ETV Bharat / bharat

କୋଭିଡ ପ୍ରଭାବ: କାଶ୍ମୀରର ଭବ୍ୟ ବିବାହ ଉପରେ ପକାଇଛି ପରଦା - Abraham musa

କାଶ୍ମୀରରେ ବାହାଘର ଉତ୍ସବ ବେଶ୍ ଭବ୍ୟ ଢଙ୍ଗରେ ପାଳନ କରାଯାଏ । ଉଭୟ ବର ଓ କନ୍ୟା ବାହାଘର ଦିନକୁ ଚାତକ ପରି ଅନାଇ ବସିଥାନ୍ତି । ବାହାଘରର ବହୁ ପୂର୍ବରୁ ଅତିଥି ତାଲିକା ପ୍ରସ୍ତୁତ ହୁଏ । ଅତିଥିମାନଙ୍କୁ ଏକ ବଡ ହଲରେ ‘ୱଜୱାନ୍‌’ ନାମକ ବହୁ ବ୍ୟଞ୍ଜନ ଭୋଜନ ତମ୍ବା ପାତ୍ରରେ ପରସା ଯାଏ । ବର ଓ କନ୍ୟା ବିଶେଷ ପୋଷାକ ପିନ୍ଧିଥାନ୍ତି । ଚଳିତ ବର୍ଷ ମହାମାରୀ ଯୋଗୁଁ ଫିକା ପଡିଛି ବିବାହ ଋତୁ । ମହାମାରୀ ପାଇଁ ଜାରି ହୋଇଥିବା ନୂଆ ଏସଓପି କାଶ୍ମୀରର ପାରମ୍ପରିକ ଭବ୍ୟ ବିବାହ ଉତ୍ସବକୁ ଅତିମାତ୍ରାରେ ନିୟନ୍ତ୍ରିତ କରିଛି । ଅଧିକ ପଢନ୍ତୁ...

କାଶ୍ମୀରର ଭବ୍ୟ ବିବାହ ଉପରେ ପକାଇଛି ପରଦା
କାଶ୍ମୀରର ଭବ୍ୟ ବିବାହ ଉପରେ ପକାଇଛି ପରଦା
author img

By

Published : Sep 23, 2020, 9:29 AM IST

ଶ୍ରୀନଗର: ମୁଦାସିର ୟାକୁବଙ୍କ ବାହାଘର ଯେବେ ଠିକ୍ ହେଲା, ସେ ଏକ ଭବ୍ୟ ବାହାଘରର ଯୋଜନା ବନାଇଥିଲେ । ଗତବର୍ଷ ଅଗଷ୍ଟ ମାସରେ ତାଙ୍କ ବାହାଘର ହେବାକୁ ଥିଲା । କିନ୍ତୁ ବିଜେପି ନେତୃତ୍ୱାଧିନ ସରକାର ଦ୍ୱାରା ଧାରା ୩୭୦ ଉଚ୍ଛେଦ ଜନିତ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତି ଯୋଗୁଁ ସେ ବାହାଘର ଏହି ବର୍ଷ ମାର୍ଚ୍ଚକୁ ଘୁଞ୍ଚାଇ ଦେଇଥିଲେ । ହେଲେ ମାର୍ଚ୍ଚରେ ଆରମ୍ଭ ହୋଇଗଲା କୋଭିଡ ମହାମାରୀ ସଙ୍କଟ । ଆଉ ତା ସହିତ ଲକ୍ ଡାଉନ । ତେଣୁ ନିଜ ବାହାଘର ପୁଣି ଘୁଞ୍ଚାଇବାକୁ ବାଧ୍ୟ ହୋଇଥିଲେ ମୁଦାସିର ୟାକୁବ ।

ମୁଦାସିର ନିରାଶ ହୋଇଥିଲେ । ସେ ନିଜ ବାହାଘର ଯେପରି ହେବା ଚାହୁଁଥିଲେ, ତାହା ହୋଇ ନ ଥିଲା । ୨୫ ବର୍ଷିୟ ବର କେବେ ବି ଭାବି ନ ଥିଲେ ଯେ, ବାହାଘର ଅତିଥି ତାଲିକା ପାଇଁ ସରକାରଙ୍କଠାରୁ ଅନୁମତି ଆଣିବାକୁ ପଡିବ ।

‘‘ଆମ ବାହାଘର ଗତବର୍ଷ ଅଗଷ୍ଟରେ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ଧାରା ୩୭୦ ଉଚ୍ଛେଦ ହେବାରୁ କାଶ୍ମୀରରେ ପରିସ୍ଥିତି ଖରାପ ହେବାରୁ ଆମେ ଆମ ବାହାଘର ଏ ବର୍ଷ ମାର୍ଚ୍ଚକୁ ଘୁଞ୍ଚାଇ ଦେଇଥିଲୁ । କିନ୍ତୁ କୋଭିଡ-୧୯ ଯୋଗୁଁ ପୁଣି ବାହାଘର ସ୍ଥଗିତ ରଖିବାକୁ ପଡିଥିଲା ।’’

କାଶ୍ମୀରରେ ବାହାଘର ଉତ୍ସବ ବେଶ୍ ଭବ୍ୟ ଢଙ୍ଗରେ ପାଳନ କରାଯାଏ । ଉଭୟ ବର ଓ କନ୍ୟା ବାହାଘର ଦିନକୁ ଚାତକ ପରି ଅନାଇ ବସିଥାନ୍ତି । ବାହାଘରର ବହୁ ପୂର୍ବରୁ ଅତିଥି ତାଲିକା ପ୍ରସ୍ତୁତ ହୁଏ । ଅତିଥିମାନଙ୍କୁ ଏକ ବଡ ହଲରେ ‘ୱଜୱାନ୍‌’ ନାମକ ବହୁ ବ୍ୟଞ୍ଜନ ଭୋଜନ ତମ୍ବା ପାତ୍ରରେ ପରସା ଯାଏ । ବର ଓ କନ୍ୟା ବିଶେଷ ପୋଷାକ ପିନ୍ଧିଥାନ୍ତି ।

କାଶ୍ମୀରରେ ବିବାହ ଋତୁ ସାଧାରଣତଃ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥାଏ । ୬ ମାସର ଶୀତ ଓ ଥଣ୍ଡା ଦିନ ପରେ ବସନ୍ତ ଋତୁରେ ଶୁଭିଥାଏ ବିବାହର ଶାହାନାଇ । ତେବେ, ଏ ବର୍ଷ ମହାମାରୀ ଯୋଗୁଁ ଫିକା ପଡିଛି ବିବାହ ଋତୁ । ମହାମାରୀ ପାଇଁ ଜାରି ହୋଇଥିବା ନୂଆ ଏସଓପି କାଶ୍ମୀରର ପାରମ୍ପରିକ ଭବ୍ୟ ବିବାହ ଉତ୍ସବକୁ ଅତିମାତ୍ରାରେ ନିୟନ୍ତ୍ରିତ କରିଛି ।

ନୂଆ ନିୟମ ଅନୁସାରେ ବିବାହ ଉତ୍ସବରେ ଅତିଥି ସଂଖ୍ୟାକୁ ସୀମିତ କରାଯାଇଛି । ଅତିଥିଙ୍କ ସଂଖ୍ୟା ୩୦ରୁ ୫୦ ମଧ୍ୟରେ ରହୁଛି । ଏହା ପୁଣି ବିଭିନ୍ନ ଜୋନ୍‌ର ଶ୍ରେଣୀ ବିଭାଗ ଉପରେ ନିର୍ଭର କରୁଛି । କଟକଣା ଉଲ୍ଲଂଘନ କଲେ ନାଗରିକଙ୍କ ବିରୋଧରେ ମହାମାରୀ ଅଧିନିୟମ ବଳରେ ମାମଲା ରୁଜୁ କରାଯାଉଛି ।

ଶ୍ରୀନଗରର ଡେପୁଟି କମିଶନର ସାହିଦ ଇକବଲ ଚୌଧୁରୀ କହିଛନ୍ତି ଯେ, ବିବାହ ଉତ୍ସବ ଆୟୋଜନ ପାଇଁ ଅନୁମତି ନେବା ଜରୁରୀ । ଏହା ସହ ସାମାଜିକ ଦୂରତା ବଜାୟ ରଖିବା ବି ବାଧ୍ୟତାମୂଳକ ।

କୋଭିଡ-୧୯ ମହାମାରୀ ଯୋଗୁଁ କାଶ୍ମୀରର ଜନଜୀବନ ବହୁଳ ଭାବେ ପ୍ରଭାବିତ ହୋଇଛି । ବ୍ୟବସାୟ ବି ପ୍ରଭାବିତ ହୋଇଛି । କାଶ୍ମୀରରେ ଏ ଯାଏଁ ୪୧ ହଜାର ୫୬୦ ଜଣ କୋରୋନା ସଂକ୍ରମିତ ହୋଇଥିବା ବେଳେ ୭୭୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

କୋରୋନା ମୁକାବିଲା ପାଇଁ ଜାରି କରାଯାଇଥିବା ଏସଓପି ଦ୍ୱାରା କାଶ୍ମୀରରେ ବିବାହ ଉତ୍ସବର ରୂପରେଖ ବଦଳିଯାଇଛି । ବିବାହ ଉତ୍ସବ ଆୟୋଜନ ତ ହେଉଛି । କିନ୍ତୁ ପରିବାର ଲୋକଙ୍କ ଗହଳି ନାହିଁ କି ଏକାଧିକ ଦିନ ଧରି ଭୋଜି ହେଉନାହିଁ । କୋଭିଡ କଟକଣାରେ ପାରମ୍ପରିକ ଚମକ ହରାଇ ବସିଛି କାଶ୍ମୀରୀ ବିବାହ ।

ମୁଦାସିର କହିଛନ୍ତି ଯେ, ଏ ବର୍ଷ ଅଗଷ୍ଟରେ ପ୍ରଶାସନଠାରୁ ଅନୁମତି ଆଣିଲା ପରେ ସେ ବିବାହ କରିଥିଲେ । କୋଭିଡ-୧୯ ସଂପର୍କିତ ଏସଓପି ପାଳନ କରି ତାଙ୍କର ବିବାହ ଉତ୍ସବ ହୋଇଥିଲା । କିନ୍ତୁ ଭିଡ ଏଡାଇବା ପାଇଁ ସଂପର୍କୀୟମାନଙ୍କୁ ସେ ନିମନ୍ତ୍ରଣ କରି ନ ଥିଲେ ବୋଲି ମୁଦାସିର କହିଛନ୍ତି ।

କାଶ୍ମୀରରେ ପାରମ୍ପରିକ ଭବ୍ୟ ବିବାହ ଉତ୍ସବ ସେହି ଅଞ୍ଚଳର ଅର୍ଥନୈତିକ ଢାଞ୍ଚାରେ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କାରଣ ବିବାହ ଉତ୍ସବ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଖର୍ଚ୍ଚ ହୋଇଥାଏ ।

ମୁଦାସିର କହନ୍ତି ଯେ, ମହାମାରୀରୁ ତାଙ୍କୁ ଅନେକ କିଛି ଶିକ୍ଷା ମିଳିଛି । ଏହି ମହାମାରୀ ଯୋଗୁଁ ହିଁ ନିରାଡମ୍ବର ବିବାହର ଫାଇଦା ମିଳିଛି । ଏହାଛଡା ଅତିଥିଙ୍କ ସମାବେଶ ନ ଥିବାରୁ ଖାଦ୍ୟର ଅପଚୟ ବି ହୋଇନାହିଁ । ଏଭଳି ସାଦାସିଧା ବିବାହ ଦ୍ୱାରା ଗୁଡାଏ ଟଙ୍କା ବି ସଞ୍ଚୟ କରିହେବ ବୋଲି ମୁଦାସିର କହନ୍ତି ।

ଲେଖକ

ଇବ୍ରାହିମ ମୁସା/ ସଜ୍ଜଦ ଭଟ୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.