ETV Bharat / bharat

କୋରୋନା ପଜିଟିଭ ଚିହ୍ନଟ ପଟେ ସିଲ ହେଲା ଗ୍ରେଟେଡ ନୋଏଡାର ସୋସାଇଟି

author img

By

Published : Apr 20, 2020, 7:07 PM IST

ଗ୍ରେଟେଡ ନୋଏଡା ପ୍ରଶାସନ ଟେକ୍ନୋଜୋନ-4 କୁ ସୋମବାର ସିଲ କରାଯାଇଛିି । ଏଠାରେ ଜଣଙ୍କର କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଆସନ୍ତା ମେ 3 ଯାଏଁ ସିଲ କରାଯିବ ବୋଲି କୁହାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗ୍ରେଟେଡ ନୋଏଡାର ସୋସାଇଟି ସିଲ୍
ଗ୍ରେଟେଡ ନୋଏଡାର ସୋସାଇଟି ସିଲ୍

ନୋଏଡା: ଗ୍ରେଟେଡ ନୋଏଡା ପ୍ରଶାସନ ଟେକ୍ନୋଜୋନ-4 କୁ ସୋମବାର ସିଲ କରାଯାଇଛିି । ଏଠାରେ ଥିବା ଜଣେ ବାସିନ୍ଦାଙ୍କର କୋରୋନା ପଜିଟିଭ ରିପୋର୍ଟ ଆସିଛି । ଉପଜିଲ୍ଲାପାଳ ରାଜିବ ରାୟ ସୋମବାର ଦିଲ୍ଲୀର ଗ୍ରେଟେଡ ନୋଏଡାର ଏକ ସୋସାଇଟିକୁ ସିଲ କରିବା ପାଇଁ ଆଦେଶ ଦେଇଛନ୍ତି ।

ଏହି ଆଦେଶରେ କୁହାଯାଇଛି ଯେ ଚେରୀ କାଉଣ୍ଟିରେ ଜଣେ କୋରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ମାତ୍ରେ ମହାମାରୀ କୋଭିଡ-19 ସଂକ୍ରମଣରୁ ବଞ୍ଚିବା ପାଇଁ ଏବଂ ଏହାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସୋସାଇଟିକୁ ସିଲ କରାଯିବାର ନିଷ୍ପତ୍ତି ନିଆଯାଇଛି । ତେବେ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସାରେ ସୋମବାର ରାତିରୁ ମେ 3 ତାରିଖ ଯାଏଁ ଏହି ସ୍ଥାନ ସିଲ ରହିବ ।

ସେପଟେ ଗୌତମନଗରରେ କୋରୋନା ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କୁ ମିଶାଇ ଏପ୍ରିଲ 19 ତାରିଖରେ ମୋଟ 97 ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଏପର୍ଯ୍ୟନ୍ତ 38 ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 59 ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.