ETV Bharat / bharat

ତେଲେଙ୍ଗାନାରେ ବଢି ଚାଲିଛି କୋରୋନା ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ

author img

By

Published : May 25, 2020, 11:03 PM IST

ତେଲେଙ୍ଗାନାରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଏବଂ ସୋମବାର ଆହୁରି 3 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ସୋମବାର 66 ନୂତନ କୋରୋନା ସଂକ୍ରମଣ ରିପୋର୍ଟ ରେକର୍ଡ ହୋଇଛି ।

Telangana
ତେଲେଙ୍ଗାନାରେ ବଢି ଚାଲିଛି କୋରୋନା ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ

ହାଇଦ୍ରାବାଦ: ଲକଡାଉନର ଚତୁର୍ଥ ଚରଣରେ କଟକଣା ପ୍ରାୟତଃ କୋହଳ ହେବାରେ ଲାଗିଛି । ଜନଜୀବନ ଧିରେ ଧିରେ ସ୍ବାଭାବିକ ହେବାରେ ଲାଗିଛି । ମାତ୍ର ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ଓ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନାହିଁ । ତେଲେଙ୍ଗାନାରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଏବଂ ସୋମବାର ଆହୁରି 3 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ସୋମବାର 66 ନୂତନ କୋରୋନା ସଂକ୍ରମଣ ରିପୋର୍ଟ ରେକର୍ଡ ହୋଇଛି ।

ଲଗାତାର ସପ୍ତମ ଦିନ ପାଇଁ କୋଭିଡ -19 ଯୋଗୁଁ ରାଜ୍ୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୋମବାର ତିନି ଜଣଙ୍କ ମୃତ୍ୟୁ ସହିତ ସପ୍ତାହ ମଧ୍ୟରେ କୋରୋନାରେ 22 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 56ରେ ପହଞ୍ଚିଛି ।

ସୋମବାର ପଜିଟିଭ୍ ରିପୋର୍ଟ 66 ଜଣଙ୍କ ମଧ୍ୟରୁ 18 ଜଣ ବିଦେଶ ଫେରନ୍ତା ରହିଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅନୁଯାୟୀ ରାଜ୍ୟରେ ମୋଟ ସଂକ୍ରମଣ ରିପୋର୍ଟ 1,920ରେ ପହଞ୍ଚିଛି । ପ୍ରାୟ ଦୁଇ ସପ୍ତାହ ଧରି ରାଜ୍ୟରେ ଦୈନିକ 40 ରୁ 50 ମାମଲା ଆସିଛି । ସୋମବାର ଗ୍ରେଟର ହାଇଦ୍ରାବାଦରେ ଅଧିକାଂଶ ମାମଲା 31 ରହିଛି ।

ଦେଶରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆରୋଗ୍ୟ ହାର ଥିବା ନେଇ ଦାବି ରହିଛି । ଅଧିକାରୀମାନେ କହିଛନ୍ତି ଯେ ସୋମବାର ଦିନ 72 ଜଣ ସଂକ୍ରମିତଙ୍କୁ ଡିସଚାର୍ଜ କରାଯାଇଛି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଏବେ ବି 700 ଲୋକ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.