ETV Bharat / bharat

ତାମିଲନାଡୁରେ ବଢ଼ିଲା ଆରୋଗ୍ୟ ହାର - ତାମିଲନାଡୁରେ ବଢ଼ିଲା ଆରୋଗ୍ୟ ହାର

ତାମିଲନାଡୁରେ କୋରୋନା ମୃତ୍ୟୁ ହାର ତୁଳନାରେ ଆରୋଗ୍ୟ ହାର ଢେର ବୃଦ୍ଧି ପାଇଛି । ରାଜ୍ୟରେ ଆରୋଗ୍ୟ ହାର 54.49 ପ୍ରତିଶତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତାମିଲନାଡୁରେ ବଢ଼ିଲା ଆରୋଗ୍ୟ ହାର
ତାମିଲନାଡୁରେ ବଢ଼ିଲା ଆରୋଗ୍ୟ ହାର
author img

By

Published : Jun 17, 2020, 8:08 AM IST

ଚେନ୍ନାଇ: ତାମିଲନାଡୁରେ କୋରୋନା ମୃତ୍ୟୁ ହାର ତୁଳନାରେ ଆରୋଗ୍ୟ ହାର ଢେର ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଆରୋଗ୍ୟ ହାର 54.49 ପ୍ରତିଶତ। ମଙ୍ଗଳବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଏହି ସୂଚନା ଦେଇଛନ୍ତି ।

ଜୁନ୍ 15 ରେ ସ୍ବାସ୍ଥ୍ୟ ବିଭାଗର ତଥ୍ୟକୁ ଉଦ୍ଧାର କରି ପଲାନି କହିଛନ୍ତି, ରାଜ୍ୟର ଏଯାବତ 46,504 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 25,344 ଲୋକ ଆରୋଗ୍ୟ ହୋଇଛନ୍ତି । ସେହିପରି ଏବେ 20,678 ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ମୋଟ୍ 479 ଜଣଙ୍କର ମୃତ୍ୟୁ ଘଟିଛି ।

ନିକଟରେ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ପାଇଁ ରାଜ୍ୟରେ ଆରୋଗ୍ୟ ହାର ବୃଦ୍ଧି ପାଇଛି ବୋଲି ପଲାନିସ୍ବାମୀ କହିଛନ୍ତି । ତେବେ କୋରୋନା ପାଇଁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଗରିବ ଲୋକଙ୍କ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ତାମିଲନାଡୁରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି 19 ତାରିଖରୁ 30 ତାରିଖ ଯାଏ ରାଜ୍ୟର 4 ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି ସରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.