ETV Bharat / bharat

ନବଜାତକକୁ ଛାଡି କୋରୋନା ପଜିଟିଭ ମା’ ଫେରାର, ସଂକ୍ରମଣ ବ୍ୟାପିବା ଆଶଙ୍କା - ରାଜଧାନୀ ଦିଲ୍ଲୀ

ହିନ୍ଦୁ ରାଓ ହସ୍ପିଟାଲରୁ କୋରୋନା ପଜିଟିଭ ଜଣେ ମହିଳା ନିଜର ନବଜାତ ଶିଶୁକୁ ଛାଡି ଫେରାର ହୋଇଯାଇଥିବା ଘଟଣା ଏବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମହିଳା ଫେରାର ହେବାପରେ ହସ୍ପିଟାଲ ପ୍ରଶାସନ ଚିନ୍ତାରେ ପଡିଯାଇଛନ୍ତି । ତେବେ ମହିଳା ଜଣକ ବିହାର ଔରଙ୍ଗବାଦ ଜିଲ୍ଲାର ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

ନବଜାତ ଶିଶୁକୁ ଛାଡି କୋରୋନା ପଜିଟିଭ ମା’ ଫେରାର, ସଂକ୍ରମଣ ବ୍ୟାପିବା ଆଶଙ୍କା

author img

By

Published : Aug 17, 2020, 5:24 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ ଖବର ସାମ୍ନାକୁ ଆସିଛି । ହିନ୍ଦୁ ରାଓ ହସ୍ପିଟାଲରୁ କୋରୋନା ପଜିଟିଭ ଜଣେ ମହିଳା ନିଜର ନବଜାତ ଶିଶୁକୁ ଛାଡି ଫେରାର ହୋଇଯାଇଥିବା ଘଟଣା ଏବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମହିଳା ଫେରାର ହେବାପରେ ହସ୍ପିଟାଲ ପ୍ରଶାସନ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ମହିଳାଙ୍କୁ ଖୋଜୁଛି ପୋଲିସ । ହସ୍ପିଟାଲ କର୍ମଚାରୀ ନବଜାତ ଶିଶୁର ଯତ୍ନ ନେଉଛନ୍ତି । ମହିଳା ଜଣକ ବିହାର ଔରଙ୍ଗବାଦ ଜିଲ୍ଲାର ବୋଲି କୁହାଯାଉଛି ।

ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ନବଜାତ ଶିଶୁ ସୁସ୍ଥ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ନବଜାତ ଶିଶୁର ପ୍ରଥମ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଶିଶୁର ଦ୍ୱିତୀୟ ନମୁନା ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଛି ବୋଲି ଡାକ୍ତର କହିଛନ୍ତି । ଯଦି ଦ୍ୱିତୀୟ ଯାଞ୍ଚ ରିପୋର୍ଟ ନେଗେଟିଭ ଆସେ ତାହେଲେ ଶିଶୁକୁ ପୋଲିସକୁ ହସ୍ତାନ୍ତର କରିଦିଆଯିବା ବୋଲି ଡାକ୍ତର କହିଛନ୍ତି । କାରଣ ଶିଶୁକୁ ନେବା ପାଇଁ ଅନ୍ୟ କେହି ଆସିନାହାନ୍ତି ।

ସୂଚନା ଅନୁଯାୟୀ, ଗର୍ଭବତୀ ମହିଳାଙ୍କୁ ଅଗଷ୍ଟ ୯ ତାରିଖରେ ଉତ୍ତର ଦିଲ୍ଲୀ ନଗର ନିଗମ ଦ୍ୱାରା ସଞ୍ଚାଳିତ କସ୍ତୁରବା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମହିଳା ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ମହିଳାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ପାଳନ କରି ଅଗଷ୍ଟ ୧୧ ତାରିଖରେ ମହିଳାଙ୍କୁ ହିନ୍ଦୁ ରାଓ ହସ୍ପିଟାଲର କୋଭିଡ-୧୯ ୱାର୍ଡ ପଠାଇଥିଲେ । ହେଲେ ମହିଳା ଜଣକ ସେଠାରେ ନିଜ ନବଜାତ ଶିଶୁକୁ ଛାଡି ଫେରାର ହୋଇଯାଇଥିବାରୁ ବର୍ତ୍ତମାନ ମହିଳାଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଛି ।

ଏପଟେ ମହିଳାଙ୍କ ସ୍ୱାମୀ ସହ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମ୍ପର୍କ ହୋଇପାରିନାହିଁ । ତେବେ ମହିଳାଙ୍କୁ ଖୋଜିବାକୁ ଦିଲ୍ଲୀର ଏକ ସମ୍ଭାବ୍ୟ ଠିକଣାରେ ପୋଲିସ ଚଢ଼ାଉ କରିବ । ମହିଳା ହସ୍ପିଟାଲରେ ଯେଉଁ ନମ୍ବରରେ ଦେଇଥିଲେ ସେ ନମ୍ବର ମଧ୍ୟ ବନ୍ଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.