ETV Bharat / bharat

ଦେଶରେ କୋରୋନା ସୁସ୍ଥ ହାର 63 ପ୍ରତିଶତ: ସ୍ବାସ୍ଥ୍ୟମନ୍ତ୍ରୀ - କୋରୋନା ସୁସ୍ଥ ହାର

ଦେଶରେ କୋରୋନା ସୁସ୍ଥ ହାର 63 ପ୍ରତିଶତ ଥିବାବେଳେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ।

Breaking News
author img

By

Published : Jul 10, 2020, 4:59 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସୁସ୍ଥ ହାର 63 ପ୍ରତିଶତ ଥିବାବେଳେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ।

ଅନଲାଇନ ଟେକ୍ନୋଲୋଜି ଇଫରମେସନ, ଫରକାଷ୍ଟ ଆଣ୍ଡ ଆସେସମେଣ୍ଟ କାଉନସିଲ(ଟିଆଇଏଫଏସି) ରିଲିଜ କରିବା ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ବିବୃତ୍ତି ଦେଇଛନ୍ତି ।

ଦେଶରେ ବର୍ତ୍ତମାନ କୋରୋନା ସୁସ୍ଥ ହାର 63 ପ୍ରତିଶତ ଥିବାବେଳେ ମୃତ୍ୟୁହାର 2.72 ପ୍ରତିଶତ ରହିଛି । ଆମେମାନେ କୋରୋନା ମାମଲା ସଂଖ୍ୟାକୁ ନେଇ ଚିନ୍ତିତ ନାହୁଁ।

ଆମେ ବର୍ତ୍ତମାନ କୋରୋନା ପରୀକ୍ଷାକୁ ବୃଦ୍ଧି କରିବାକୁ ଯାଉଛୁ । କାରଣ ଏହାଦ୍ବାରା ଅଧିକ କୋରୋନା ପରୀକ୍ଷା କରାଯାଇ ଚିକିତ୍ସା କରାଯାଇପାରିବ । ଏହାଛଡା ଦେଶରେ ପ୍ରତ୍ୟୋକ ଦିନ ପ୍ରାୟ 2.7 ଲକ୍ଷ କୋରୋନା ପରୀକ୍ଷା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଆମ ଦେଶ ସର୍ବବୃହତ ଦେଶ ହେବା ସର୍ତ୍ତ୍ବେ ଦେଶରେ କୋରୋନା ଗୋଷ୍ଠୀ ସଂକ୍ରମଣ କରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ପ୍ରକାଶ ଥାଉକି, ସମଗ୍ର ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତ ସଂଖ୍ୟା 7 ଲକ୍ଷ 93 ହଜାର 802ରେ ପହଞ୍ଚିଛି । ଏଥିସହ ବର୍ତ୍ତମାନ କୋରୋନା କାରଣରୁ 21604 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.