ETV Bharat / bharat

ପ୍ରଥମ ଥର ଦେଶରେ 2.5 ପ୍ରତିଶତ ତଳକୁ ଖସିଲା କୋରୋନା ମୃତ୍ୟୁହାର

author img

By

Published : Jul 20, 2020, 12:28 PM IST

ପ୍ରଥମ ଥର ଦେଶରେ କୋରୋନା ମୃତ୍ୟୁ ହାର 2.5 ପ୍ରତିଶତରୁ ତଳକୁ ଖସିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

2.5 ପ୍ରତିଶତ ତଳକୁ ଖସିଲା କୋରୋନା ମୃତ୍ୟୁହାର
2.5 ପ୍ରତିଶତ ତଳକୁ ଖସିଲା କୋରୋନା ମୃତ୍ୟୁହାର

ନୂଆଦିଲ୍ଲୀ: ପ୍ରଥମ ଥର ଦେଶରେ କୋରୋନା ମୃତ୍ୟୁ ହାର 2.5 ପ୍ରତିଶତରୁ ତଳକୁ ଖସିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଶ୍ବରେ ସର୍ବନିମ୍ନ ମୃତ୍ୟୁହାରରେ ଭାରତ ପ୍ରଥମ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମାମଲା ଗୁଡିକର ଦକ୍ଷ କ୍ଲିନିକାଲ୍ ପରିଚାଳନା ଉପରେ ସରକାରଙ୍କ ଉଦ୍ୟମ ଯୋଗୁଁ କୋରୋନା ମୃତ୍ୟୁ ହାର 2.49 ପ୍ରତିଶତକୁ ହ୍ରାସ ପାଇଛି।

ମନ୍ତ୍ରଣାଳୟ କହିଛି, ପ୍ରଭାବଶାଳୀ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ, ପରୀକ୍ଷଣ ଓ ହୋଲିଷ୍ଟିକ୍ ଷ୍ଟାଣ୍ଡାର୍ଡ ଅଫ୍ କେୟାର ଆଭିମୁଖ୍ୟ ଉପରେ ଆଧାରିତ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ ସହିତ କୋରୋନା ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି। କେନ୍ଦ୍ରର ମାର୍ଗଦର୍ଶନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଓ ବେସରକାରୀ କ୍ଷେତ୍ରର ପ୍ରୟାସକୁ ମିଶାଇ ପରୀକ୍ଷା ଓ ଡାକ୍ତରଖାନାର ଭିତ୍ତିଭୂମି ବୃଦ୍ଧି କରାଯାଇଛି।

ବୃଦ୍ଧ, ଗର୍ଭବତୀ ମହିଳା ଓ ଅସୁରକ୍ଷିତ ଜନସଂଖ୍ୟାକୁ ଚିହ୍ନଟ କରିବା ପାଇଁ ଅନେକ ରାଜ୍ୟ ଜନସଂଖ୍ୟା ସର୍ଭେ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗ୍ରାଉଣ୍ଡ ସ୍ତରରେ, ASHA ଓ ANM ପରି ଫ୍ରଣ୍ଟ ଲାଇନ ସ୍ବାସ୍ଥ୍ୟ କର୍ମୀମାନେ ପ୍ରବାସୀ ଜନସଂଖ୍ୟା ପରିଚାଳନା ତଥା ସମାଜ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।

ଅନ୍ୟପକ୍ଷେ କୋରୋନାରେ ଆରୋଗ୍ୟତା ସଂଖ୍ୟା 7 ଲକ୍ଷ ପାର୍ କରିଛି । ମୋଟ ସଂକ୍ରମଣରୁ 7 ଲକ୍ଷ 87 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ଆକଳନ କଲେ ଦେଶର ଆରୋଗ୍ୟତା ହାର 62.61 ପ୍ରତିଶତ ରହିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ 24 ଘଣ୍ଟା ମଧ୍ୟରେ ମୋଟ 22 ହଜାର 664 ଲୋକ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା 3 ଲକ୍ଷ 90 ହଜାର 459 ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.