ସୁରଟ: ମହାମାରୀ କୋରୋନା କବଳରୁ ଜୀବନକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରହିଥିବାବେଳେ ଦୁଇ ଜୀବନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସଚେତନ ସତର୍କର ବାର୍ତ୍ତା ମଧ୍ୟରେ ଏମାନେ ସୁଖଦୁଃଖର ସାଥୀ ହେବାର ବଚନ ନେଇଛନ୍ତି । ହାତରେ ହାତ ଛନ୍ଦିବା ପୂର୍ବରୁ ହାତରେ ଗ୍ଲୋଭସ ଆଉ ମୁହଁ ମାସ୍କ ପିନ୍ଧିଥିଲେ ବର-ବୋଧୂ ।
ଲକଡାଉନ ୱେଡିଂ କରିଛନ୍ତି ସୁରଟର ପୂଜା ଓ ଦିସାଙ୍କ । ଝିଅ ଘରେ ବିବାହର ସମସ୍ତ ଆୟୋଜନ କରାଯାଇଥିବାବେଳେ ମାତ୍ର 6 ଜଣ ଲୋକେ ଉପସ୍ଥିତ ରହିଥିଲେ । ବିବାହକୁ ଆଡମ୍ବରରେ କରିବାକୁ 2 ପକ୍ଷରୁ ସ୍ବପ୍ନ ଦେଖିଥିଲେ । ହେଲେ ସମସ୍ତ ପ୍ଲାନ ଉପରେ ପାଣି ଢାଳି ଦେଇଛି କୋରୋନା । ତେବେ ଏମାନେ କୋଭିଡ-19 ସମସ୍ତ ଗାଇଡ ଲାଇନ୍ସକୁ ପାଳନ କରିଥିଲେ ।
ବିବାହର ସମସ୍ତ ରୀତିନୀତି ପୂର୍ବରୁ କୋରୋନାକୁ ସତର୍କତା ଦୃଷ୍ଟିରୁ ମାସ୍କ, ଗ୍ଲୋଭସ ଆଦି ସମସ୍ତ ପିନ୍ଧିଥିଲେ। ତେବେ ସବୁଠାରୁ ରୋଚକପୂର୍ଣ୍ଣ କଥା ଏହି ଦୁଇ ପରିବାର ସମସ୍ତ ସମ୍ପର୍କୀୟ ଭିଡିଓ କଲ ମାଧ୍ୟମରେ ବିବାହରେ ସାମିଲ ହୋଇଥିଲେ ।