ETV Bharat / bharat

ମାସ୍କ ଦିବସ ପାଳିଲା କର୍ଣ୍ଣାଟକ - ‘ମାସ୍କ ଦିବସ’

ମାସ୍କ ଦିବସ ପାଳିଲା କର୍ଣ୍ଣାଟକ । ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରପ୍ପା କହିଛନ୍ତି, କୋରୋନା ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ମାସ୍କ ପିନ୍ଧିବାର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପଦଯାତ୍ରା ଆୟୋଜନ କରିଛନ୍ତି ।

_mask day
ଆଜି ‘ମାସ୍କ ଦିବସ’ ପାଳୁଛି କର୍ଣ୍ଣାଟକ
author img

By

Published : Jun 18, 2020, 10:16 PM IST

ବେଙ୍ଗାଲୁରୁ: ମାସ୍କ ଦିବସ ପାଳିଲା କର୍ଣ୍ଣାଟକ । ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରପ୍ପା କହିଛନ୍ତି, କୋରୋନା ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ମାସ୍କ ପିନ୍ଧିବାର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପଦଯାତ୍ରା ଆୟୋଜନ କରିଛନ୍ତି । ଆଜି ଆମେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମାସ୍କ ଦିବସ ପାଳନ କରୁଛୁ ବୋଲି ୟେଦିରପ୍ପା ଗଣମାଧମମକୁ କହିଛନ୍ତି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର କଳାକାର ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରିଥିଲେ । ଯେଉଁମାନେ ସାମାଜିକ ଦୂରତା ବଜାୟ ରଖୁନଥିବେ ସେମାନଙ୍କ ବିରୋଧରେ ଆମେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ 200 ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7530 ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 94 ଜଣ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.