ETV Bharat / bharat

କୋଭିଡ-୧୯ ଟୀକା ଓ ଔଷଧ ବିକାଶ ପାଇଁ ଏନଆଇଏଚର ଘୋଷଣା - COVID-19 vaccine and treatment

କୋଭିଡ-୧୯ ମହାମାରୀକୁ ରୋକିବାକୁ ଆବଶ୍ୟକ ଟୀକା ଏବଂ ଚିକିତ୍ସା ପ୍ରକ୍ରିୟା ଉଦ୍ଭାବନ କରିବାକୁ ସରକାରୀ-ଘରୋଇ ମିଳିତ ଉଦ୍ୟମରେ ଗବେଷଣା ପାଇଁ ଅଣ୍ଟା ଭିଡିଛି ଜାତୀୟ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ (ଏନ୍‌ଆଇଏଚ୍‌)। ଏଥିପାଇଁ ଗବେଷକ ଓ ୧୬ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ମଧ୍ୟରେ ଚୁକ୍ତି କରାଯାଇଛି । ସେମାନେ ଏହି କ୍ଷେତ୍ରରେ ଗବେଷଣା ପ୍ରକ୍ରିୟାକୁ ସଂଯୋଜନା କରିବା ସହ ଟୀକା ଏବଂ ଔଷଧ ଉଦ୍ଭାବନ ପ୍ରକ୍ରିୟାକୁ ତ୍ଵରାନ୍ବିତ କରିବେ ବୋଲି ଆଶା କରାଯାଇଛି ।

COVID-19: NIH announces efforts to accelerate development of vaccine and treatment
କୋଭିଡ-୧୯ ଟୀକା ଓ ଔଷଧ ବିକାଶ ପାଇଁ ଏନଆଇଏଚର ଘୋଷଣା
author img

By

Published : Apr 21, 2020, 1:26 AM IST

କୋରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ଚିକିତ୍ସା ପଦ୍ଧତ୍ତି ଏବଂ ଟୀକା ବିକାଶ କରିବାକୁ ଯୋଜନାବଦ୍ଧ ଉଦ୍ୟମ କରିଛି ଜାତୀୟ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ( ଏନ୍‌ଆଇଏଚ୍‌)। ପାରଙ୍ଗମ ଗବେଷକ ଓ ୧୬ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ସହ ଅନୁଷ୍ଠାନ ମିଳିତ ଭାବେ କାମ କରିବାକୁ ଘୋଷଣା କରିଛି । ଏକ ସଂଯୋଜିତ ଢଙ୍ଗରେ ଗବେଷଣା ପ୍ରକ୍ରିୟାକୁ ତ୍ଵରାନ୍ବିତ କରିବା ଲାଗି ପ୍ରତିଷ୍ଠାନ ପକ୍ଷରୁ ଏହି ସରକାରୀ-ଘରୋଇ ମିଳିତ ଉଦ୍ୟମକୁ ଆପଣା ଯାଇଛି ।

ଏହି ନୂତନ ପ୍ରକଳ୍ପର ନାଁ ରହିଛି ଆକ୍ସିଲରେଟିଂ କୋଭିଡ୍‌-୧୯ ଥେରାପ୍ୟୁଟିକ୍‌ ଇଣ୍ଟରଭେନ୍ସନ୍ ଆଣ୍ଡ ଭ୍ୟାକ୍ସିନ୍‌ ବା ସଂକ୍ଷେପରେ ଆକ୍ଟିଭ୍‌ । କୋଭିଡ୍‌-୧୯ ମହାମାରୀକୁ ରୋକ୍‌ ଦେବା ଲାଗି ଯଥାର୍ଥ କ୍ଷମତା ରଖିଥିବା ଔଷଧ ଏବଂ ଟୀକା ଆବିଷ୍କାର କରିବା କ୍ଷେତ୍ରରେ ଗବେଷଣାକୁ ପ୍ରାଥମିକତା ଦେବା ଲାଗି ଏହି ଯୌଥ ଉଦ୍ୟମକୁ ଗ୍ରହଣ କରାଯାଇଛି ।

ବିଶ୍ଵସ୍ତରରେ ଯେଉଁ କୋଭିଡ୍-୧୯ ମହାମାରୀ ସୃଷ୍ଟି ହୋଇଛି ତାହାକୁ ଅନ୍ତ କରିବା ଲାଗି ଏକ ବିବାଦ ବିହୀନ ସଂଯୋଜିତ ଏବଂ ମିଳିତ ଗବେଷଣା ପରିସର ସୃଷ୍ଟି କରିବା ପାଇଁ ଏବେ ସମୟ ଆସିଛି । ଏହାଦ୍ଵାରା ଏକ ପ୍ରତିଶୃତି ସମ୍ପନ୍ନ ଯଥାର୍ଥ ଟୀକା ଏବଂ ଔଷଧ ତିଆରି ହୋଇପାରିବ ବୋଲି ଏନ୍‌ଆଇଏଚ୍‌ ନିର୍ଦ୍ଦେଶକ ଫ୍ରାନ୍ସିସ୍‌ କଲିନ୍‌ସ ଏକ ପ୍ରେସ୍‌ ବାର୍ତ୍ତାରେ ଜଣାଇଛନ୍ତି।

ଏହି ଯୌଥ ଉଦ୍ୟମକୁ ଏନ୍‌ଆଇଏଚ୍‌ ନେତୃତ୍ଵ ଦେବ। ଏହାର ପ୍ରସ୍ତୁତି, ପରୀକ୍ଷା ଏବଂ ପ୍ରତିକ୍ରିୟା ଲାଗି ପ୍ରତିଷ୍ଠାନର ସହକାରୀ ସଚିବଙ୍କ ସ୍ଵାସ୍ଥ୍ୟ ଓ ମାନବ ସେବା କାର୍ଯ୍ୟାଳୟ କାର୍ଯ୍ୟ କରିବ । ସେହିପରି ଏହି ଉଦ୍ୟମରେ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ କେନ୍ଦ୍ର, ୟୁଏସ୍‌ ଫୁଡ୍‌ ଓ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଏବଂ ୟୁରୋପୀୟ ମେଡିସିନ୍‌ ଏଜେନ୍ସି ପ୍ରଭୃତି ଅଂଶୀଦାର ହେବେ ।

ଏହା କୋଭିଡ-୧୯ କମ୍ପାଉଣ୍ଡର ପରୀକ୍ଷଣ ଲାଗି ଗବେଷକଙ୍କୁ ଏକ ସ୍ଥିରୀକୃତ ମେଥଡ୍‌ ଓ ମଡେଲ୍‌ ପ୍ରଦାନ କରିବ । ଗବେଷକମାନଙ୍କୁ ଉଚ୍ଚସ୍ତରୀୟ ଗବେଷଣାଗାର ମଧ୍ୟ ଏହି ଯୋଜନାରେ ଯୋଗାଇ ଦିଆଯିବ। ସର୍ବଶେଷରେ ଏହି ଉଦ୍ୟମ ସମସ୍ତ କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ଏକ ଯୁଗ୍ମ ନିୟନ୍ତ୍ରଣ ଅନୁଷ୍ଠାନ ସ୍ଥାପନ କରିବ ବୋଲି ଏନ୍‌ଆଇଏଚ୍‌ ପକ୍ଷରୁ କୁହାଯାଇଛି । ଏହି ମିଳିତ ଅନୁଷ୍ଠାନ ଔଷଧ ବାବଦରେ ଗବେଷଣା କରି କେଉଁ ମେଡିସିନ୍‌କୁ ଚିକିତ୍ସା ପାଇଁ ପ୍ରାଥମିକତା ଦିଆଯିବ ଏବଂ କେଉଁ ମେଡିସିନ୍‌କୁ ଚିକିତ୍ସା ଲାଗି ଗ୍ରହଣ କରାଯିବ ନାହିଁ ତାହା ସ୍ଥିର କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.