ETV Bharat / bharat

ଖୁବଶୀଘ୍ର ଦେଶରେ କୋରୋନା ଟେଷ୍ଟିଂ 1 କୋଟି ଛୁଇଁବ

author img

By

Published : Jul 2, 2020, 6:40 PM IST

ସରକାର ଗୁରୁବାର କହିଛନ୍ତି ଯେ, ଦେଶରେ କୋଭିଡ-19 ପାଇଁ ପରୀକ୍ଷା କରାଯାଉଥିବା ମୋଟ ଲୋକଙ୍କ ସଂଖ୍ୟା ଖୁବ୍ ଶୀଘ୍ର 1 କୋଟି ଛୁଇଁବାକୁ ଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି, ଯାହାକି କୋଭିଡ ପାଇଁ ଉନ୍ନତମାନର ଟେଷ୍ଟିଂ ପାଇଁ ବାଟ ଫିଟାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ ଦ୍ରୁତ ଭାବରେ ବଢିବାରେ ଲାଗିଛି । ଅନ୍ୟପଟେ ସରକାର ଗୁରୁବାର କହିଛନ୍ତି ଯେ, ଦେଶରେ କୋଭିଡ-19 ପାଇଁ ପରୀକ୍ଷା କରାଯାଉଥିବା ମୋଟ ଲୋକଙ୍କ ସଂଖ୍ୟା ଖୁବ୍ ଶୀଘ୍ର 1 କୋଟି ଛୁଇଁବାକୁ ଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି, ଯାହାକି କୋଭିଡ ପାଇଁ ଉନ୍ନତମାନର ଟେଷ୍ଟିଂ ପାଇଁ ବାଟ ଫିଟାଇଛି ।

ମନ୍ତ୍ରଣାଳୟ କହିଛି ଯେ, ଆଜି ପର୍ଯ୍ୟନ୍ତ 90 ଲକ୍ଷରୁ ଅଧିକ ପରୀକ୍ଷା ଡାଇଗ୍ନୋଷ୍ଟିକ୍ ଟେଷ୍ଟିଂ ନେଟୱାର୍କ ମାଧ୍ୟମରେ କରାଯାଇଛି । ବର୍ତ୍ତମାନ ଦେଶରେ 1065 ଲ୍ୟାବରେ କୋରୋନା ପରୀକ୍ଷଣ ଦ୍ରୁତ ଭାବରେ ଜାରି ରହିଛି । ଏହି କ୍ରମରେ ଗତକାଲି 2 ଲକ୍ଷ 29 ହଜାରରୁ ଅଧିକ ଲୋକ କୋରୋନା ଟେଷ୍ଟିଂ କରିଥିଲେ ।

ଆରଟି- ପିସିଆର ବ୍ୟତୀତ ରାପିଡ୍ ଆଣ୍ଟିଜେନ୍ ପଏଣ୍ଟ-ଅଫ୍-କେୟାର ବ୍ୟବହାର କରି କୋରୋନା ଟେଷ୍ଟିଂ ପାଇଁ ଏକ ବଡ଼ ଉପାୟର ବୃଦ୍ଧି କରିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ଅନୁରୋଧ କରିଛି । ଏହାସହ ମୋବାଇଲ୍ ଭ୍ୟାନ୍ ବ୍ୟବହାର କରି ପରୀକ୍ଷା ଶିବିର ଆୟୋଜନ କରି 'କ୍ୟାମ୍ପେନ ମୋଡ' ସୁବିଧା କରିବାକୁ କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ କହିଛନ୍ତି ।

ମନ୍ତ୍ରଣାଳୟ କହିଛି ଯେ, କେନ୍ଦ୍ର ଦ୍ବାରା ଘୋଷିତ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ କୋଭିଡ-19 ପରୀକ୍ଷା ବର୍ତ୍ତମାନ କୌ ଣସି ପଞ୍ଜୀକୃତ ସ୍ବାସ୍ଥ୍ୟାଧିକାରୀଙ୍କ ନିକଟରେ କରାଯାଇପାରିବ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୋହରାଇଛି ଯେ, ଏହି ରୋଗର ଶୀଘ୍ର ଚିହ୍ନଟ ଏବଂ ଧାରଣ ପାଇଁ ‘ଟେଷ୍ଟ-ଟ୍ରାକ୍-ଟ୍ରିଟ୍’ ହେଉଛି ପ୍ରମୁଖ ରଣନୀତି।

ଆଇସିଏମଆର ଦୃଢ ଭାବରେ ପରାମର୍ଶ ଦେଇଛି ଯେ ଆଇସିଏମଆର ଗାଇଡଲାଇନ ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା କରିବା ପାଇଁ ଲାବରୋଟୋରୀ ଗୁଡିକ ସଂକୋଚ ମୁକ୍ତ ହେବା ଉଚିତ ଏବଂ ରାଜ୍ୟ କର୍ତ୍ତୃପକ୍ଷ କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା କରିବାକୁ ବାରଣ କରିପାରିବେ ନାହିଁ ।

@AIR

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.