ETV Bharat / bharat

କ୍ଲିନିକାଲ ସ୍ଥିତିର ମୂଲ୍ୟାଙ୍କନ ପାଇଁ ଆକ୍ରାନ୍ତଙ୍କୁ କୋରୋନା ସେଣ୍ଟର ପଠାଯିବ: ଦିଲ୍ଲୀ ସରକାର

କୋରୋନା ରୋଗୀଙ୍କୁ କ୍ଲିନିକାଲ ସ୍ଥିତିର ମୂଲ୍ୟାଙ୍କନ ପାଇଁ କୋରୋନା ଭାଇରସ କେୟାର ସେଣ୍ଟରକୁ ପଠାଯିବ । ଏନେଇ ରବିବାର ଦିଲ୍ଲୀ ସରକାର କହିଛନ୍ତି ।

author img

By

Published : Jun 21, 2020, 7:20 PM IST

corona
କ୍ଲିନିକାଲ ସ୍ଥିତିର ମୂଲ୍ୟାଙ୍କନ ପାଇଁ ଆକ୍ରାନ୍ତଙ୍କୁ କୋରୋନା ସେଣ୍ଟର ପଠାଯିବ

ନୂଆଦିଲ୍ଲୀ: କୋରୋନା ରୋଗୀଙ୍କୁ କ୍ଲିନିକାଲ ସ୍ଥିତିର ମୂଲ୍ୟାଙ୍କନ ପାଇଁ କୋରୋନା କେୟାର ସେଣ୍ଟରକୁ ପଠାଯିବ । ଏନେଇ ରବିବାର ଦିଲ୍ଲୀ ସରକାର କହିଛନ୍ତି ।

କୋରୋନା ଆକ୍ରାନ୍ତଙ୍କୁ କ୍ଲିନିକାଲ ଅବସ୍ଥା ଏବଂ ରୋଗର ଗମ୍ଭୀରତା ମୂଲ୍ୟାଙ୍କନ ପାଇଁ କୋରୋନା କେୟାର ସେଣ୍ଟରକୁ ପଠାଯିବ। ହୋମ ଆଇସୋଲେସନ ପାଇଁ ପର୍ଯ୍ୟାପ୍ତ ସୁବିଧା ସହ ଶାରୀରିକ ମୂଲ୍ୟାଙ୍କନ କରାଯିବ । ଯାହା ଦ୍ବାରା କ୍ଲଷ୍ଟର ମାମଲା ଅଞ୍ଚଳରେ ବିକଶିତ ହେବନାହିଁ ବୋଲି ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ଏକ ଆଦେଶରେ କହିଛନ୍ତି।

ଯଦି ହୋମ ଆଇସୋଲେସନ ପାଇଁ ପର୍ଯ୍ୟାପ୍ତ ସୁବିଧା ଅଛି ଏବଂ କ୍ଲିନିକାଲ୍ ଆକଳନ କରୁଥିବା ବ୍ୟକ୍ତିଙ୍କ କୌଣସି ଅସୁବିଧା ନାହିଁ । ତେବେ ରୋଗୀ ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ । ଏଭଳି କ୍ଷେତ୍ରରେ ତାଙ୍କୁ କୋରୋନା ସେଣ୍ଟରରେ ରହିବାକୁ କିମ୍ବା ଦେୟଯୁକ୍ତ ଆଇସୋଲେସନ ସେଣ୍ଟରର ରହିବାକୁ ଅଫର ଦିଆଯିବ । ଏଥିସହ ଅନ୍ୟ ରୋଗୀମାନେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ କୋରୋନା ସେଣ୍ଟରରେ ରହିବେ ।

ସରକାର କହିଛନ୍ତି ଯେ, ହୋମ ଆଇସୋଲେସନ ଥିବା ବ୍ୟକ୍ତିମାନେ ମନ୍ତ୍ରଣାଳୟର ହୋମ ଆଇସୋଲେସନ ନିର୍ଦ୍ଦେଶାବଳୀ ପାଳନ କରିବେ । ଏଥିସହ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗରେ ରହିବେ । କାରଣ ଆବଶ୍ୟକ ପଡିଲେ ଯଦି ସେମାନଙ୍କ ଅବସ୍ଥା ଖରାପ ହୁଏ ତେବେ ସେମାନଙ୍କୁ କୋରୋନା ମେଡିକାଲକୁ ସ୍ଥାନାନ୍ତର କରାଯିବ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 56 ହଜାର ପାର କରିଛି । ଏଥିସହ ବର୍ତ୍ତମାନ ଦିଲ୍ଲୀରେ 2112 ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.