ପାଟନା: କୋରୋନାର ପ୍ରକୋପ ଦିନକୁ ଦିନ ମାଡି ଚାଲିଛି। ଏହି ଭାଇରସ ପାଖରେ କୌଣସି ବାଛ ବିଚାର ନଥିବା ବେଳେ ସମସ୍ତଙ୍କୁ ସଂକ୍ରମିତ କରିବା ସହ ଅକାଳରେ ପ୍ରାଣ ନେଉଛି। ତେବେ ପୂର୍ବରୁ ଅନେକ ନେତା ଓ ଅଭିନେତା ଏହି ଭାଇରସ ସଂକ୍ରମଣରେ ଆସିଛନ୍ତି ଓ ସେଥିମଧ୍ୟରୁ କେତେ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି। ହେଲେ ସାରା ରାଜ୍ୟର ନ୍ୟାୟପାଳିକାରେ ଏହା ପ୍ରଥମ ମୃତ୍ୟୁ ଘଟଣା ।
ପାଟନା ଏମ୍ସର କୋଭିଡ୍ 19 ୱାଡରେ ରେ ଚିକିତ୍ସିତ ହେଉଥିବାବେଳେ ପାଟନା ଫ୍ୟାମିଲି କୋର୍ଟର ମୁଖ୍ୟ ବିଚାରପତି ହରିଚନ୍ଦ୍ର ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା। ଭାଇରସ ପ୍ରକୋପରେ ସାରା ରାଜ୍ୟରେ ନ୍ୟାୟପାଳିକାରେ ଏହା ପ୍ରଥମ ମୃତ୍ୟୁ।
ବୁଧବାର ଦିନ ଶ୍ରୀବାସ୍ତବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ବିହାର ଜୁଡିସିଆଲ୍ ସର୍ଭିସେସ୍ ଆସୋସିଏସନ୍ ସଚିବ ଅଜିତ କୁମାର ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଆମ ପାଇଁ ଏକ ବଡ କ୍ଷତି ଏବଂ ଯନ୍ତ୍ରଣାଦାୟକ ଅଟେ।