ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଟେମ୍ପ କ୍ୟାମେରା ଇଣ୍ଟିଗ୍ରେସନ୍ ଉଦ୍ଭାବନ କଲେ ଇଞ୍ଜିନିୟରିଂ ଛାତ୍ର - ଟେମ୍ପ କ୍ୟାମେରା ଇଣ୍ଟିଗ୍ରେସନ୍

କେରଳ କୋଚିର ଜଣେ ଇଞ୍ଜିନିୟରିଂ ଛାତ୍ର ସ୍ୱାସ୍ଥ୍ୟକର୍ମୀଙ୍କୁ ଥର୍ମାଲ ସ୍କ୍ରିନିଂ ମାଧ୍ୟମରେ କୋରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରି କୋରୋନା ରୋକିବାରେ ସାହାଯ୍ୟ କରିବା ପାଇଁ ଏକ ଅଟୋ ଟେମ୍ପ କ୍ୟାମେରା ଇଣ୍ଟିଗ୍ରେସନ୍ ଉଦ୍ଭାବନ କରିଛନ୍ତି ।

_corona
ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଟେମ୍ପ କ୍ୟାମେରା ଇଣ୍ଟିଗ୍ରେସନ୍ ଉଦ୍ଭାବନ କଲେ ଇଞ୍ଜିନିୟରିଂ ଛାତ୍ର
author img

By

Published : Jun 22, 2020, 6:08 PM IST

ଥିରୁଅନନ୍ତପୁରମ: ଅଟୋ ଟେମ୍ପ କ୍ୟାମେରା ଇଣ୍ଟିଗ୍ରେସନ୍ ଉଦ୍ଭାବନ କଲେ ଇଞ୍ଜିନିୟରିଂ ଛାତ୍ର । କେରଳ କୋଚିର ଜଣେ ଇଞ୍ଜିନିୟରିଂ ଛାତ୍ର ସ୍ୱାସ୍ଥ୍ୟକର୍ମୀଙ୍କୁ ଥର୍ମାଲ ସ୍କ୍ରିନିଂ ମାଧ୍ୟମରେ କୋରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରି କୋରୋନା ରୋକିବାରେ ସାହାଯ୍ୟ କରିବା ପାଇଁ ଏକ ଅଟୋ ଟେମ୍ପ କ୍ୟାମେରା ଇଣ୍ଟିଗ୍ରେସନ୍ ଉଦ୍ଭାବନ କରିଛନ୍ତି।

ଏହି ଅଟୋ ଟେମ୍ପ ଇନଫ୍ରାଡ୍ ସେନ୍ସର ମାଧ୍ୟମରେ ମାନବ ଶରୀର ତାପମାତ୍ରାକୁ ଅନୁଭବ କରିପାରିବ । ଯଦି ଶରୀରର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ଥାଏ ତେବେ ଏହି ଡିଭାଇସ ଉକ୍ତ ବ୍ୟକ୍ତିଙ୍କ ଫଟୋ ଉଠାଇ ୱାଇ-ଫାଇ ମାଧ୍ୟମରେ କମ୍ପ୍ୟୁଟର ସର୍ଭରକୁ ସ୍ଥାନାନ୍ତର କରିବ ।

ଏହି ଡିଭାଇସ କୋଚିରେ ଥିବା ରାଜଗିରି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କାକନଡର ବିଟେକ କମ୍ପ୍ୟୁଟର ସାଇନ୍ସ ଛାତ୍ର ଡିଭିନ୍ସ ମାଥ୍ୟୁଙ୍କ ଦ୍ବାରା ବିକାଶ କରାଯାଇଛି । ସେ ନିଜ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ଡ. ସ୍ମିନୁ ଇସୁଦ୍ଧୀନ ଇସୁଦିନ୍ ପରିଚାଳନାରେ ଏହି ଡିଭାଇସ ବିକାଶ କରିଛନ୍ତି।

ଶରୀରର ତାପମାତ୍ରା ଯାଞ୍ଚରେ ମନୁଷ୍ୟ ସମ୍ପର୍କକୁ କମ୍ କରିବା ପାଇଁ ଏହି ଡିଭାଇସ ଦୁଇ ସପ୍ତାହ ମଧ୍ୟରେ ନିର୍ମାଣ କରାଯାଇଥିଲା ବୋଲି ମାଥ୍ୟୁ ଏକ ଗଣମାଧ୍ୟମକୁ କହିଛନ୍ତି । ତେବେ ଏହି ଡିଭାଇସ ତିଆରି ପାଇଁ 4000 ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ଡ.ଇସୁଦ୍ଧୀନ ଛାତ୍ରମାନଙ୍କୁ ଉତ୍ସାହିତ କରି ଏକ ଡିଭାଇସ ନିର୍ମାଣ କରିବାକୁ ଭାବିଥିଲେ । ଯାହା କୋରୋନା ଭଳି ସଙ୍କଟ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ସାହାର୍ଯ୍ୟ କରିବ। ସ୍ୱାସ୍ଥ୍ୟ କର୍ମୀମାନେ ଏହି ବ୍ୟାଟେରୀ ଚାଳିତ ଡିଭାଇସକୁ ଲୋକମାନଙ୍କ ସଂସ୍ପର୍ଶରେ ନଆସି କୌଣସି ବି ସ୍ଥାନରେ ରଖିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.