ETV Bharat / bharat

ଏକ ମାସରେ 406 ଜଣଙ୍କୁ ସଂକ୍ରମିତ କରିପାରନ୍ତି କୋରୋନା ଆକ୍ରାନ୍ତ ବ୍ୟକ୍ତି: ICMR ରିପୋର୍ଟ - କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ

କୋରୋନା ଭାଇରସ ଦ୍ବାରା ସଂକ୍ରମିତ ବ୍ୟକ୍ତି ଯଦି ଲକଡାଉନ ଓ ସାମାଜିକ ଦୂରତା ନିୟମ ପାଳନ ନ କରନ୍ତି ତେବେ ସେ 30 ଦିନ ମଧ୍ୟରେ 406 ଜଣ ଲୋକଙ୍କୁ ସଂକ୍ରମିତ କରିପାରିବେ । ଅଧିକ ପଢନ୍ତୁ...

COVID-19 patient can infect 406 people in 30 days if he doesn't follow lockdown, social distancing norms: ICMR study
ଏକ ମାସରେ 406 ଜଣଙ୍କୁ ସଂକ୍ରମିତ କରିପାରନ୍ତି କୋରୋନା ଆକ୍ରାନ୍ତ ବ୍ୟକ୍ତି:ICMR ରିପୋର୍ଟ
author img

By

Published : Apr 7, 2020, 7:17 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ଦ୍ବାରା ସଂକ୍ରମିତ ବ୍ୟକ୍ତି ଯଦି ଲକଡାଉନ ଓ ସାମାଜିକ ଦୂରତା ନିୟମ ପାଳନ ନ କରନ୍ତି ତେବେ ସେ 30 ଦିନ ମଧ୍ୟରେ 406 ଜଣ ଲୋକଙ୍କୁ ସଂକ୍ରମିତ କରିପାରିବେ । ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ‘ଯଦି ଜଣେ ବ୍ୟକ୍ତି ଲକଡାଉନ ଏବଂ ସାମାଜିକ ଦୂରତା ନୀତି ଅନୁସରଣ ନ କରନ୍ତି, ତେବେ ସେ 30 ଦିନରେ 406 ଜଣଙ୍କୁ ସଂକ୍ରମିତ କରିପାରନ୍ତି ।’ ତଥାପି ଯଦି ସାମାଜିକ ସଂପର୍କ 75% ହ୍ରାସ ହୁଏ, ତେବେ ସେହି ସଂକ୍ରମିତ ବ୍ୟକ୍ତି ମାତ୍ର 2.5 ଲୋକଙ୍କୁ ସଂକ୍ରମିତ କରିପାରନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଲକଡାଉନ ଓ ସାମାଜିକ ଦୂରତା ପଦକ୍ଷେପ ଅନୁସରଣ କରିବାକୁ ଆପଣ ସମସ୍ତଙ୍କୁ ନିବେଦନ କରୁଛୁ । ଏହା ହିଁ କୋରୋନା ମୁକାବିଲା କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ହସ୍ତକ୍ଷେପ ବୋଲି ଆମେ ବୁଝିବା ଦରକାର ।’

ଏହା ସହ ସଂକ୍ରମଣ ପରିଚାଳନାରେ ‘ସାମାଜିକ ଦୂରତା ହେଉଛି ସାମାଜିକ ଟିକା’ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉକ୍ତିକୁ ଲବ ଅଗ୍ରୱାଲ ଉଦ୍ଧାର କରି ପ୍ରକାଶ କରିଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ COVID-19ର 354ଟି ନୂତନ ମାମଲା ସହ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଦେଶରେ ମୋଟ କୋରୋନା ପଜିଟିଭ ସଂଖ୍ୟା 4,421କୁ ବୃଦ୍ଧି ପାଇଥିବା ସେ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.