ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଏହା ମଧ୍ୟରେ ଜଣେ କୋରୋନା ରୋଗୀ ଦିଲ୍ଲୀ ଏମ୍ସ ଟ୍ରମା ସେଣ୍ଟରର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।
ଏହି ଘଟଣାରେ ରୋଗୀ ଜଣଙ୍କ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବୋଲି ଦକ୍ଷିଣପୂର୍ବ ଡିସିପି ଦେବେନ୍ଦର ଆର୍ଯ୍ୟ କହିଛନ୍ତି ।
ସେହିପରି ଗତ ରବିବାର ପଶ୍ଚିମବଙ୍ଗର ନିବାସୀ ଜଣେ କୋରୋନା ନେଗେଟିଭ ଯୁବକ କୋରୋନା ଡରରେ ହାଇଦ୍ରାବାଦର ହୁସେନ ସାଗରକୁ ଡେଇଁ ପଡିଥିଲେ ।
ପ୍ରକାଶ ଥାଉକି, କୋରୋନା ମାମଲାରେ ସର୍ବାଧିକ ପ୍ରବାହିତ ରାଜ୍ୟମାନଙ୍କ ମଧ୍ୟରୁ ଦିଲ୍ଲୀ ଅନ୍ୟତମ । ଦିଲ୍ଲୀରେ ବର୍ତ୍ତମାନ 1 ଲକ୍ଷ ପାଖାପାଖି କୋରୋନା ମାମଲା ରହିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 71,339 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 3067 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।