ଅମରାବତୀ: ପୁଣି ବଢିଲା ଆନ୍ଧ୍ରପ୍ରଦେଶ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଗୁରୁବାର ସନ୍ଧ୍ଯାରେ 6 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଆନ୍ଧ୍ରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 149ରେ ପହଞ୍ଚିଛି ।
ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନିଲୋରରୁ 24, କ୍ରୀଷ୍ଣା ଜିଲ୍ଲାରୁ 23 ଏବଂ ଗୁଣ୍ଟୁର ଜିଲ୍ଲାରୁ 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପ୍ରକାଶ ଥାଉକି, ସମଗ୍ର ଦେଶରେ ଏପ୍ରିଲ 14 ଯାଏଁ ଲକ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 2069 କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 1860 ଆକ୍ଟିଭ ଏବଂ156 ଜଣ ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି ।