ETV Bharat / bharat

ତିରୁପତି ମନ୍ଦିରର ଆଉ 21 ପୂଜାରୀ କୋରୋନା ସଂକ୍ରମିତ

author img

By

Published : Jul 18, 2020, 5:53 PM IST

ତିରୁପତି ମନ୍ଦିରର କର୍ମକର୍ତ୍ତା ଓ ପୁରୋହିତଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତିରୁମାଲା ତିରୁପତି ଦେବସ୍ଥାନମ୍ (TTD)ର 21 ପୁରୋହିତ କୋରୋନା ପଜିଟିଭ୍ ।

ତିରୁପତି ମନ୍ଦିରର ଆଉ 21 ପୂଜାରୀ କୋରୋନା ସଂକ୍ରମିତ
ତିରୁପତି ମନ୍ଦିରର ଆଉ 21 ପୂଜାରୀ କୋରୋନା ସଂକ୍ରମିତ

ଚେନ୍ନାଇ:ତିରୁପତି ମନ୍ଦିରର କର୍ମକର୍ତ୍ତା ଓ ପୁରୋହିତଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତିରୁମାଲା ତିରୁପତି ଦେବସ୍ଥାନମ୍ (TTD)ର 21 ପୁରୋହିତ କୋରୋନା ପଜିଟିଭ୍ । ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଟିଟିଡିରେ ଏପର୍ଯ୍ୟନ୍ତ 158 ଜଣ କୋରୋନା ସଂକ୍ରମଣ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି POTU କର୍ମଚାରୀ କିମ୍ବା APSP ସୁରକ୍ଷା କର୍ମୀ । ତେବେ ବର୍ତ୍ତମାନ ମନ୍ଦିର ପୁରୋହିତଙ୍କୁ ମଧ୍ୟ କୋରୋନାରୁ ଅସୁସ୍ଥ ବୋଲି କୁହାଯାଉଛି ଏବଂ ସେମାନଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସେମାନଙ୍କ ବ୍ୟତୀତ ମନ୍ଦିରର ଅନ୍ୟ ଜଣେ ମୁଖ୍ୟ ପୁରୋହିତ କୋରୋନା ପଜିଟିଭ୍ ଥିବା ଜଣାଯାଇଛି।

ସ୍ଥାନୀୟ ପ୍ରଶାସନ କହିଛି ଯେ ମନ୍ଦିର ଓ ଧାର୍ମିକ ସ୍ଥାନ ଖୋଲିବା ହେତୁ ଏହି ଜୀବାଣୁ ବିସ୍ତାର ହେବାର ସମ୍ଭାବନା ରହିଛି। ତିରୁମାଲାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କୋରୋନା ଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି । ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରା ନ ଗଲେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପାରେ ବୋଲି ପ୍ରଶାସନ କହିଛି।

ପ୍ରକାଶଥାଉକି, ତାମିଲନାଡୁରେ କୋରୋନା ବିସ୍ତାର ବହୁତ ଦ୍ରୁତ ଗତିରେ ଚାଲିଛି । ଶୁକ୍ରବାର ସମଗ୍ର ରାଜ୍ୟରେ 4538 ଟି ନୂଆ ମାମଲା ରୁଜୁ ହୋଇଛି। 4538 ମାମଲା ମଧ୍ୟରୁ କେବଳ ଚେନ୍ନାଇରୁ 1243 ଜଣ ଅଛନ୍ତି। ଚେନ୍ନାଇରେ ଏପର୍ଯ୍ୟନ୍ତ 83377 ମାମଲା ରହିଛି । ଏହା ସହିତ ସମଗ୍ର ରାଜ୍ୟରେ କୋରୋନା ମାମଲା 1,60,907ରେ ପହଞ୍ଚିଛି।

ଶୁକ୍ରବାର ରାଜ୍ୟରେ 47,539 ଲୋକଙ୍କ ଯାଞ୍ଚ କରାଯାଇଛି । ଏପର୍ଯ୍ୟନ୍ତ 17,56,998 ଜଣଙ୍କୁ କୋରୋନା ପରୀକ୍ଷା କରାଯାଇଛି। ଶୁକ୍ରବାର ତାମିଲନାଡୁରେ 3391 ରୋଗୀ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଡିସଚାର୍ଜ ହୋଇଥିବା ଲୋକଙ୍କ ସଂଖ୍ୟା 110807 ରେ ପହଞ୍ଚିଛି। ମୋଟ ମୃତ୍ୟୁ ସଂଖ୍ୟା 2315 ରେ ରେକର୍ଡ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.