ETV Bharat / bharat

‘କୋରୋନାରୁ ବର୍ତ୍ତିବା ପାଇଁ ଗୁଜୁରାଟବାସୀଙ୍କୁ ଦିଆଯାଇଛି ହୋମିଓପାଥିକ’

author img

By

Published : Aug 24, 2020, 1:50 PM IST

କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଆଜି ପର୍ଯ୍ୟନ୍ତ ଗବେଷଣା ଜାରି ରହିଛି । ଗୁଜୁରାଟ ସରକାରଙ୍କ ରାଜ୍ୟବାସୀଙ୍କୁ ହୋମିଓପାଥିକ ଔଷଧ ଖାଇବାକୁ ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନାରୁ ବର୍ତ୍ତିବା ପାଇଁ ଗୁଜୁରାଟବାସୀଙ୍କୁ ଦିଆଯାଇଛି ହୋମିଓପାଥିକ

ନୂଆଦିଲ୍ଲୀ: ଦେଶରେ କୋରୋନାର ହଟସ୍ପଟ ଭାବେ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ ଓ ତାମିଲନାଡୁ ଭାବେ ଗଣାଯାଉଥିଲା । ବର୍ତ୍ତମାନ ଦିଲ୍ଲୀ ସରକାର ନିଜର ହୋମକ୍ବାରେଣ୍ଟାଇନ ନୀତିରେ ମାଧ୍ୟମରେ ରାଜ୍ୟରେ କୋରୋନା ଗ୍ରାଫକୁ ହ୍ରାସ କରିବାରେ ସଫଳ ହୋଇଛନ୍ତି । ଗୁଜୁରାଟରେ ମଧ୍ୟ କୋରୋନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିଛି । ଏହା ପଛରେ ରହିଛି ହୋମିଓପାଥିକ ଔଷଧ ।

ଗୁଜୁରାଟରେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଗୁଜୁରାଟ ସରକାର ଏଠାରେ ରାଜ୍ୟବାସୀଙ୍କୁ ହୋମିଓପାଥିକ ଔଷଧ ବଣ୍ଟିନ କରିଥିଲେ । ରବିବାର ଗୁଜୁରାଟ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଜୟନ୍ତୀ ରବି କହିଛନ୍ତି, ଆର୍ସେନିକ ଆଲବମ-30 ଔଷଧର ସମ୍ଭାବନାକୁ ନେଇ ସରକାର ସକାରାତ୍ମକ ରହିଛନ୍ତି । ଯେଉଁମାନଙ୍କୁ ଆର୍ସେନିକ ଆଲବମ-30 ସପ୍ଲିମେଣ୍ଟ ଦିଆଯାଇଥିବା ସେମାନଙ୍କ ମଧ୍ୟରୁ 99.69 ଲୋକ ଆରୋଗ୍ୟ ହୋଇଛନ୍ତି ।

ସ୍ବାସ୍ଥ୍ୟ ସଚିବଙ୍କ ଅନୁସାରେ, ମାର୍ଚ୍ଚରେ କୋରୋନା ସଂକ୍ରମଣ ଆରମ୍ଭ ହେବା ଦିନ ଠାରୁ ଏହି ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଥିଲା । 20 ଅଗଷ୍ଟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆଗରେ ଏହିର ଔଷଧର ପ୍ରତିରୋଧ ରଣନୀତି ଉପସ୍ଥାପନା କରାଯାଇଥିଲା । ଏହି ଔଷଧକୁ ରାଜ୍ୟର 3.48 କୋଟି ଲୋକଙ୍କୁ ଦିଆଯାଇଥିଲା । ତେବେ ଏହି ଔଷଧ କୋରୋନାର ପ୍ରତିଷେଧକ ବୋଲି ବୌଜ୍ଞାନିକ ପ୍ରମାଣ ମିଳିନଥିବା ଗୁଜୁରାଟ ସ୍ବାସ୍ଥ୍ୟ ବିଭାଗ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.