ETV Bharat / bharat

ଭାରତର କୋରୋନା ମୃତ୍ୟୁହାର 1.56 ପ୍ରତିଶତ

author img

By

Published : Oct 3, 2020, 2:58 PM IST

କୋରୋନାରେ ସର୍ବାଧିକ ସୁସ୍ଥ ହାର ସହ ଭାରତ ବିଶ୍ବରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଅନ୍ୟାନ୍ୟ ଦେଶ ତୁଳନାରେ କୋରୋନା ମୃତ୍ୟୁ ହାର ସର୍ବନିମ୍ନ ରହିଛି । ବିଶ୍ୱର କୋରୋନା ମୃତ୍ୟୁହାର 2.97 ପ୍ରତିଶତ ଥିବାବେଳେ ଭାରତରେ ଏହା 1.56 ପ୍ରତିଶତ ରହିଛି ।

ଭାରତର କୋରୋନା ମୃତ୍ୟୁହାର 1.56 ପ୍ରତିଶତ
ଭାରତର କୋରୋନା ମୃତ୍ୟୁହାର 1.56 ପ୍ରତିଶତ

ନୂଆଦିଲ୍ଲୀ: କୋରୋନାରେ ସର୍ବାଧିକ ସୁସ୍ଥ ହାର ସହ ଭାରତ ବିଶ୍ବରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଅନ୍ୟାନ୍ୟ ଦେଶ ତୁଳନାରେ କୋରୋନା ମୃତ୍ୟୁ ହାର ସର୍ବନିମ୍ନ ରହିଛି । ବିଶ୍ୱର କୋରୋନା ମୃତ୍ୟୁହାର 2.97 ପ୍ରତିଶତ ଥିବାବେଳେ ଭାରତରେ ଏହା 1.56 ପ୍ରତିଶତ ରହିଛି ।

ଭାରତରେ ପ୍ରତି ମିଲିୟନ ଜନସଂଖ୍ୟାରେ ମୃତ୍ୟୁ ସଂଖ୍ୟା ବିଶ୍ୱରେ ସବୁଠାରୁ କମ୍। ବିଶ୍ବରେ ପ୍ରତି ମିଲିୟନ ଜନସଂଖ୍ୟାରେ 130 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାରତରେ ପ୍ରତି ମିଲିୟନ ଜନସଂଖ୍ୟାରେ 73 ଜଣଙ୍କ ମୃତ୍ୟୁ ଘଟୁଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଦେଶରେ ବର୍ତ୍ତମାନ ମୋଟ 54 ଲକ୍ଷ 27 ହଜାର 706 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି କ୍ରମରେ 24 ଘଣ୍ଟାରେ ମୋଟ 75,628 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଦେଶରେ ମୋଟ ସୁସ୍ଥ ହାର 83.84 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ କହିଛି ।

24 ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା 74.36 ପ୍ରତିଶତ ସୁସ୍ଥ ହାର 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାପରେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ରାଜ୍ୟ ରହିଛି ।

ଦେଶରେ ଦିନକୁ ଦିନ କୋରୋନା ଉଗ୍ର ରୂପ ଧାରଣ କରୁଛି । ସାରା ବିଶ୍ବରେ ପ୍ରତ୍ୟେକ ଦିନ ରେକର୍ଡ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭାରତ ଆଗରେ ରହିଛି । ଦେଶରେ ଦିନକୁ ପାଖାପାଖି 80 ହଜାର କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 79,476 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 64 ଲକ୍ଷ 73 ହଜାର 545ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 54 ଲକ୍ଷ 27 ହଜାର 707 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 44 ହଜାର 996 ଆକ୍ରାନ୍ତ ଏବେବି ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 842 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.