ETV Bharat / bharat

ବିନା କୋଭିଡ-19 ଟେଷ୍ଟରେ ମୁମ୍ବାଇରୁ ଗୋଆ ଯାତ୍ରା କଲେ କୋରୋନା ଆକ୍ରାନ୍ତ

author img

By

Published : Jun 5, 2020, 4:24 PM IST

ବିନା କୋଭିଡ-19 ଟେଷ୍ଟରେ ମୁମ୍ବାଇ-ଗୋଆ ଯାତ୍ରା କଲେ କୋରୋନା ଆକ୍ରାନ୍ତ । ଲକ୍ଷଣ ଦେଖା ଦେବା ପରେ କରିଲେ ପରୀକ୍ଷା । ଅଧିକ ପଢନ୍ତୁ..

COVID-19 Patient Skips Test
ପ୍ରତିକାତ୍ମକ ଫଟୋ

ପାଣାଜୀ: କୋରୋନା ପରୀକ୍ଷା ନକରି ଗୋଆରେ ପ୍ରବେଶ କଲେ ଜଣେ ମହିଳା। ଏହି ଘଟଣାର ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ମହିଳା ମୁମ୍ବାଇରୁ ଆସିବା ପରେ ବାଧ୍ୟତାମୂଳକ କୋଭିଡ-19 ପରୀକ୍ଷାକୁ ଏଡ଼ାଇ ଯାଇଥିଲେ । ଏହାପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଗୁରୁବାର ଦିନ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଅଭିଯୋଗ କରିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା । ଫଳରେ ରିପୋର୍ଟ ପଜିଟିଭ ଆସିଥିଲା । ମହିଳା ଜଣକ ଉତ୍ତର ଗୋଆର କାଲାଙ୍ଗୁଟ୍ ସହରରେ ରହୁଥିଲେ ।

ଗୋଆରେ ପ୍ରବେଶ କରୁଥିବା ସମସ୍ତଙ୍କ ପାଇଁ କୋଭିଡ-19 ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସୀମା, ରେଳ ଷ୍ଟେସନ ଏବଂ ଡାବୋଲିମ୍ ବିମାନବନ୍ଦରରେ ସ୍ବାବ ନମୁନା ସଂଗ୍ରହ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, "ଏହା ସତ୍ୟ ଯେ ସେ ବିନା ପରୀକ୍ଷାରେ ରାଜ୍ୟରେ ପ୍ରବେଶ କରିଥିଲେ। ଲକ୍ଷଣ ଦେଖାଦେବା ତାଙ୍କୁ କୋଭିଡ-19 ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ଶୀଘ୍ର ତଦନ୍ତ କରାଯିବ । "

ପ୍ରତିଦିନ ଅତି କମରେ 3000 ଲୋକ ରାଜ୍ୟରେ ପ୍ରବେଶ କରୁଛନ୍ତି । ତେଣୁ ସେ କିପରି ପରୀକ୍ଷା ନକରି ମହିଳା ଜଣକ ପ୍ରବେଶ କଲେ ତାହା ଜାଣିବା କଷ୍ଟକର। ଗୁରୁବାର ଦିନ ଗୋଆରେ କୋଭିଡ-19 ର 166 ଟି ମାମଲା ରେକର୍ଡ କରାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.