ETV Bharat / bharat

39.62 ପ୍ରତିଶତ ହାରରେ ସୁସ୍ଥ ହେଉଛନ୍ତି କୋରୋନା ରୋଗୀ: ସ୍ବାସ୍ଥ୍ୟ ବିଭାଗ

author img

By

Published : May 21, 2020, 11:13 AM IST

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଭାରତର କୋଭିଡ-19 ପୁନରୁଦ୍ଧାର ହାର ଅନ୍ୟାନ୍ୟ ଦେଶ ତୁଳନାରେ ବହୁତ ଭଲ।

luv agrawal
ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଭାରତର କୋଭିଡ-19 ପୁନରୁଦ୍ଧାର ହାର ଅନ୍ୟାନ୍ୟ ଦେଶ ତୁଳନାରେ ବହୁତ ଭଲ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, 39.62 ପ୍ରତିଶତ ପୁନରୁଦ୍ଧାର ହାରରେ 42,298 ଲୋକ ସୁସ୍ଥ ହୋଇଥିବା ଜଣାପଡିଛି ।

ଯେତେବେଳେ ଭାରତରେ ଲକଡାଉନ୍ ଆରମ୍ଭ ହୋଇଥିଲା ସେତେବେଳେ ପୁନରୁଦ୍ଧାର ହାର ପ୍ରାୟ 7.1 ପ୍ରତିଶତ ଥିଲା । ଦ୍ବିତୀୟ ଲକଡାଉନ୍ ସମୟରେ ପୁନରୁଦ୍ଧାର ହାର 11.42 ପ୍ରତିଶତ ଥିବା ବେଳେ ଏହା 26.59 ପ୍ରତିଶତକୁ ବୃଦ୍ଧି ପାଇଛି ଓ ବର୍ତ୍ତମାନ 39.62 ପ୍ରତିଶତ ରହିଛି ବୋଲି ଅଗ୍ରୱାଲ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିଶ୍ବର ସମୁଦାୟ ଜନସଂଖ୍ୟାକୁ ବିଚାରକୁ ନିଆଯାଏ ତେବେ କୋଭିଡ-19 ହେତୁ ଏକ ଲକ୍ଷ ଜନସଂଖ୍ୟାରେ 62 ଜଣ ଲୋକ ପ୍ରଭାବିତ ହୋଇଛନ୍ତି।

ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 7.9ପ୍ରତିଶତ କୋଭିଡ-19 ମାମଲା ରହିଛି ଏବଂ ମୃତ୍ୟୁହାର 0.2 ପ୍ରତିଶତ । ବିଶ୍ବର 4.2 ପ୍ରତିଶତ ତୁଳନାରେ ଭାରତରେ 0.2 ପ୍ରତିଶତ ମୃତ୍ୟୁହାର ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.