ETV Bharat / bharat

ଘାରିଛି କୋରୋନା ଭୟ, ଅନ୍ତିମ ସଂସ୍କାରରେ ହେଲେନି ସାମିଲ - ଘାରିଛି କୋରୋନା ଭୟ,

ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ହେଲେନି ସାମିଲ । କୋରୋନା ଭୟ ଏତେ ଯେ ଅନ୍ୟ ସଂପର୍କୀୟ ବି କଲେନି ସାହାଯ୍ୟ । ଅଧିକ ପଢୱନ୍ତୁ..

No one turns out for funeral as man commits suicide in Ramgarh
ଘାରିଛି କୋରୋନା ଭୟ
author img

By

Published : Jun 15, 2020, 8:20 AM IST

ରାଞ୍ଚି : ଝାଡଖଣ୍ଡ ରାମଗଡରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ । ଆତ୍ମହତ୍ୟା କରିଥିବା ଜିତେନ୍ଦ୍ର ସିଂ ଙ୍କ ଅନ୍ତିମ ସଂସ୍କାରରେ କେହି ବି ସ୍ଥାନୀୟ ଲୋକ ସାମିଲ ହେଲେନି । କାରଣ ବର୍ତ୍ତମାନ ପ୍ରତ୍ୟେକ ଲୋକ ଭିତରେ ଭରି ରହିଛି କୋରୋନା ଭୟ । କେବଳ ଶଙ୍କର ବଡ଼ ଭାଇ ଏବଂ ତାଙ୍କ ମାମୁଁ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ। ମୃତକଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି ଯେ ନୱାଡିହ ଗାଁର କେହି ସେମାନଙ୍କୁ ଶଙ୍କର ଶେଷ ସଂସ୍କାର କରିବାରେ ସାହାଯ୍ୟ କରିବାକୁ ଆଗେଇ ଆସିନାହାଁନ୍ତି।

ସେମାନେ କହିଛନ୍ତି ଯେ, ମୃତଦେହକୁ କାର୍‌ରେ ନେଇଥିଲେ । ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଆସିନଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିତେନ୍ଦ୍ର ମୁମ୍ବାଇର ଏକ କଣ୍ଟେଣ୍ଟମେଣ୍ଟ ଜୋନ୍‌ରୁ ଫେରି ନୱାଡିହ ଗାଁର ଏକ କ୍ବାରେଣ୍ଟିନ ସେଣ୍ଟରରେ ରହିଥିଲେ । ଶୁକ୍ରବାର ସେ ଆତ୍ମହତ୍ୟା କରିବା ପରେ ସଦର ଡାକ୍ତରଖାନାରେ ପୋଷ୍ଟ ମର୍ଟମ କରାଯାଇଥିଲା।

ପରିବାର ସଦସ୍ୟ ଦାବି କରିଛନ୍ତି ଯେ, କ୍ବାରେଣ୍ଟିନ ସେଣ୍ଟରରେ ମୃତଦେହ ମିଳିବା ପରେ ମଧ୍ୟ କେହି ସାହାଯ୍ୟ କରିନଥିଲେ । ଫଳରେ ସେମାନେ ବାଧ୍ୟ ହୋଇ ଗାଡି ଭଡା କରି ଅନ୍ତିମ ସଂସ୍କାର ପାଇଁ ଆଣିଥିଲେ । କ୍ବାରେଣ୍ଟିନ ସେଣ୍ଟରର ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ 1500 ଟଙ୍କା ଦେଇ ତାଙ୍କର ଦାୟିତ୍ବ ତୁଟେଇ ଦେଇଥିଲେ ।ଆମକୁ ସାହାଯ୍ୟ କରିବାକୁ କେହି ଆଗେଇ ନଥିଲେ। ଗ୍ରାମବାସୀ କହିଥିଲେ ସେମାନେ ଆମକୁ ସାହାଯ୍ୟ କରିବେ କିନ୍ତୁ ଅନ୍ତିମ ସଂସ୍କାରରେ ସେମାନେ ଯୋଗ ଦେଇ ନାହାଁନ୍ତି ବୋଲି ମୃତକଙ୍କ ଭାଇ ଅଶୋକ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.