ETV Bharat / bharat

ଦେଶରେ କୋରୋନା ସକ୍ରିୟ ମାମଲା ଠାରୁ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

author img

By

Published : Jun 21, 2020, 2:06 PM IST

ଦେଶରେ କୋରୋନା ଆରୋଗ୍ୟ ହାର ଆଶ୍ବସ୍ତି ଦେଇଛି । ଦେଶରେ କୋରୋନା ସୁସ୍ଥତା ହାର ବଢି 55.49 ପ୍ରତିଶତରେ ପହଞ୍ଚିଛି । ଫଳରେ ସମୁଦାୟ ଦୁଇ ଲକ୍ଷ 27 ହଜାର 755 ଜଣ ବ୍ୟକ୍ତି କୋରୋନାଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏପରି ସମୟରେ ଦେଶରେ କୋରୋନା ଆରୋଗ୍ୟ ହାର ଆଶ୍ବସ୍ତି ଦେଇଛି । ଦେଶରେ କୋରୋନା ସୁସ୍ଥତା ହାର ବଢି 55.49 ପ୍ରତିଶତରେ ପହଞ୍ଚିଛି । ଫଳରେ ସମୁଦାୟ ଦୁଇ ଲକ୍ଷ 27 ହଜାର 755 ଜଣ ବ୍ୟକ୍ତି କୋରୋନାଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ସଂଖ୍ୟାଠାରୁ 58 ହଜାରରୁ ଅତିକ୍ରମ କରିଛି। ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 14 ହଜାର କୋଭିଡ ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ 1 ଲକ୍ଷ 69,000 ରୁ ଅଧିକ ସକ୍ରିୟ ମାମଲା ରହିଛି । ଏହାସହ ସମସ୍ତ ସକ୍ରିୟ ସଂକ୍ରମିତ ଡାକ୍ତରୀ ତତ୍ତ୍ବାବଧାନରେ ରହିଛନ୍ତି । ଦେଶରେ କୋରୋନା ଟେଷ୍ଟିଂ ମଧ୍ୟ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ମଧ୍ୟରେ, ଏକ ଲକ୍ଷ 90 ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା ।

ସୂଚନା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟିଂ କରାଯାଇଥିବା ମୋଟ ନମୁନା ସଂଖ୍ୟା 68 ଲକ୍ଷରୁ ଅଧିକ । ମନ୍ତ୍ରଣାଳୟ କହିଛି ଯେ କୋରୋନା ପରୀକ୍ଷା କରୁଥିବା ସରକାରୀ ଲ୍ୟାବ ସଂଖ୍ୟା 722କୁ ଏବଂ ଘରୋଇ ଲ୍ୟାବକୁ 259କୁ ବୃଦ୍ଧି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.