ETV Bharat / bharat

କୋରୋନାରୁ ସୁସ୍ଥ ହେଲେ ଜଣେ, ଘରକୁ ଗଲେ ଆଉ ଜଣେ - କୋରୋନା

ଆସାମର ଡାରଙ୍ଗ ଜିଲ୍ଲାରେ ଭୁଲରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ବଦଳରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଘରକୁ ପଠାଇଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ପରେ ଭୁଲ ଜାଣିପାରି ତାଙ୍କୁ ଫେରାଇଅଣାଯାଇଥିଲା ।

କୋରୋନାରୁ ସୁସ୍ଥ ହେଲେ ଜଣେ ଘରକୁ ଗଲେ ଆଉ ଜଣେ
କୋରୋନାରୁ ସୁସ୍ଥ ହେଲେ ଜଣେ ଘରକୁ ଗଲେ ଆଉ ଜଣେ
author img

By

Published : Jun 13, 2020, 7:45 PM IST

ଗୌହାଟୀ: ସମାନ ଉଚ୍ଚାରଣର ନାଁକୁ ନେଇ ହଟହଟା ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଭୁଲରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ବଦଳରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଘରକୁ ପଠାଇଦିଆଯାଇଥିଲା । ପରେ ଭୁଲ ଜାଣିପାରି ତାଙ୍କୁ ଫେରାଇ ଅଣାଗଲା । ଆସାମର ଡାରଙ୍ଗ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

କୋରୋନାରୁ ସୁସ୍ଥ ହେଲେ ଜଣେ ଘରକୁ ଗଲେ ଆଉ ଜଣେ
କୋରୋନାରୁ ସୁସ୍ଥ ହେଲେ ଜଣେ ଘରକୁ ଗଲେ ଆଉ ଜଣେ

ସୂଚନା ମୁତାବକ, ଆସାମ ଡାରଙ୍ଗ ଜିଲ୍ଲାର ସିଭିଲ ହସ୍ପିଟାଲରେ 2 ଦିନ ତଳଏ 14 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ସେମାନଙ୍କୁ ଡିସ୍‌ଚାର୍ଜ ଦେବାପାଇଁ ସେମାନଙ୍କ ତାଲିକା ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିଲା । ତେବେ ତାଲିକାରେ ହମିଦ୍‌ ଅଲ୍ଲୀ ସୁସ୍ଥ ହୋଇଥିବା ଦର୍ଶାଯାଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଭୁଲବଶତଃ ସମାନ ନାମ ଉଚ୍ଚାରଣ ହେଉଥିବା ହନିଫ ଅଲ୍ଲୀଙ୍କୁ ଘରକୁ ପଠାଇଦେଇଥିଲେ । ହନିଫ ଅଲ୍ଲୀ ସେହି ଡାକ୍ତରଖାନାରେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।

ତେବେ ଘଟଣା ସମ୍ପର୍କରେ ଅବଗତ ହେବାପରେ ହସ୍ପିଟାଲ ପକ୍ଷରୁ ତୁରନ୍ତ ଏହି ଭୁଲକୁ ସୁଧାରି ଦିଆଯାଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ପଠାଇ ହନିଫ ଅଲ୍ଲୀଙ୍କୁ ମେଡିକାଲକୁ ଫେରାଇ ଆଣିଥିଲେ । ତେବେ ସୌଭାଗ୍ୟବଶତଃ ହନିଫ ଅଲ୍ଲୀଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା । ଏହାପରେ ତାଙ୍କୁ ମଧ୍ୟ ହସ୍ପିଟାଲରୁ ଛୁଟି ଦିଆଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.