ETV Bharat / bharat

ଲକଡାଉନ ଉଲ୍ଲଂଘନ: ତାମିଲନାଡୁରେ ଏଯାବତ୍ 5 ଲକ୍ଷରୁ ଊର୍ଦ୍ଧ୍ବ ମାମଲା ରୁଜୁ, 8 କୋଟି ଫାଇନ ଆଦାୟ

ତାମିଲନାଡୁ ସରକାରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଲକଡାଉନ ନିୟମ ଉଲ୍ଲଂଘନ ମାମଲାରେ 8 କୋଟିରୁ ଅଧିକ ଜୋରିମାନା ଆଦାୟ ହୋଇଛି । ଏହାସହ 5,08,263 ସଂଖ୍ୟକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ବୋଲି ରାଜ୍ୟ ପୋଲିସ କହିଛି ।

author img

By

Published : May 28, 2020, 11:16 PM IST

ଲକଡାଉନ ଉଲ୍ଲଂଘନ
ଲକଡାଉନ ଉଲ୍ଲଂଘନ

ଚେନ୍ନାଇ: ସାରା ଦେଶରେ କୋରୋନା କଟକଣା ଜାରି ରହଛି । ଲକଡାଉନ 4.0ରେ ସାମାନ୍ୟ କୋହଳ ରହିଛି । ଏହି ଲକଡାଉନ ଅବଧି ମଧ୍ୟରେ କଟକଣା ଉଲ୍ଲଂଘନ କରିବା ମାମଲା ସଂଖ୍ୟା ମଧ୍ୟ କିଛି କମ ନୁହେଁ । ତାମିଲନାଡୁ ସରକାରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଲକଡାଉନ ନିୟମ ଉଲ୍ଲଂଘନ ମାମଲାରେ 8 କୋଟିରୁ ଅଧିକ ଜୋରିମାନା ଆଦାୟ ହୋଇଛି । ଏହାସହ 5,08,263 ସଂଖ୍ୟକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ବୋଲି ରାଜ୍ୟ ପୋଲିସ କହିଛି ।

ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗକାରୀଙ୍କ ଉପରେ ଏପର୍ଯ୍ୟନ୍ତ 8.36 କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି ଏବଂ 4,27,689 ଗାଡି ଜବତ କରାଯାଇଛି ବୋଲି ପୋଲିସ ପ୍ରକାଶ କରିଛି । ଉଲ୍ଲଂଘନ ଅଭିଯୋଗରେ 35 ଟି ଚକିଆ ଯାନ, 21 ଟି ଅଟୋରିକ୍ସା ଏବଂ ପାଞ୍ଚଟି ହାଲୁକା ମୋଟର ଯାନ ଜବତ କରାଯାଇଛି ।

ଏକ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତ୍ରା ପାଇଁ ଅନୁମତି ଆବଶ୍ୟକ ଏବଂ ଲୋକଙ୍କୁ ସରକାରୀ ପୋର୍ଟାଲ୍ (ଟିନ୍ ଇ-ପାସ୍) ମାଧ୍ୟମରେ ଆବେଦନ କରିବାକୁ ପଡିବ । କୋଏମ୍ବାଟୁର ସମେତ 25 ଟି ଜିଲ୍ଲାରେ ଅଧିକ କୋହଳ ମିଳିଥିବାବେଳେ ଚେନ୍ନାଇ ସମେତ 12 ଟି ଜିଲ୍ଲାରେ ଅଧିକ ସଂଖ୍ୟକ କୋରୋନା ଭାଇରସ ମାମଲାକୁ ଦୃଷ୍ଟିରେ ରଖି କଡା ପ୍ରତିବନ୍ଧକ ରହିଛି ।

ରାଜପଥରେ ପୋଲିସ ଚେକପୋଷ୍ଟ, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପ୍ରମୁଖ ଛକଗୁଡିକ ଜନସାଧାରଣଙ୍କ ଗତିବିଧି ଉପରେ ନଜର ରଖିବା ଜାରି ରଖିଛନ୍ତି ଏବଂ ପାଟ୍ରୋଲିଂ ମଧ୍ୟ ରାଜ୍ୟରେ ବନ୍ଦ ରହିଛି । ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ମେ 31ରେ ଶେଷ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.