ETV Bharat / bharat

ଦେଶରେ କୋଭିଡ୍ ସୁସ୍ଥ ହାର 82.14 ପ୍ରତିଶତକୁ ବୃଦ୍ଧି

author img

By

Published : Sep 26, 2020, 3:44 PM IST

କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ଗତ 24 ଘଣ୍ଟା ମଧ୍ୟରେ 93 ହଜାରରୁ ଅଧିକ କୋଭିଡ୍ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 82.14 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

COVID-19 recovery rate improves to 82.14 percent
ଦେଶରେ କୋଭିଡ୍ ସୁସ୍ଥ ହାର 82.14 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ଗତ 24 ଘଣ୍ଟା ମଧ୍ୟରେ 93 ହଜାରରୁ ଅଧିକ କୋଭିଡ୍ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 82.14 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ମୋଟ ସୁସ୍ଥ ସଂଖ୍ୟା 48 ଲକ୍ଷ 19 ହଜାରରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁସ୍ଥହାର ନିଶ୍ଚିତ କରିଛି ଯେ ଦେଶର ସକ୍ରିୟ ମାମଲା ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ସମୁଦାୟ ସକ୍ରିୟ ମାମଲା ମାତ୍ର 16.28 ପ୍ରତିଶତ ରହିଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ନଅ ଲକ୍ଷ 60 ହଜାର, ଯଦିଓ କୋଭିଡ ମାମଲା 59 ଲକ୍ଷ ଅତିକ୍ରମ କରିଛି ।

ଗତ 24 ଘଣ୍ଟା ମଧ୍ୟରେ 85 ହଜାର 362 ନୂତନ ସଂକ୍ରମଣ ହୋଇଥିବା ଜଣାଯାଇଛି। ସମ୍ପ୍ରତି ଭାରତର କୋରୋନା ମୃତ୍ୟୁ ହାର 1.58 ପ୍ରତିଶତରେ ରହିଛି, ଯାହା ବିଶ୍ବବ୍ୟାପୀ ସର୍ବନିମ୍ନ ଅଟେ। ଗତ 24 ଘଣ୍ଟା ମଧ୍ୟରେ 1 ହଜାର 89 ଜଣଙ୍କର ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 93 ହଜାର 379ରେ ପହଞ୍ଚିଛି ।

ଆଇସିଏମଆର ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 13 ଲକ୍ଷ 41 ହଜାରରୁ ଅଧିକ ପରୀକ୍ଷା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ମୋଟ ନମୁନା ସାତ କୋଟିରୁ ଦୁଇ ଲକ୍ଷରେ ପହଞ୍ଚିଛି। ସରକାରୀ କ୍ଷେତ୍ରରେ 1 ହଜାର 86 ଲ୍ୟାବ ଏବଂ 737 ବେସରକାରୀ ଲ୍ୟାବ, ତଥା ମୋଟ ଏକ ହଜାର 823 ଲ୍ୟାବ ଲୋକମାନଙ୍କୁ ବ୍ୟାପକ ପରୀକ୍ଷା ସୁବିଧା ଯୋଗାଉଛି |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.