ETV Bharat / bharat

ଶିଶୁଙ୍କ ଉପରେ କୋଭିଡ ୧୯ର ଭୟଙ୍କର ପ୍ରଭାବ

author img

By

Published : Apr 21, 2020, 12:06 AM IST

ମହାମାରୀ ଯୋଗୁଁ ବିଶ୍ବର ୧.୫ ବିଲିୟନ ଶିଶୁଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ଏହାର ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ରହିଛି । ଅଧିକ ପଢନ୍ତୁ...

COVID 19 have catastrophic effects on children
ଶିଶୁଙ୍କ ଉପରେ କୋଭିଡ ୧୯ର ଭୟଙ୍କର ପ୍ରଭାବ

କୋଭିଡ ୧୯ ମହାମାରୀ ବିଶ୍ବବ୍ୟାପୀ ଶିଶୁମାନଙ୍କ ଉପରେ ଭୟଙ୍କର ପ୍ରଭାବ ପକାଇଛି । ଜାତିସଂଘର ଶିଶୁ ପାଣ୍ଠି ସଂସ୍ଥା ପୁଣି ଥରେ ଦୋହରାଇଛି ଯେ ମହାମାରୀ ଦ୍ବାରା ଶିଶୁମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ବିଶ୍ବ ଏହି ମହାମାରୀର ନୂଆ ମାମଲା ଓ ମୃତ୍ୟୁସଂଖ୍ୟା ଉପରେ ଆତଙ୍କିତ ଭାବେ ନଜର ରଖିଥିଲାବେଳେ ଶିଶୁମାନଙ୍କ ଅବସ୍ଥା ଉପରେ କାହାରି ଦୃଷ୍ଟି ପଡୁନାହିଁ ବୋଲି ୟୁନିସେଫ ଅଧିକାରୀ ଲରେନ୍‌ସ ଚାଣ୍ଡି କହିଛନ୍ତି । ଲରେନ୍‌ସ ଅଫିସ ଅଫ ଗ୍ଲୋବାଲ୍ ଇନସାଇଟ୍ ଆଣ୍ଡ୍ ପଲିସି, ୟୁନିସେଫର ନିର୍ଦ୍ଦେଶକ ଅଛନ୍ତି । ମହାମାରୀର ପ୍ରଭାବ କେବଳ ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ ସୀମିତ ନାହିଁ, ବରଂ ଶିକ୍ଷା, ସୁରକ୍ଷା ଓ ଦାରିଦ୍ର‌୍ୟ ଭଳି ବିଭିନ୍ନ ଦିଗକୁ ପ୍ରଭାବିତ କରିଛି ବୋଲି ଉଲ୍ଲେଖ କରିଛନ୍ତି ଲରେନ୍ସ ଚାଣ୍ଡି ।

ମହାମାରୀ ଯୋଗୁଁ ସୃଷ୍ଟି ହେବାକୁ ଥିବା ଅର୍ଥନୈତିକ ସଂକଟ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଚାଣ୍ଡି । ବିଶ୍ବର ୧୭୦ଟି ଦେଶରେ ହାରାହାରି ଆୟର ସ୍ତର ଏବର୍ଷ ହ୍ରାସ ପାଇବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି- ଆଇଏମଏଫ ରିପୋର୍ଟର ଉଦାହରଣ ଦେଇ କହିଛନ୍ତି ଚାଣ୍ଡି । ବିଶ୍ବର ୧୭୦ଟି ଦେଶରେ ହାରାହାରି ଆୟ କମିବ ବୋଲି ଗତ ସପ୍ତାହରେ ଜାରି ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା ଆଇଏମଏଫ୍ । ଆୟ ହ୍ରାସ ହେଲେ ଗରିବ ପରିବାରଗୁଡିକର ସ୍ବାସ୍ଥ୍ୟ ଓ ଖାଦ୍ୟ ଉପରେ ହେଉଥିବା ଖର୍ଚ୍ଚ ବି କମିଯିବ । ଆଉ ଏହାଦ୍ବାରା ଶିଶୁମାନଙ୍କ ପାଇଁ ଗମ୍ଭୀର ସମସ୍ୟା ଉପୁଜିବ ବୋଲି କହିଛନ୍ତି ଲରେନ୍‌ସ ଚାଣ୍ଡି ।

ମହାମାରୀ ଯୋଗୁଁ ବିଶ୍ବର ୧.୫ ବିଲିୟନ ଶିଶୁଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି ବା ବନ୍ଦ ରହିଛି । ଏହାର ପ୍ରତିକୂଳ ପ୍ରଭାବ ପଡିବ ବୋଲି ସେ ଆଶଙ୍କା କରିଛନ୍ତି । ଘରୋଇ ହିଂସାର ଇତିହାସ ଥିବା ପରିବାରଗୁଡିକର ଶିଶୁମାନଙ୍କ ଅବସ୍ଥା ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାଣ୍ଡି । ଏଭଳି ପରିବାରର ଶିଶୁମାନେ ଏବେ ଘରେ ହିଁ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି । କୋରୋନା ମହାମାରୀର ପ୍ରଭାବ ନେଇ ଚାଣ୍ଡି କହିଛନ୍ତି ଯେ ଏବର୍ଷ ହଜାର ହଜାର ଅତିରିକ୍ତ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ହୋଇପାରେ ବୋଲି ୟୁନିସେଫ ଅନୁମାନ କରୁଛି । ମହାମାରୀ ଯୋଗୁଁ ଶିଶୁଙ୍କ ବିକାଶ ଗତି ବାଧାପ୍ରାପ୍ତ ହୋଇଛି । ତେଣୁ ଲକ୍ଷ୍ୟ ହାସଲ ନହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ଏହାର ପରିଣାମଠାରୁ ଦୂରେଇ ରହିବା ଜରୁରୀ ବୋଲି ଚାଣ୍ଡି କହିଛନ୍ତି । ବ୍ୟାପକ ସାମାଜିକ ସହାୟତା ଦ୍ବାରା ହିଁ ଦେଶମାନେ ଗରିବ ପରିବାରମାନଙ୍କ ରକ୍ଷା କରିପାରିବେ ବୋଲି କହିଛନ୍ତି ୟୁନିସେଫ ଅଧିକାରୀ । କୋଭିଡ ୧୯ ଏକ ବିଶ୍ବ ସଙ୍କଟ ହେଲେ ମଧ୍ୟ ଏହାର ପ୍ରଭାବ ସମାନ ଭାବେ ଅନୁଭୂତ ହେବ ନାହିଁ । କାରଣ ଶରଣାର୍ଥୀ, ଦେଶାନ୍ତରୀ, ବିସ୍ଥାପିତ, ଦିବ୍ୟାଙ୍ଗ ଓ ବସ୍ତିବାସିନ୍ଦାଙ୍କ ପିଲାମାନେ ମହାମାରୀ ଦ୍ବାରା ଅଧିକ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । ତେଣୁ ବିଭିନ୍ନ ଦେଶର ସରକାରମାନେ ଲକଡାଉନ ବେଳେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ସବୁ ସେବା ଜାରି ରଖିବା ଉପରେ ପ୍ରାଥମିକତା ଦେବା ଦରକାର ବୋଲି ଲରେନ୍‌ସ ଚାଣ୍ଡି କହିଛନ୍ତି । ବିଶେଷ କରି ସେମାନଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.