ETV Bharat / bharat

4 ବର୍ଷ ହେବ ଏହି ଗାଁରେ ଲୋକେ ମାନୁଛନ୍ତି ସାମାଜିକ ଦୁରତ୍ବ ,ଜାଣନ୍ତୁ କେଉଁଠି - ସାମାଜିକ ଦୁରତ୍ବ

ବିହାର କାଟିହର ପୁର୍ନିଆ ସୀମାରେ ଅବସ୍ଥିତ ଦେୱାଙ୍ଗଜ ମହଲଦାର ଗାଁ। ଯେଉଁଠି ଲୋକମାନେ 4 ବର୍ଷ ପୂର୍ବେ ମଧ୍ୟ ସାମାଜିର ଦୁରତ୍ବ ପାଳନ କରିଆସୁଛନ୍ତି। ଅଧିକ ଖବର ପଢନ୍ତୁ...

covid-19
4 ବର୍ଷ ହେବ ଏହି ଗାଁରେ ଲୋକେ ମାନୁଛନ୍ତି ସାମାଜିକ ଦୁରତ୍ବ ,ଜାଣନ୍ତୁ କେଉଁଠି
author img

By

Published : Apr 18, 2020, 10:28 AM IST

ପାଟନା: ଏମିତି ଏକ ଗାଁ ଯେଉଁଠି 4 ବର୍ଷ ହେବ ଲୋକେ ମାନି ଆସୁଛନ୍ତି ସାମାଜିକ ଦୁରତ୍ବର ନିୟମ। କିଏ କାହା ଘରକୁ ଯାଉନଥିଲେ। ଯଦିଓ ମୁହଁରେ ମାସ୍କ ନଥିଲା ହେଲେ ଗାମୁଛା ଓ କପଡାରେ ମୁହଁ ଦେଇ କଥା ହେବା ସହ ସମସ୍ତେ ପରସ୍ପର ଠାରୁ ଦୁରତ୍ବ ରକ୍ଷା କରୁଥିଲେ। ବର୍ତ୍ତମାନ ଲକଡାଉନ ସମଗ୍ର ଦେଶରେ ସାଧାରଣ ଜନଜୀବନଙ୍କୁ ବାନ୍ଧି ପକାଇଥିବା ବେଳେ ଏମାନେ କିନ୍ତୁ ମୁକ୍ତ। କାରଣ ଦୀର୍ଘ 4 ବର୍ଷ ପୂର୍ବେ ଏମାନେ ଏହିପରି ଏକ ମହାମାରୀ ସହ ଲଢେଇ କରି ଆରମ୍ଭ କରିଥିଲେ ସାମାଜିକ ଦୁରତ୍ବର ଶିକ୍ଷା।

ତେବେ ଏ ଘଟଣା ହେଉଛି ବିହାର କାଟିହର ପୁର୍ନିଆ ସୀମାରେ ଅବସ୍ଥିତ ଦେୱାଙ୍ଗଜ ମହଲଦାର ଗାଁର ଗ୍ରାମବାସୀଙ୍କ କଥା। ଯେଉଁଠି ଦୀର୍ଘ 4 ବର୍ଷ ପୂର୍ବେ ବସନ୍ତ ଓ କିଛି ଚର୍ମରୋଗ ବ୍ୟାପୁଥିଲା। ଗାଁରେ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ପୋକମାଛି ପରି ପ୍ରାଣ ହରାଉଥିଲେ। ଯାହାକୁ ଦୃଷ୍ଟିରେ ରଖି ଏଠାକାର ଲୋକେ ଆରମ୍ଭ କରିଥିଲେ ସାମାଜିକ ଦୁରତ୍ବ।

ଏହି ଘଟଣାଟି ବିଧାନସଭାରେ ମଧ୍ୟ ଉଠିଥିଲା। ଯାହାର ଉତ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଲୋକମାନଙ୍କୁ ସ୍ବଚ୍ଛତା ସହ ସାମାଜିକ ଦୁରତ୍ବ ରଖିବାକୁ ନିର୍ଦ୍ଦେଶ ଦେଇଥିଲା। ଗାଁ ର ମୁଖ୍ୟ ପ୍ରଦୀପ କୁମାର ସାହା କହିଛନ୍ତି: "ଆମେ ଏହି ରୋଗକୁ ପୂର୍ବରୁ ପରାସ୍ତ କରିଛୁ। ଆଜି କୋରୋନାଭାଇରସ୍ ପାଇଁ ବିଶ୍ବ ବ୍ୟାପି ସାମାଜିକ ଦୂରତା ମଧ୍ୟ ପରାମର୍ଶ ଦିଆଯାଉଛି। ହେଲେ ଆମେ ଏହାକୁ ଆଗରୁ ଅନୁସରଣ କରିଆସୁଛୁ। " ଯଦିଓ ଗାଁର ଲୋକମାନେ ଏହି ମହାମାରୀ ପରେ ସାଧାରଣ ଜୀବନ ଆରମ୍ଭ କରିଛନ୍ତି ହେଲେ ସାମାଜିକ ଦୂରତା ବଜାୟ ରଖିବାରେ ଏବେ ବି ସେମାନେ ଅଭ୍ୟସ୍ତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.