ନୂଆଦିଲ୍ଲୀ: ସାରାବିଶ୍ବରେ ଦୃତଗତିରେ ମାଡ଼ି ଚାଲିଛି କୋରୋନା । ଆକ୍ରାନ୍ତଙ୍କ ହାର ବୃଦ୍ଧି ସହ ସୁସ୍ଥ ହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ତେବେ ଦେଶରେ କୋରୋନା ସୁସ୍ଥ ହାର 66.30 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 12 ଲକ୍ଷ 30 ହଜାର 509 ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି । ଯାହା ଦେଶରେ 5 ଲକ୍ଷ 86 ହଜାର 298 ସକ୍ରିୟ ମାମଲାର ଦୁଇ ଗୁଣରୁ ଅଧିକ ।
ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 44,306 ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ସୁସ୍ଥ ହାର 66.30 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ମଧ୍ୟ 2.09 ପ୍ରତିଶତକୁ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୋଟିଏ ଦିନରେ ଦେଶରେ ସମୁଦାୟ 52,050 ନୂତନ ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ ସମୁଦାୟ ସକାରାତ୍ମକ ମାମଲା 18 ଲକ୍ଷ 55 ହଜାର 745 ରେ ପହଞ୍ଚିଛି । ସେହିପରି ଗୋଟିଏ ଦିନରେ 803 ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଦେଶବ୍ୟାପୀ ମୋଟ 38,938ରେ ପହଞ୍ଚିଛି ।