍ରବାର ସୁଦ୍ଧା ଏହି ସଂଖ୍ୟା ୨୦୬ ଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି। ଏହି ସଂକ୍ରମଣରେ ୫ ଜଣଙ୍କ ପ୍ରାଣ ଯାଇଛି। ସଦ୍ୟତମ ଭାବେ ଜଣେ ଇଟାଲୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଜୟପୁରରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ତାଙ୍କର ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା କିନ୍ତୁ ପରେ ସେ ହଠାତ୍‌ ମୃତ୍ୟୁର ଶିକାର ହୋଇଥିଲେ। ରିପୋର୍ଟ ଲେଖାହେବା ଯାଏ ମିଳିଥିବା ତଥ୍ୟ ଅନୁସାରେ ସମଗ୍ର ବିଶ୍ଵରେ ବିଳମ୍ବିତ ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦ ହଜାରରେ ପହଞ୍ଚିଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ସଂଖ୍ୟା ଟପିଛି। ପୁଣି ଘଣ୍ଟାକୁ ଘଣ୍ଟା ଏହି ସଂଖ୍ୟା ବଢ଼ୁଛି। ଅର୍ଥାତ୍‌ ଏହା ଏକ ସଙ୍ଗୀନ ମୁହୁର୍ତ୍ତ । ବିଶ୍ଵସ୍ତରରେ ଦେଖିଲେ ଭାରତର ଜନସଂଖ୍ୟା ତୁଳନାରେ ଏଯାଏ କମ୍‌ ସଂକ୍ରମଣ ଏବଂ କମ୍‌ ମୃତ୍ୟୁ ହୋଇଛି। କିନ୍ତୁ ଏହାକୁ ଅନ୍ୟ ଦେଶ ସହ ତୁଳନା କରି ଆମେ ଖୁସି ବା ସନ୍ତୋଷ ଲାଭ କରିବା ଏବଂ ଦାୟିତ୍ଵହୀନ ହେବା ଉଚିତ ନୁହେଁ। ଏଯାଏ ଆମେ ଷ୍ଟେଜ୍‌-୨ ସଂକ୍ରମଣରେ ରହିଛୁ। ଯଦିବା ଆଗକୁ ଆମେ ଷ୍ଟେଜ୍‌-୩କୁ ଗତି କରୁ ବା ସ୍ଥାନୀୟ ଲୋକଙ୍କୁ ସଂକ୍ରମଣ ହୁଏ ତବେ ପରିସ୍ଥିତି ଏକ ବିପର୍ଯ୍ୟୟ ହେବା ଆଶଙ୍କା ରହିଛି। ଆମେ ତାହାକୁ ଜନସ୍ଵାସ୍ଥ୍ୟରେ ସୁନାମୀ ବୋଲି କହିପାରିବା । ଏଣୁ ଯେଉଁମାନେ କରୋନା ଲକ୍ଷଣରେ ଆକ୍ରାନ୍ତ ସେମାନେ ଆତ୍ମ ପୃଥକୀକରଣ ବ୍ୟବସ୍ଥାକୁ ସ୍ଵତଃ ଗ୍ରହଣ କରିବା ଦରକାର। ଏହାକୁ ଉଲ୍ଲଙ୍ଘନ କରିବା ଅନୁଚିତ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ ୧୯ ତାରିଖର ଦେଶବାସୀଙ୍କୁ ଉଦ୍‌ବୋଧନ ଅନେକ ଗୁରୁତ୍ଵ ବହନ କରୁଛି। ସେ ଦେଶରେ ଗୋଷ୍ଠୀ ସମୁଦାୟଙ୍କୁ ଭୁତାଣୁ ସଂକ୍ରମଣରୁ ରୋକିବା ଲାଗି ଆତ୍ମ ସଂଜମ ରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଏହାଛଡ଼ା ସର୍ବସାଧାରଣ ସ୍ଥାନକୁ ପରିତ୍ୟାଗ କରିବା ଲାଗି ଆହ୍ବାନ ଦେଇଛନ୍ତି।

ସାମ୍ପ୍ରତିକ ପରିସ୍ଥିତିରେ ଭାରତରେ ଅନେକ ନୂଆ ନୂଆ ପୃଥକୀକରଣ କେନ୍ଦ୍ର ଖୋଲାଯାଉଛି। ସବୁଠାରୁ ଗୁରୁତ୍ଵପୂଣ୍ଣ ହେଉଛି ଭାରତର ସେନା ଏ ଦିଗରେ ଯଥେଷ୍ଟ ଗୁରୁତ୍ଵପୂଣ୍ଣ ଭୂମିକା ଗ୍ରହଣ କରୁଛି। ଏ ଦିଗରେ ସଦ୍ୟତମ କେନ୍ଦ୍ର ହେଉଛି ବିଶାଖାପାଟଣା। ଏଠାରେ ସେନାବାହିନୀର ଇଷ୍ଟଣ୍ଣ ନାଭାଲ୍‌ କମାଣ୍ଡ ଦ୍ଵାରା ଏକ ପୃଥକୀକରଣ କେନ୍ଦ୍ର ଖୋଲା ଯାଇଛି। ଏହା ବିଶେଷକରି ଜାତୀୟ ଭାବନାକୁ ଅଧିକ ପ୍ରୋତ୍ସାହିତ କରୁଛି। ପୂର୍ବରୁ ଭାରତୀୟ ‘ଫୌଜ’ ଦ୍ଵାରା ଆହୁରି ୪ଟି ପୃଥକୀକରଣ କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକଭିତରୁ ରାଜସ୍ଥାନର ଜୈଶଲମାର, ହରିୟାଣାର ମାନେସରଠାରେ ଥିବା କେନ୍ଦ୍ର ଦୁଇଟି ସ୍ଥଳବାହିନୀ ଦ୍ଵାରା ପରିଚାଳିତ ହେଉଥିବାବେଳେ ମୁମ୍ବାଇ ପୃଥକୀକରଣ କେନ୍ଦ୍ରଟି ନୌବାହିନୀ ଏବଂ ହିନ୍ଦୋନ୍‌ କେନ୍ଦ୍ରଟି ଆକାଶବାହିନୀ ଦ୍ଵାରା ପରିଚାଳିତ ହେଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ଦିଗରେ ଅଧିକ ତତ୍ପର ହୋଇଛନ୍ତି। ଆଗକୁ ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଅଧିକ ସଂଖ୍ୟକ ପୃଥକୀକରଣ କେନ୍ଦ୍ର ଆବଶ୍ୟକକୁ ଅନୁମାନ କରି ମନ୍ତ୍ରଣାଳୟ ପକ୍ଷରୁ ଅଧିକରୁ ଅଧିକ ପୃଥକୀକରଣ କେନ୍ଦ୍ର ଖୋଲାଯାଉଛି।

ଆସନ୍ତା ୪୮ରୁ ୭୨ ଘଣ୍ଟା ଭିତରେ ଦେଶର ବିଭିନ୍ନ ସ୍ଥାନରେ ନୂଆ ନୂଆ କେନ୍ଦ୍ର ଖୋଲିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ସ୍ଥଳ ସେନା ଦ୍ଵାରା ଯୋଧପୁର, କୋଲକାତା, ଚେନ୍ନାଇଠାରେ ନୂଆ କେନ୍ଦ୍ର ପରିଚାଳନା କରାଯାଉଥିବାବଳେ ବା୍ରୁସେନା ଦ୍ଵାରା ଦୁଣ୍ଡିଗାଲଥ୍‌ଳ ବେଙ୍ଗାଳୁରୁ, କାନ୍‌ପୁର, ଜୋରହାଟ, ଗୋରଖପୁର ଏବଂ ନୌବାହିନୀ ଦ୍ଵାରା କେଚିଠାରେ ଏକ ପୃଥକୀକରଣ କେନ୍ଦ୍ର ଖୋଲାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେନା ପକ୍ଷରୁ ଏହି କେନ୍ଦ୍ରଗୁଡ଼ିକ ନିର୍ମାଣ ପାଇଁ ଏମିତି ସ୍ଥାନ ଚୟନ କରାଯାଉଛି ଯେଉଁଠାରେ ପର୍ଯ୍ୟାପ୍ତ ଜାଗା ଥିବ ଏବଂ ସେନା ବାହିନୀର ସୁଯୋଗ ଉପଲବ୍ଧ ଥିବ। ପୁଣି ସେଠାରେ ବିଶ୍ଵସ୍ଵାସ୍ଥ୍ୟ ସଙ୍ଗଠନଙ୍କ ନିୟମାବଳୀ ଅନୁସାରେ ପୃଥକୀକରଣ କେନ୍ଦ୍ର ଖୋଲିବା ଲାଗି ଉପଯୁକ୍ତ ବାତାବରଣ ଥିବ। ଅତିରିକ୍ତ ଭାବେ ସ୍ଥଳସେନା, ବାୟୁସେନା ବା ନୌ ବାହିନୀର ଡାକ୍ତରଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଆବଶ୍ୟକ ତାଲିମ ଏ ଦିଗରେ ପ୍ରଦାନ କରାଯାଉଛି। ଫଳରେ ସେମାନେ ପରିସ୍ଥିତିକୁ ଉଚିତ ଭାବେ ନିୟନ୍ତ୍ରଣ କରିପାରିବେ। ଏତେ ସଂଖ୍ୟାରେ ବେସାମରିକ ଲୋକଙ୍କୁ ସାମରିକ ବାହିନୀ ଦ୍ଵାରା ଅଲଗା ରଖିବା ତଥା ପୃଥକୀକରଣ କରାଯିବା ଏକ ଅତ୍ୟନ୍ତ ଜଟିଳ ଆହ୍ବାନ। ଆଗରୁ କେବେ ଏହିପରି ଏକ ଆହ୍ବାନକୁ ସେନା ମୁକାବିଲା କରିନାହିଁ। କିନ୍ତୁ ଏହି ଆହ୍ବାନକୁ ମୁକାବିଲା କରିବା ଲାଗି ପ୍ରସ୍ତୁତିପଥରେ ଲାଗିଛି। ଅପରପକ୍ଷେ କିଛି ଲୋକ ଯେଉଁମାନେ କରୋନା ଭୁତାଣୁ ଦ୍ଵାରା ଆକ୍ରାନ୍ତ ସେମାନେ ହସ୍‌ପିଟାଲ୍‌ରୁ ପଳାଇଯିବା ତଥା ଧାର୍ଯ୍ୟ ପ୍ରୋଟେକଲ୍‌କୁ ଉଲ୍ଲଙ୍ଘନ କରିବା ନଜରକୁ ଆସିଛି। ଆଉ କିଛି କ୍ଷେତ୍ରରେ କିଛି ଲୋକେ ପୃଥକୀକରଣ ହେବାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଏହିସବୁ କ୍ଷେତ୍ରରେ ସ୍ଥାନୀୟ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ୁଛି।

ଏଭଳି ଏକ ଜଟିଳ ପରିସ୍ଥିତିରେ ଯଦି ଭାରତରେ ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ ଏବଂ ତାହା ସ୍ଥାନୀୟ ଜନମାନସକୁ ଆକ୍ରାନ୍ତ କରିବାରେ ସକ୍ଷମ ହେଉଛି ବା ଭାରତ ସଂକ୍ରମଣର ତୃତୀୟ ପର୍ଯ୍ୟାୟରେ ପାଦ ଦେଉଛି ତେବେ ପରିସ୍ଥିତି ଭୟାନକ ହେବା ଅବଶ୍ୟମ୍ଭବୀ। ଉଦାହରଣ ଭାବେ ଇଟାଲୀ, ସ୍ପେନ୍‌, ଇରାନ୍‌ ଭଳି ଦେଶକୁ ଗ୍ରହଣ କରାଯାଇପାରେ। କିନ୍ତୁ ଭାରତ ଯେଉଁ ବିଶାଳ ଜନସଂଖ୍ୟାକୁ ଧାରଣ କରୁଛି ସେହି ତୁଳନାରେ ପରୀକ୍ଷା ନିରୀକ୍ଷା କରିବା ଯନ୍ତ୍ର ଏବଂ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସମ୍ଭବ ନୁହେଁ। ଉଭୟ ସାମରିକ ଏବ ବେସାମରିକ ଲୋକେ ଏଥିରେ ପ୍ରଭାବିତ ହେବା ଆଶଙ୍କା ରହିଛି।

ଏଣୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗ୍‌ ତଥା ନିବେଦନକୁ ଲକ୍ଷ୍ୟ କରି ସମାଜର ସବୁସ୍ତର ନିଜ ନିଜ ସ୍ତରରେ ଜରୁରୀ ସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ହେବା ଦରକାର। ରାଜ୍ୟ ସରକାର, ଜିଲ୍ଲା, ତାଲୁକ ପ୍ରଶାସନ ସମେତ ଗାଁ, ସାହି, କର୍ପୋରେଟ୍‌ ହାଉସ୍‌, ବିଶ୍ଵବିଦ୍ୟାଳୟ, କଲେଜ, ସ୍କୁଲ୍‌ ସବୁ ସ୍ତରରେ ଏଥିନେଇ ପ୍ରସ୍ତୁତି ହେବା ଆବଶ୍ୟକ। କାରଣ ଅତି କମ୍‌ ସମୟ ବ୍ୟବଧାନରେ ଆମ ଲାଗି ଅଧିକ ପୃଥକୀକରଣ ବ୍ୟବସ୍ଥା ଆବଶ୍ୟକ ପଡ଼ିପାରେ। ଏହି ସମୟରେ କେଉଁଠି ଲୋକଙ୍କୁ ପୃଥକୀକୃତ କରାଯିବ ସେଥିଲାଗି ସ୍ଥାନ ଚିହ୍ନଟ ହେବା ଦରକାର। ଏହା ହୋଟେଲ୍‌ ହୋଇପାରେ, ହଷ୍ଟେଲ ବା ସ୍କୁଲ୍‌ ହୋଇପାରେ। ଏହସବୁ ସ୍ଥାନରେ ଯେମିତି ଏହାର ଧାରଣ କ୍ଷମତାଠାରୁ ଅଧିକ ସଂଖ୍ୟାରେ ରୋଗୀଙ୍କୁ ପୃଥକ କରି ରଖି ହେବ ସେହି ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ ହେବ। ପରିସ୍ଥିତି ଅନୁସାରେ ତାହା ହଜାର ହଜାର ସଂଖ୍ୟା ବି ହୋଇପାରେ। ସେନା ବାହିନୀ ଦ୍ଵାରା ନିର୍ମିତ ଏହିସବୁ ପୃଥକୀକରଣ ବ୍ୟବସ୍ଥା ( ଏମ୍‌କ୍ୟୁଏଫ୍‌) ପରବର୍ତ୍ତୀ ସମୟରେ ତିଆରି ହେବାକୁ ଥିବା ଅନ୍ୟ ବ୍ୟବସ୍ଥା ପାଇଁ ଏକ ମାନକ କାର୍ଯ୍ୟକାରୀ ନିୟମାବଳୀ ପ୍ରସ୍ତୁତ କରିବ। ଏଠାକୁ ଆସୁଥିବା ରୋଗୀଙ୍କର ଆବଶ୍ୟକ ତଦାରଖ, ଚିକିତ୍ସା, ଖାଦ୍ୟ, ଗାଧେଇେବା ଏବଂ ପିନ୍ଧିବା ଲାଗି ବ୍ୟବସ୍ଥା ହେବା ଆବଶ୍ୟକ। ପୁଣି ଖାଲି ସେତିକି ନୁହେଁ ସେମାନଙ୍କୁ ୧୪ ଦିନର ଲମ୍ବା ସମୟ ଏକୁଟିକଆ କାଟିବାକୁ ଅଛି। ଏଣୁ ସେମାନଙ୍କ ଭିତରୁ ଅନେକ ୱାଇଫାଇ ସୁବିଧା ପାଇଁ ବି ଆଗ୍ରହ ପ୍ରକାଶ କରିବେ। ପୁଣି ଏ ବ୍ୟବସ୍ଥାରେହେଉଥିବା ପରୀକ୍ଷଣ ପରେ ଯେଉଁମାନେ ନେଗେଟିଭ୍‌ ପ୍ରମାଣିତ ହେଉଛନ୍ତି ସେମାନଙ୍କର ଠିକଣା ପ୍ରସ୍ଥାନ ହେବା ଆବଶ୍ୟକ। ଯେଉଁମାନେ କୋଭିଡ୍‌୧୯ ଭୁତାଣୁ ଦ୍ଵାରା ସଂକ୍ରମିତ ସେମାନଙ୍କୁ ଆବଶ୍ୟକ ଚିକତ୍ସା ଲାଗି ମେଡିକାଲ୍ ଅନୁଷ୍ଠାନକୁ ପଠାଇବା ଜରୁରୀ, ଯାହାଦ୍ଵାରା ସେମାନେ ସେଠାରେ ଚିକିତ୍ସିତ ହୋଇପାରିବେ ।

ଆଗକୁ ଆଶଙ୍କା କରାଯାଉଥିବା ପରିସ୍ଥିତିରେ ଆକସ୍ମିକ ଭାବେ ସମ୍ବଳର ଅବାଶ୍ୟକତା ପଡ଼ିପାରେ। ଏଡା ଉଭୟ ସାମଗ୍ରୀ ଏବଂ ମାନବସମ୍ବଳ ଆବଶ୍ୟକତା ହୋଇପାରେ। ଯେଉଁଠାରେ ମେଡିକାଲ୍‌ ଷ୍ଟାଫ୍‌ ଏବଂ ଡାକ୍ତରମାନେ ଏମିତି ଚାପ ଭିତରେ ରହିଛନ୍ତି ସେମାନଙ୍କୁ ପୁଣି ଚାପଗ୍ରସ୍ତ ହୋଇ କାମ କରିବାକୁ ହେବ। ଏଥିଲାଗି ସ୍ଵେଚ୍ଛାସେବୀଙ୍କ ଆବଶ୍ୟକ ମଧ୍ୟ ଯଥେଷ୍ଟ ରହିଛି। ଏହି ସ୍ଵେଚ୍ଛାସେବୀଙ୍କ ଗୁରୁତ୍ଵକୁ ଅନୁଭବ କରି ସେମାନଙ୍କୁ ‘କ୍ଵାରେଣ୍ଟାଇନ୍‌ ସେପାସ୍‌’ ବୋଲି ନାମିତ କରିବାକୁ ହେବ। ସେମାନଙ୍କୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସାମରିକ ବାହିନୀ ଦ୍ଵାରା ନିର୍ଦ୍ଧାରିତ ମାନକ କାର୍ଯ୍ୟାବଳୀକୁ ଅନୁସରଣ କରିବାକୁ ହେବ। ସେଥିଲାଗି ସେମାନଙ୍କୁ ତାଲିମ ଦିଆଯିବା ଆବଶ୍ୟକ। ଏହିକ୍ରମରେ ଦଳୀୟ ନେତୃତ୍ଵ ସ୍ଥିର କରି ସେମାନଙ୍କ ଲାଗି ଡମି ଡ୍ରିଲ୍‌ ବ୍ୟବସ୍ଥା କରିବାକୁ ହେବ। ଏହାଦ୍ଵାରା ପ୍ରତିଟି କ୍ଷେତ୍ରରେ ସେମାନେ କ’ଣ କରିବରକୁ ହେବ ତାହା ଜାଣିପାରିବେ। ଯେତେବଳେ ଉପଲବ୍ଧ ସୁବିଧାଠାରୁ ଅଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହେବ ସେଠାରେ ଅଳ୍ପ କିଛି ସମୟ ବ୍ୟବଧାନରେ ଅଧିକ ସଂଖ୍ୟାରେ ବ୍ୟବସ୍ଥା ସୃଷ୍ଟି କରିବାକୁ ହେବ ।

ରାଜ୍ୟ ସରକାର ଏବଂ ଚିଲ୍ଲା ସ୍ତରର ଅଧିକାରୀମାନେ ଏ ଦିଗରେ ତତ୍ପର ହୋଇ ପର୍ଯ୍ୟାପ୍ତ ସ୍ଵେଚ୍ଛାସେବୀଙ୍କୁ ଚିହ୍ନଟ କରିବା ଦରକାର। ଏ ଦିଗରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସହା୍ରତା ମଧ୍ୟ ନିଆଯାଇପାରେ। ଯେଉଁମାନଙ୍କର ସେବଚ୍ଛାସେବୀ ନିଯୁକ୍ତି, ସ୍ଵେଚ୍ଛାସେବୀଙ୍କ ମନୋବଳ ବୃଦ୍ଧି ଏବଂ ସେମାନଙ୍କୁ ଆବଶ୍ୟକ ତାଲିମ ଦେବାର ଶକ୍ତି ଓ ଦକ୍ଷତା ରହିଛି ସେମାନଙ୍କୁ ଚିହ୍ନଟ କରି ସ୍ଵଳ୍ପ କାଳୀନ ନୋଟିସ୍‌ ବଳରେ ଯେମିତି ଉପଲବ୍ଧ ହୋଇପାରିବେ ସେଥିଲାଗି ପ୍ରସ୍ତୁତ ହେବା ଦରାକର। ଏ କ୍ଷେତ୍ରରେ ସୋଶାଲ୍‌ ମିଡିଆର ମଧ୍ୟ ଗୁରୁତ୍ଵପୂଣ୍ଣ ଭୂମିକା ରହିଛି। ଆମକୁ ତାହା ଚିହ୍ନଟ କରି ସେଗୁଡ଼ିକୁ ଉପଯୋଗ କରିବା ଦରକାର। ଏହା ଆମ ଶକ୍ତିକୁ ପ୍ରାୟ ଦ୍ଵିଗୁଣିତ କରିବା କ୍ଷମତା ରଖିଛି। ଆମେ ସୋଶାଲ୍‌ ମିଡିଆକୁ ବ୍ୟବାହର କରି ଲୋକଙ୍କଠାରୁ ଦାନ ଆହ୍ବାନ କରିପାରିବା। ପୁଣି ମୌଳିକ ଆବଶ୍ୟକତା ଯେମିତି ଖଟ, ଟାଓ୍ବେଲ, ହସ୍‌ପିଟାଲ୍‌ ପରିଧାନ ପ୍ରଭୃତି ପାଇଁ ସୋଶାଲ୍‌ ମିଡିଆ ସଚେତନତା ଆରମ୍ଭ କରିପାରିବ।

ସବୁଠାରୁ ଗୁରୁତ୍ଵପୂଣ୍ଣ ହେଉଛି ରୋଗୀଙ୍କ ଦ୍ଵାରା ବ୍ୟବହାର କରାଯାଇଥିବା ବସ୍ତ୍ର ଏବଂ ଅନ୍ୟ ସାମଗ୍ରୀକୁ କିପରି ନିରାପଦରେ ଫୋପଡ଼ାଯାଇପାରିବ। ଏଥିରେ ଗ୍ଲୋଭ୍‌ ଲବଂ ମାସ୍କ ଅନ୍ତର୍ଭୁକ୍ତ । ଏବେ ସ୍କୁଲ୍‌ କଲେଜ୍‌ସବୁ ବନ୍ଦ ରହିଛି। ଆହୁରି ଅନେକ ଦିନ ବନ୍ଦ ହେବା ସମ୍ଭାବନା ବି ଅଛି। ଏପରି ସ୍ଥଳରେ ଶିକ୍ଷକ ଓ ଛାତ୍ରଙ୍କୁ ଜଣେ ଜଣେ ସ୍ଵେଚ୍ଛାସେବୀ ହେବା ଲାଗି ଅନୁପ୍ରାଣୀତ କରିବା ଉଚିତ। ସେମାନଙ୍କୁ ପରିସ୍ଥିତି ଅନୁସାରେ ଜଣେ ଜଣେ ସମବେଦନା ଶିରପା ଭାବେ ଗଢ଼ିବା ଲାଗି ଉଦ୍ୟମ ହେବା ଦରକାର। କାରଣ ଆଶ୍ଵାସନା ବି ରୋଗୀ ଏବଂ ସମାଜ ମନରେ ଆଶା ସଞ୍ଚରଣ କରିଥାଏ। ଆଗକୁ ଏହାର ଆବଶ୍ୟକତା ପଡ଼ିପାରେ। ଗଣମାଧ୍ୟମ, ବିଶେଷକରି ଗଣମାଧ୍ୟମରେ ପରିଚିତ ଆଙ୍କର, ସୋଶାଲ୍‌ମିଡିଆର ପ୍ରଭାବ ପିସ୍ତାର କରିପାରୁଥିବା ବ୍ୟକ୍ତି, ଶିକ୍ଷକମାନଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ଅବଦାନ ପାଇଁ ଅନୁପ୍ରାଣୀତ କରିବା ଜରୁରୀ। ଏହାଦ୍ଵାରା କରୋନା ଭୁତାଣୁର ପ୍ରଭାବ ବାସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମ ଅଧିକ ସଫଳ ହେବ। ଆମକୁ ଏହା ବୁଝିବାକୁ ହେବ ଯେ, ଭାରତ ଏବେ ଯୁଦ୍ଧ କରୁଛି। ଏ ଯୁଦ୍ଧ କରୋନା ଭୁତାଣୁ ବିରୁଦ୍ଧରେ ଏକ ଗଣ ଯୁଦ୍ଧ। ଏହାକୁ ଜିତିବା ଲାଗି ହେଲେ ପ୍ରତିଟି ନାଗରିକଙ୍କୁ ସଚେତନ ହେବାକୁ ହେବ। ସମସ୍ତଙ୍କୁ ଜଣେ ଜଣେ ପୃଥକୀକରଣ ସେରପାଭାବେ ନିଜକୁ ଗଢ଼ିବାକୁ ପଡ଼ିବ ।

ସି ଉଦୟ ଭାସ୍କର

Last Updated : Mar 21, 2020, 3:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.