ETV Bharat / bharat

ଅଗଷ୍ଟ 2 ଯାଏଁ କର୍ଣ୍ଣାଟକରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକଡାଉନ - କୋରୋନା ମାମଲା

ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକଡାଉନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

lockdown
ଅଗଷ୍ଟ 2 ଯାଏଁ କର୍ଣ୍ଣାଟକରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକଡାଉନ
author img

By

Published : Jul 5, 2020, 1:09 PM IST

ବେଙ୍ଗାଲୁରୁ: ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକଡାଉନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଲକଡାଉନ ସମୟରେ ଅତ୍ୟାବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ପୂର୍ବରୁ ସ୍ଥିର ହୋଇଥିବା ବିବାହ ଉତ୍ସବକୁ ମଧ୍ୟ ରବିବାର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁମତି ଦିଆଯିବ ।

ଗତ ଶନିବାର ରାଜ୍ୟ ସରକାର ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି) ଅଧୀନରେ ଲକଡାଉନ ଘୋଷଣା କରିଛନ୍ତି । ଗତ ଶନିବାର ସନ୍ଧ୍ୟା 8ଟାରୁ ଏହି ଲକଡାଉନ ଲାଗୁ ହୋଇଥିବାବେଳେ ସୋମବାର ଭୋର 5ଟା ପର୍ଯ୍ୟନ୍ତ ଏହା ଜାରି ରହିବ ।

ପ୍ରକାଶ ଥାଉକି, ବର୍ତ୍ତମାନ କର୍ଣ୍ଣାଟକରେ 19,710 କୋରୋନା ଆକ୍ରାନ୍ତ ଥିବାବେଳେ 293 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.