ETV Bharat / bharat

ଆଜି ଠୁ ଦିଲ୍ଲୀରେ ହେବ ସିରୋଲଜିକାଲ ସର୍ଭେ - ସିରୋଲଜିକାଲ ସର୍ଭେ

କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶନିବାର ଠାରୁ ସିରୋଲଜିକାଲ ସର୍ଭେ ଆରମ୍ଭ ହେବ।

serological
ଦିଲ୍ଲୀରେ ଆଜିଠୁ ହେବ ସିରୋଲଜିକାଲ ସର୍ଭେ
author img

By

Published : Jun 27, 2020, 12:18 PM IST

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ସିରୋଲଜିକାଲ ସର୍ଭେ । କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶନିବାର ଠାରୁ ସିରୋଲଜିକାଲ ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ମାଧ୍ୟମରେ ଦିଲ୍ଲୀରେ କୋରୋନାର ବ୍ୟାପକ ବିଶ୍ଳେଷଣ କରାଯିବ । ଏଥିସହ ବିଶ୍ୱ ମହାମାରୀର ମୁକାବିଲା ପାଇଁ ଏହା ଏକ ବିସ୍ତୃତ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ସହାୟକ ହେବ ।

ଗତ ଜୁନ୍ 21ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ଯକ୍ଷତାରେ ହୋଇଥିବା ବୈଠକରେ ଦିଲ୍ଲୀ କୋରୋନା ସ୍ଥିତିକୁ ନେଇ ନିଆଯାଇଥିବା ନିଷ୍ପତ୍ତିକୁ ଗତ ଜୁନ୍ 25ରେ କେନ୍ଦ୍ର ଗୃହ ସଚିବ ସମୀକ୍ଷା କରିଥିଲେ । ଏହି ବୈଠକରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ସଚିବ ତଥା ଡ.ଭିକେ ପାଲ, ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଏବଂ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଯୋଗ ଦେଇଥିଲେ। ।

ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀରେ ଏକ ସିରୋଲଜିକାଲ ସର୍ଭେ ଉପରେ ଆଲୋଚନା କରାଯାଇଥିଲା । ଯାହା ଏନସିଡିସି ଏବଂ ଦିଲ୍ଲୀ ସରକାର ମିଳିତ ଭାବେ କରିବେ।

ତେବେ ଗୃହ ମନ୍ତ୍ରଣାଳୟ ପୂର୍ବରୁ କହିଥିଲେ ​​ଯେ, ଜୁନ୍ 27ରୁ ଜୁଲାଇ 10 ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରାୟ 20 ହଜାର ଲୋକଙ୍କୁ ଯାଞ୍ଚ କରାଯିବ। ତେବେ ସିରୋଲୋଜୀ(ଆଣ୍ଟିବଡି) ଯାଞ୍ଚ ସମ୍ପ୍ରଦାୟ ମଧ୍ୟରେ ନଜର ରଖିବା ପାଇଁ ପରୀକ୍ଷା କରାଯାଏ । ଏହା କୋରୋନା ଭାଇରସ ପ୍ରତିରୋଧ ବିଷୟରେ ସୂଚନା ପ୍ରଦାନ କରିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.