ETV Bharat / bharat

କୋରୋନାରୁ ସବୁଠାରୁ ଅଧିକ ପ୍ରଭାବିତ ହେବେ ଓସିଡି ଥିବା ବ୍ୟକ୍ତି - କୋରୋନା ଓ ଏହାର ମାନସିକ ପ୍ରଭାବ

ମ୍ୟାକଲିନ ଓସିଡି ଇନଷ୍ଟିଟ୍ୟୁଟର ସହସଂସ୍ଥାପକ ନାଥାନିଏଲ ଭ୍ୟାନ କ୍ରିକଙ୍କ କହିବା ଅନୁଯାୟୀ କୋରୋନାକୁ ନେଇ ଜାରି ହୋଇଥିବା ଆଡଭାଇଜରି ଓସିଡିଯୁକ୍ତ ବ୍ୟକ୍ତିମାନଙ୍କୁ ମାନସିକ ଚାପାଗ୍ରସ୍ତ କରିପାରେ । ଏନେଇ କିଛି ଓସିଡିଯୁକ୍ତ ବ୍ୟକ୍ତିଙ୍କ ସହ ତର୍କ ପରେ ସେ ସ୍ପଷ୍ଟ କରିଛନ୍ତି କି ଏହା କିଛିଙ୍କୁ ମାତ୍ରାଧିକ ପ୍ରଭାବିତ କରିଥିବା ବେଳେ କିଛିଙ୍କୁ ଏହା ଆଦୌ ଫରକ ପକାଇ ନାହିଁ । ଅଧିକ ପଢନ୍ତୁ...

coronavirus news, ocd, people with ocd, corona and people with ocd, corona and mental balance, corona and it's mental impact, ଓସିଡି ଥିବା ବ୍ୟକ୍ତି, ଓସିଡି, କୋରୋନା ଓ ଓସିଡିଯୁକ୍ତ ବ୍ୟକ୍ତି, କୋରୋନାକୁ ମାନସିକ ସନ୍ତୁଳନ, କୋରୋନା ଓ ଏହାର ମାନସିକ ପ୍ରଭାବ, କୋରୋନା ଭାଇରସ ନ୍ୟୁଜ୍‌
କୋରୋନାରୁ ସବୁଠାରୁ ଅଧିକ ପ୍ରଭାବିତ ହେବେ ଓସିଡି ଥିବା ବ୍ୟକ୍ତି
author img

By

Published : Apr 6, 2020, 9:17 PM IST

Updated : Apr 6, 2020, 9:25 PM IST

ହାଇଦ୍ରାବାଦ: ଓସିଡି- ଅବସେସିଭ କମ୍ପଲସିଭ ଡିସଅର୍ଡର । ଏହା ଏକପ୍ରକାର ମାନସିକ ବିକାର । ଅତ୍ୟଧିକ ଚିନ୍ତା ବା କୌଣସି ଜିନିଷ ପ୍ରତି ଅତ୍ୟଧିକ ସାବଧାନତା । ବିଶ୍ବରେ ଏପରି ଅନେକ ମଣିଷ ଅଛନ୍ତି ଯେଉଁମାନଙ୍କ ପାଖରେ ଏହି ମାନସିକ ଅବସ୍ଥା ବା ବିକାର ଦେଖିବାକୁ ମିଳେ । ଏମାନଙ୍କ ମାନସିକ ସ୍ଥିତିରେ ବିବିଧତା ମଧ୍ୟ ଦେଖିବାକୁ ମିଳେ । କିଏ କିଏ କିଛି ନିର୍ଦ୍ଦିଷ୍ଟ ଜିନିଷକୁ ନେଇ ମାତ୍ରାଧିକ ସାବଧାନ ରହୁଥିବା ବେଳେ କେହି କେହି କିଛି ବ୍ୟକ୍ତିଗତ କଥାକୁ ନେଇ ଚିନ୍ତିତ ରୁହନ୍ତି । ଏମିତିରେ କୋରୋନା ଏହି ପ୍ରକାରର ବ୍ୟକ୍ତିଙ୍କୁ ବିଶେଷ ଭାବେ ପ୍ରଭାବିତ କରିପାରେ ବୋଲି ମତ ଦେଇଛନ୍ତି ମନସ୍ତତ୍ତ୍ବବିଦ ।

ମ୍ୟାକଲିନ ଓସିଡି ଇନଷ୍ଟିଟ୍ୟୁଟର ସହ ସଂସ୍ଥାପକ ନାଥାନିଏଲ ଭ୍ୟାନ କ୍ରିକଙ୍କ କହିବା ଅନୁଯାୟୀ କୋରୋନାକୁ ନେଇ ଜାରି ହୋଇଥିବା ଆଡଭାଇଜରି ଓସିଡିଯୁକ୍ତ ବ୍ୟକ୍ତିମାନଙ୍କୁ ମାନସିକ ଚାପଗ୍ରସ୍ତ କରିପାରେ । ଏନେଇ କିଛି ଓସିଡିଯୁକ୍ତ ବ୍ୟକ୍ତିଙ୍କ ସହ ତର୍କ ପରେ ସେ ସ୍ପଷ୍ଟ କରିଛନ୍ତି କି ଏହା କିଛି ଲୋକଙ୍କୁ ମାତ୍ରାଧିକ ପ୍ରଭାବିତ କରିଥିବା ବେଳେ କିଛି ଲୋକଙ୍କୁ ଏହା ଆଦୌ ଫରକ ପକାଇ ନାହିଁ । ଅନ୍ୟ ଶବ୍ଦରେ କହିବାକୁ ଗଲେ କୋରୋନା ଆଡଭାଇଜରୀରେ ବାରମ୍ବାର ହାତ ଧୋଇବା ପାଇଁ କୁହାଯାଇଥିଲା । ଯାହାକୁ ଓସିଡିଯୁକ୍ତ ବ୍ୟକ୍ତି ଅତି ଗମ୍ଭୀରତାର ସହ ନେଇ ଦିନକୁ ମାତ୍ରାଧିକ ଥର ହାତ ଧୋଇବା ସହ ସ୍ବଚ୍ଛତାକୁ ଧ୍ୟାନ ଦେଉଛନ୍ତି । ଯାହା ସେମାନଙ୍କ ଚତୁଃପାର୍ଶ୍ବରେ ଥିବା ଲୋକଙ୍କୁ ମଧ୍ୟ ପ୍ରଭାବିତ କରୁଛି । ସେପଟେ ଅନ୍ୟ କିଛି ଓସିଡିଯୁକ୍ତ ବ୍ୟକ୍ତି କହିଛନ୍ତି କି ଏହା ସେମାନଙ୍କୁ ଅଧିକ ପ୍ରଭାବିତ କରିନାହିଁ ।

ସେପଟେ କ୍ରିକ ଏନେଇ ଚିନ୍ତା ପ୍ରକଟ କରି କହିଛନ୍ତି ଯେଉଁମାନେ କୋରୋନା ଆଡଭାଇଜରୀକୁ ଅତି ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ସେମାନଙ୍କ ପାଖରେ ଅସୁସ୍ଥ ହେବାର ସମ୍ଭାବନା ରହିଛି । କାରଣ ହେଉଛି ମାତ୍ରାଧିକ ସମୟ ପାଣିର ବ୍ୟବହାର, ଅତ୍ୟଧିକ ସଚେତନ ହୋଇ ସ୍ବଚ୍ଛତା ରଖିବା ଆଦି ଜଣଙ୍କୁ ମାନସିକ ଭାବେ ଅବସାଦଗ୍ରସ୍ତ କରାଇବା ସହ ଶାରିରୀକ ଭାବେ ଅସୁସ୍ଥ କରିପାରେ । ସେ ଏହା ମଧ୍ୟ କହିଛନ୍ତି ମାତ୍ରାଧିକସ୍ତରରେ ସଚେତନତା ଜଣଙ୍କୁ ମାନସିକ ଭାବେ ପ୍ରଭାବିତ କରିପାରେ । ପ୍ରତି ଜିନିଷରେ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୁଏ । କାରଣ ଏପରି ମାନସିକ ଅବସ୍ଥା ଦେଇ ଗତି କରୁଥିବା ଲୋକଙ୍କୁ କିଛି କିଛି ଜିନିଷ ବହୁତ ଗଭୀରତାର ସହ ପ୍ରଭାବିତ କରେ ।

ଉଦାହରଣ ସ୍ବରୂପ ପ୍ରସାରିତ ଖବରରେ ଯଦି ଅଧିକ ମୃତ୍ୟୁ ସଂଖ୍ୟା ଏହି ବ୍ୟକ୍ତିମାନେ ଶୁଣନ୍ତି ତେବେ ସେମାନେ ତୁରନ୍ତ ଚିନ୍ତାଗ୍ରସ୍ତ ହୋଇ ନିଜ ମାନସିକ ସନ୍ତୁଳନ ହରାଇ ବସାନ୍ତି । ଫଳସ୍ବରୂପ ଏମାନେ ଅନାବଶ୍ୟକ କଥାକୁ ନେଇ ଚିନ୍ତାଗ୍ରସ୍ତ ହୋଇଯାଆନ୍ତି । ଏହି ସମସ୍ତ ଦିଗକୁ ନଜରରେ ରଖି କ୍ରିକ ନିଜ ରୋଗୀମାନଙ୍କୁ କହିଛନ୍ତି କି କେବଳ ବିଶ୍ବସନୀୟ ମାଧ୍ୟମରୁ ତଥ୍ୟ ଗ୍ରହଣ କରନ୍ତୁ । ପ୍ରତ୍ୟେକ କଥାର ମହତ୍ତ୍ବ ଓ ଗମ୍ଭୀରତା ବୁଝନ୍ତୁ ଏବଂ ଏହାକୁ ସାଧାରଣ ଜୀବନ ସହ ସନ୍ତୁଳନ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2020, 9:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.