ETV Bharat / bharat

ଆଇସୋଲେସନ ୱାର୍ଡରେ ପରିଣତ ହେଲା ଉତ୍ତର ରେଳର 16 ଯାତ୍ରୀବାହୀ କୋଚ

author img

By

Published : Mar 31, 2020, 7:39 AM IST

କୋଭିଡ -19 ବିରୋଧରେ ଲଢିବା ପାଇଁ ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ସମସ୍ତ ଉତ୍ତର ରେଳ କର୍ମଶାଳାରେ କାର୍ଯ୍ୟ ଚାଲିଛି । ଅଧିକ ପଢନ୍ତୁ...

Covid-19
16ଟି ଯାତ୍ରୀବାହୀ କୋଚ ଆଇସୋଲେସନ ୱାର୍ଡରେ ହେଲା ପରିଣତ

ନୂଆଦିଲ୍ଲୀ: ନୋଭେଲ କୋରୋନା ଭାଇରସର ବିସ୍ତାର ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ନେଇ ପ୍ରୟାସ ଆରମ୍ଭ କରିଛି ଉତ୍ତର ରେଳ। ରେଳ ବିଭାଗ ପକ୍ଷରୁ 16ଟି ଯାତ୍ରୀବାହୀ କୋଚକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଛି।

ଉତ୍ତର ରେଳବାଇର ମୁଖପାତ୍ର ଦୀପକ କୁମାର କହିଛନ୍ତି, "କୋଭିଡ -19 ବିରୋଧରେ ଲଢିବା ପାଇଁ ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ସମସ୍ତ ଉତ୍ତର ରେଳ କର୍ମଶାଳାରେ କାର୍ଯ୍ୟ ଚାଲିଛି । ବର୍ତ୍ତମାନ 16 ଟି ଏଲଏଚବି ବଗି (କୋଚ) କୁ ସନ୍ଦିଗ୍ଧ କୋରୋନା ଆକ୍ରାନ୍ତଙ୍କ ପାଇଁ ଆଇସୋଲେସନ ଓ୍ବାର୍ଡରେ ପରିବର୍ତ୍ତିନ କରାଯାଉଛି । ଏହି ଦୁଇଟି ରେକ୍, ଅର୍ଥାତ୍ 20 LHB AC- ରହିତ କୋଚ୍ 31 ମାର୍ଚ୍ଚ ସନ୍ଧ୍ୟା ସୁଦ୍ଧା ପ୍ରସ୍ତୁତ ହୋଇଯିବ ।

ସେ ଆହୁରି କହିଛନ୍ତି ଯେ, ମଙ୍ଗଳବାର ସୁଦ୍ଧା ଆଇସିଏଫର ଦୁଇଟି ବଗି ଆଲାମବାଗ କର୍ମଶାଳାରେ ଆଇସୋଲେସନ କୋଚରେ ପରିଣତ କରାଯିବ। କୁମାର କହିଛନ୍ତି ଯେ 10 ଟି ବଗି ମଧ୍ୟରୁ ଗୋଟିଏ ରେକ୍ ଏକ ସପ୍ତାହ ମଧ୍ୟରେ ଆଇସୋଲେସନରେ ରୂପାନ୍ତରିତ ହେବ । ସେ କହିଛନ୍ତି ଯେ କରୋନା ଭାଇରସ ବିରୋଧରେ ଲଢେଇ ପାଇଁ ଉତ୍ତର ରେଳ ଉତ୍ତମ ସମନ୍ବୟ ପାଇଁ ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ଅଛି ।

କୁମାର କହିଛନ୍ତି ଯେ ଉତ୍ତର ରେଳବାଇର କର୍ମଶାଳାରେ ସାନିଟାଇଜର, ଫେସ୍ ମାସ୍କ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ ଜୋରସୋରରେ ଚାଲିଛି, ଯେଉଁଥିରେ ପ୍ରତିଦିନ 700 ଲିଟର ସାନିଟାଇଜର ଉତ୍ପାଦନ କରିବାର କ୍ଷମତା ରହିଛି । କୁମାର ଏହା ମଧ୍ୟ କହିଛନ୍ତି ଯେ ଉତ୍ତର ରେଳର ଦୁଇଟି କୋଚ୍ କର୍ମଶାଳା ପ୍ରତିଦିନ 700 ଫେସ୍ ମାସ୍କ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ । ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ରେଳବାଇ ଦ୍ୱାରା 1600 ଫେସ୍ ମାସ୍କ ପ୍ରସ୍ତୁତ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.