ETV Bharat / bharat

20ଟି ରେଡ୍ ଜୋନ ଜିଲ୍ଲାର ସହାୟକ କରିବେ କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଦଳ

author img

By

Published : May 4, 2020, 10:17 PM IST

କେନ୍ଦ୍ର ସରକାର କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଦଳ ଗଠନ କରି ଦିଲ୍ଲୀ ଏବଂ କୋରୋନା ଦ୍ୱାରା ପ୍ରଭାବିତ ହୋଇଥିବା 9 ରାଜ୍ୟର 20ଟି ଜିଲ୍ଲାରେ ଭାଇରସ ରୋକିବା ପାଇଁ ପ୍ରବର୍ତ୍ତିତ ଯୋଜନା ତଥା ପଦକ୍ଷେପଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ପାଇଁ ସହାୟତା କରିବେ। ଅଧିକ ପଢ଼ନ୍ତୁ...

corona
20ଟି ରେଡ୍ ଜୋନ ଜିଲ୍ଲାର ସହାୟକ କରିବେ କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଦଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଦଳ ଗଠନ କରି ଦିଲ୍ଲୀ ଏବଂ କୋରୋନା ଦ୍ୱାରା ପ୍ରଭାବିତ ହୋଇଥିବା 9 ରାଜ୍ୟର 20 ଟି ଜିଲ୍ଲାରେ ଭାଇରସ ରୋକିବା ପାଇଁ ପ୍ରବର୍ତ୍ତିତ ଯୋଜନା ତଥା ପଦକ୍ଷେପଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ପାଇଁ ସହାୟତା କରିବେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଦଳଗୁଡ଼ିକ ମହାରାଷ୍ଟ୍ରର ମୁମ୍ବାଇ, ଥାନେ ଏବଂ ପୁନେ, ମଧ୍ୟପ୍ରଦେଶର ଭୋପାଳ ଏବଂ ଇନ୍ଦୋର, ଅହମ୍ମଦାବାଦ, ଗୁଜରାଟର ସୁରଟ ଏବଂ ବଡୋଦରା, ଦିଲ୍ଲୀର ଦକ୍ଷିଣ ପୂର୍ବ ଏବଂ ମଧ୍ୟ ଜିଲ୍ଲା, ରାଜସ୍ଥାନର ଜୟପୁର, ଜୋଧପୁର ଉତ୍ତରପ୍ରଦେଶର ଆଗ୍ରା ଏବଂ ଲକ୍ଷ୍ନୌ, ତେଲେଙ୍ଗାନାର ହାଇଦ୍ରାବାଦ, ତାମିଲନାଡୁର ଚେନ୍ନାଇ, ପଶ୍ଚିମବଙ୍ଗର କୋଲକାତା ଏବଂ ଆନ୍ଧ୍ରପ୍ରଦେଶର କୁର୍ନୁଲ, ଗୁଟୁର ଏବଂ କୃଷ୍ଣାରେ ଆଦି ଜିଲ୍ଲାରେ ସହାୟତା କରିବେ ।

ଗତ ମେ 2 ତାରିଖରେ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଏହି ଟିମରେ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏନସିଡିସି, ଏମ୍ସ,, ଜେଆଇପିଏମଇଆର ଏବଂ ଅଲ ଇଣ୍ଡିଆ ଇନଷ୍ଟିଟ୍ୟୁଟ ଅଫ୍ ହାଇଜିୱ ଆଣ୍ଡ ପବ୍ଲିକ ହେଲଥର ବିଶେଷଜ୍ଞ ସାମିଲ ହେବେ ।

ତେବେ ସେମାନେ ସମସ୍ତେ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ / ମୁଖ୍ୟ ସଚିବ / ସଚିବ (ସ୍ୱାସ୍ଥ୍ୟ) ଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ । ଜଣେ ଅଧିକାରୀ କହିଛନ୍ତି, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚୟନ କରିଥିବା ଜିଲ୍ଲାଗୁଡିକରେ କୋରୋନା ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସହାୟକ ପାଇଁ ଜନସ୍ବାସ୍ଥ୍ୟ ଟିମ ନିୟୋଜିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.