ETV Bharat / bharat

ନିର୍ମାଣ ଶ୍ରମିକଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପହାର

author img

By

Published : Mar 22, 2020, 2:27 PM IST

କୋଭିଡ୍- 19 ଭୟରେ ନିର୍ମାଣ ଶ୍ରମିକଙ୍କୁ କାମ ମନା । ଏପଟେ 3000ଟଙ୍କା ରିଲିଫ୍ ଘୋଷଣା କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

Covid-19  latest news
ନିର୍ମାଣ ଶ୍ରମିକଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ 3 ହଜାର ରିଲିଫ୍ ଘୋଷଣା

ଚଣ୍ଡୀଗଡ: କୋରୋନା କୋପରେ ସବୁ କିଛି ଠପ୍। ଏହି ଭାଇରସ ଦେଶର ଅର୍ଥ ବ୍ୟବସ୍ଥାକୁ ଦୋବାଳିଆ ସ୍ଥିତିକୁ ନେଇ ଆସିଲାଣି । ଏହି ଭାଇରସ ଦିନ ମଜୁରିଆ ବା ଠିକା ଶ୍ରମିଙ୍କ ପେଟକୁ ଲାତ ମାରୁଛି । କାରଣ ସରକାର ସମସ୍ତ ସ୍ଥାନକୁ ଲକ ଡାଉନ କରିବା ସହ ବିଭିନ୍ନ କାର୍ଯ୍ୟକୁ ଅଧାରେ ରଖି ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । କାମରୁ ବିରତି ପାଇଁ ଘରେ ହାତ ଗୋଡ ବାନ୍ଧି ବସିଛନ୍ତି ଏମାନେ ।

ଏଭଳି ଏକ ପରିସ୍ଥିତିରେ କାମ କରୁଥିବା ଲୋକଙ୍କ ଚିନ୍ତା ବଢିଯାଇଛି । କ'ଣ ଖାଇବେ ଓ କେମିତି ପରିବାର ଚଳାଇବେ। ଏପରି ଘଡିସନ୍ଧି ମୁହୁର୍ତ୍ତରେ ଲୋକଙ୍କୁ ସହାୟତା ଦେଇ ସାମାନ୍ୟ ଆଶ୍ବସ୍ତି ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ । ରାଜ୍ୟରେ ଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କ ପାଇଁ 3000 ଲେଖାଏଁ ରିଲିଫ୍ ଦେବାକୁ ଘୋଷଣା କରିଛନ୍ତି । ଏହି ରିଲିଫ୍ ଟଙ୍କା ଶ୍ରମିକଙ୍କ ଆକାଉଣ୍ଟକୁ ସୋମବାର ସୁଦ୍ଧା ଟ୍ରାନ୍ସଫର୍ ହୋଇଯିବ ।

ସୂଚନା ଅନୁସାରେ, ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନମଜୁରିଆଙ୍କ ପାଇଁ 1 ହଜାର ଟଙ୍କା ରିଲିଫ୍ ଘୋଷଣା କରିଥିଲେ । ଏଥିରେ 15 ଲକ୍ଷ ଲୋକ ସାମିଲ ଥିବା ବେଳେ ସେମାନଙ୍କୁ 20.37 ଲକ୍ଷ କନଷ୍ଟ୍ରକ୍ସନ କର୍ମକର୍ତ୍ତା ଲାଭବାନ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.