ETV Bharat / bharat

କୋଭିଡ-19 ଚିକିତ୍ସା ବିକଳ୍ପକୁ ତ୍ବରିତ କରିବା ପାଇଁ ନୂତନ ଗାଇଡଲାଇନ ଜାରି କଲା FDA

author img

By

Published : May 15, 2020, 12:47 AM IST

କୋଭିଡ-19 ପ୍ରତିରୋଧ ଏବଂ ଚିକିତ୍ସା ବିକଳ୍ପ ଗୁଡିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁସନ୍ଧାନକାରୀଙ୍କ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ(ଏଫଡିଏ) ।

COVID-19: FDA issues new guidelines to speed up development of treatment options
କୋଭିଡ-19 ଚିକିତ୍ସା ବିକଳ୍ପକୁ ତ୍ବରିତ କରିବା ପାଇଁ ନୂତନ ଗାଇଡଲାଇନ ଜାରି କଲା FDA

ହାଇଦ୍ରାବାଦ: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ(ଏଫଡିଏ) ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ଏହି ନିର୍ଦ୍ଦେଶାବଳୀରେ କୋରୋନା ଭାଇରସ ପ୍ରତିରୋଧ ଏବଂ ଚିକିତ୍ସାର ବିକାଶ ପାଇଁ କାର୍ଯ୍ୟ କରୁଥିବା ଅନୁସନ୍ଧାନକାରୀଙ୍କ ପାଇଁ ଏକ ସୁପାରିଶ ରହିଛି ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଅନୁସନ୍ଧାନକାରୀମାନେ ନୂତନ ଔଷଧ ଏବଂ ଜୈବିକ ଉତ୍ପାଦଗୁଡିକ ପାଇଁ ଅଧ୍ୟୟନ ସମ୍ବନ୍ଧରେ ଆବେଦନପତ୍ର ଦାଖଲ କରିବେ । ଏଥିସହ କୋରୋନା ଭାଇରସ ପାଇଁ ଏହି ଡାକ୍ତରୀ ଦ୍ରବ୍ୟର କ୍ଲିନିକାଲ୍ ପରୀକ୍ଷଣକୁ ଡିଜାଇନ କରିବା ପାଇଁ ଅଧିକ ଦକ୍ଷ ଏବଂ ବାହ୍ୟରେଖା ପାଇଁ ସୁପାରିଶ କରିବେ ।

ଏଫଡିଏ କମିଶନର ଷ୍ଟିଫେନ୍ ଏମ୍ ହାନ କହିଛନ୍ତି ଯେ, କୋଭିଡ 19 ପାଇଁ ପ୍ରତିରୋଧ ଏବଂ ଚିକିତ୍ସା ବିକଳ୍ପ ଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କର୍ମଚାରୀମାନେ ବିଶ୍ୱର ସର୍ବୋତ୍ତମ ଉଦ୍ଭାବକ ଏବଂ ଅନୁସନ୍ଧାନକାରୀଙ୍କ ସହ ଦିନରାତି କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଏଫଡିଏର ସର୍ବୋଚ୍ଚ ପ୍ରାଥମିକତା ହେଉଛି, 'ନିରାପଦ ଏବଂ ପ୍ରଭାବଶାଳୀ ଥେରାପିଗୁଡିକର ଅନୁସନ୍ଧାନକୁ ତ୍ୱରାନ୍ୱିତ କରିବା । ଯାହା ମହାମାରୀ କୋଭିଡ-19 ଦ୍ବାରା ପ୍ରଭାବିତ ଲୋକଙ୍କୁ ଉପକୃତ କରିପାରିବ । ତେବେ ଆମର ନିୟାମକ ନମନୀୟତାକୁ ବୃଦ୍ଧି କରିବା ଏବଂ ଏହି ଚିକିତ୍ସା ଉତ୍ପାଦର ବିକାଶ ତଥା ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ପାଇଁ ଆମର ପ୍ରତ୍ୟେକ ଉପକରଣର ବ୍ୟବହାର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଆଉ ବିଶ୍ବାସ ରହିଛି ଯେ, ଏହି ନୂତନ ମାର୍ଗଦର୍ଶିକା ଉଦ୍ଭାବକ ଏବଂ ଅନୁସନ୍ଧାନକାରୀଙ୍କୁ ତାହା କରିବାରେ ସାହାଯ୍ୟ କରିବ ବୋଲି ଏଫଡିଏ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ।

ତେବେ କୋରୋନା ଆକ୍ରାନ୍ତ ହେବାର କିଛି ସମୟ ପରେ ଏଫଡିଏ ବିଭିନ୍ନ ସ୍ୱାସ୍ଥ୍ୟ ସହଭାଗୀମାନଙ୍କ ସହ କୋଭିଡ-19 ବିରୁଦ୍ଧରେ ଆଗୁଆ ଚିକିତ୍ସା ପ୍ରତିକାର ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା ।

କୋରୋନା ଭାଇରସ୍ ଟ୍ରିଟମେଣ୍ଟ ଏକ୍ସିଲେରେସନ ପ୍ରୋଗ୍ରାମ(ସିଟିଏପି) ଏଫଡିଏ ଦ୍ବାରା ଲଞ୍ଚ କରାଯାଇଥିଲା । ଯାହା ସଂକ୍ରମିତଙ୍କୁ ନୂତନ ଚିକିତ୍ସା ଉତ୍ପାଦ ଯୋଗାଇଥାଏ ଏବଂ ଏହା ସେହି ସମୟରେ ଏହାର ପ୍ରଭାବକୁ ନିର୍ଣ୍ଣୟ କରିଥାଏ ।

ଏଫଡିଏ ସମ୍ଭାବ୍ୟ କୋରୋନା ଭାଇରସ୍ ଔଷଧର ପ୍ରାୟ 130ଟି କ୍ଲିନିକାଲ୍ ପରୀକ୍ଷା କରିଛି । ଅନୁସନ୍ଧାନକାରୀମାନେ ଆଣ୍ଟିଭାଇରାଲ୍ ଔଷଧ ସହିତ ଜଡିତ ଅନେକ ପ୍ରକାରର ଚିକିତ୍ସା ଉପରେ ଅଧ୍ୟୟନ କରୁଛନ୍ତି ଏବଂ ଭୂତାଣୁଙ୍କ ଗୁଣକୁ ରୋକିବା ପାଇଁ ଇମ୍ୟୁନୋମଡ୍ୟୁଲେଟର ନାମକ ଥେରାପି ସାହାଯ୍ୟରେ ଶରୀରର ନିଜସ୍ୱ ରୋଗ ପ୍ରତିରୋଧକ ପ୍ରତିକ୍ରିୟାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହି ନିର୍ଦ୍ଦେଶାବଳୀରେ କିଛି ସାଧାରଣ ବିଚାର ଯଥା ପ୍ରାକ-ଆଇଏନଡି (ଇନଭେଷ୍ଟିଗେସନାଲ ନ୍ୟୁ ଡ୍ରଗ ଆପ୍ଲିକେସନ) ଦ୍ବାରା କୋଭିଡ-19 ସମ୍ବନ୍ଧୀୟ ଡ୍ରଗ୍ସ ପରି ନୂଆ ଔଷଧର ଅନ୍ବେଷଣ କରିବା ଓ ଡେଭେଲପର୍ସଙ୍କ ପାଇଁ ଜୈବିକ ଉତ୍ପାଦର ବିକାଶ କରିବା ସାମିଲ ରହିଛି । ଏହି ଉତ୍ପାଦ ଦ୍ବାରା ଡେଭେଲପର୍ସମାନେ ଲାଭବାନ ହେବା ସହ ବିଭିନ୍ନ ଅନୁଷ୍ଠାନ ଫିଡବ୍ୟାକ କିପରି ପାଇପାରିବେ ତାହାକୁ ଧ୍ୟାନ ଦିଆଯିବା ଦରକାର । ଶେଷରେ ଏହି ପ୍ରକ୍ରିୟା ଯଦି ସଠିକ ଢଙ୍ଗରେ ପରିଚାଳିତ ହୁଏ ତେବେ ଖୁବଶୀଘ୍ର କ୍ଲିନିକାଲ ଟେଷ୍ଟ ଯେ ଆରମ୍ଭ ହୋଇପାରିବ ସେଥିରେ ସନ୍ଦେହ ନାହିଁ ।

ସେହିପରି ଅନ୍ୟ ନିର୍ଦ୍ଦେଶାବଳୀ ଗୁଡିକ ଚିକିତ୍ସା କିମ୍ବା ପ୍ରତିରୋଧ ପାଇଁ ବିକାଶଶୀଳ ଡ୍ରଗ୍ସ ଏବଂ ଜୈବିକ ଉତ୍ପାଦ ସହିତ କାରବାର କରିଥାଏ ଯାହା ଏଫଡିଏର ସାମ୍ପ୍ରତିକ ସୁପାରିଶ ଗୁଡିକୁ ପ୍ରଦାନ କରିଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷଣଗୁଡିକ କୋଭିଡ-19 ଉତ୍ପାଦଗୁଡିକ ପାଇଁ ନିରାପତ୍ତା ଏବଂ କାର୍ଯ୍ୟକାରିତା ପ୍ରତିଷ୍ଠା କରିବାକୁ ଉଦ୍ଦିଷ୍ଟ ।

ପ୍ରତିଷେଧକ ଏବଂ ଚିକିତ୍ସା ବିକଳ୍ପକୁ ତ୍ୱରାନ୍ୱିତ କରିବା ସହିତ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନ ଏବଂ ଅନ୍ୟମାନଙ୍କ ସହ କୋଭିଡ-19 ଟିକା ଏବଂ ଚିକିତ୍ସା ବିକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଏଫଡିଏ କାର୍ଯ୍ୟ କରିବ ବୋଲି ଏଜେନ୍ସି ପୂର୍ବରୁ ଘୋଷଣା କରିଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.