ETV Bharat / bharat

ଭାରତରେ କୋରୋନା କାରଣରୁ ଯକ୍ଷ୍ମାରେ ଯାଇପାରେ 95 ହଜାର ଜୀବନ: ରିପୋର୍ଟ

ୟୁରୋପିଆନ୍‌ ରେସ୍ପାରେଟୋରୀ ଜର୍ଣ୍ଣାଲ(ERJ)ରେ ଭାରତକୁ ନେଇ ଏକ ରିପୋର୍ଟ ଚକିତ କରିଛି । ଇଆରଜେର ପ୍ରକାଶିତ ରିପୋର୍ଟର ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ-19 ମହାମାରୀ କାରଣରୁ ଭାରତରେ 95ହଜାର ଲୋକ ଯକ୍ଷ୍ମା ରୋଗରେ ପଡି ପ୍ରାଣହରାଇପାରନ୍ତି । କୋରୋନା ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ସେବାରେ ବାଧା ସହ ଯକ୍ଷ୍ମା ରୋଗର ନିରାକରଣ ଓ ଚିକିତ୍ସାରେ ବିଳମ୍ବ ହେତୁ ଏହି ଭଳି ସାଂଘାତିକ ସମସ୍ୟା ଉପୁଜିପାରେ ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 25, 2020, 3:38 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ଆତଙ୍କ ମଧ୍ୟରେ ପ୍ରତିଦିନ କୋରୋନାକୁ ନେଇ ଅଶୁଭପ୍ରଦ ଖବରମାନ ସାମ୍ନାକୁ ଆସିବାରେ ଲାଗୁଛି । ଏପରିସ୍ଥଳେ ୟୁରୋପିଆନ୍‌ ରେସ୍ପାରେଟୋରୀ ଜର୍ଣ୍ଣାଲ(ERJ)ରେ ଭାରତକୁ ନେଇ ଏକ ରିପୋର୍ଟ ଚକିତ କରିଛି । ଇଆରଜେର ପ୍ରକାଶିତ ରିପୋର୍ଟର ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ-19 ମହାମାରୀ କାରଣରୁ ଭାରତରେ 95ହଜାର ଲୋକ ଯକ୍ଷ୍ମା ରୋଗରେ ପଡି ପ୍ରାଣ ହରାଇପାରନ୍ତି । କୋରୋନା ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ସେବାରେ ବାଧା ସହ ଯକ୍ଷ୍ମା ରୋଗର ନିରାକରଣ ଓ ଚିକିତ୍ସାରେ ବିଳମ୍ବ ହେତୁ ଏହି ଭଳି ସାଂଘାତିକ ସମସ୍ୟା ଉପୁଜିପାରେ ।

ଭାରତ ସହିତ ରିସର୍ଚ୍ଚରମାନେଙ୍କ ଅଧ୍ୟୟନରୁ ଜଣାପଡିଛି ଯେ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ମଧ୍ୟ ଯକ୍ଷ୍ମା ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିପାରେ । ଏହି ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ସାମାଜିକ ଦୂରତା ନିୟମ ପାଳନ କରାଯାଉଥିବାରୁ ଯକ୍ଷ୍ମା ବିସ୍ତାର କମ୍ ହୋଇପାରେ, ଓ ଯକ୍ଷ୍ମା ସଂକ୍ରମଣ କମ୍ ରହିବ । ମାତ୍ର ଯକ୍ଷ୍ମା କାରଣରୁ 110,000ରୋଗୀଙ୍କ ମୃତ୍ୟୁ ହେବା ସମ୍ଭାବନା ରହିଛି । ଏଥିରେ ଭାରତରେ 95,000, ଦକ୍ଷିଣ ଆଫ୍ରିକାରେ 13,000 ଏବଂ ଚୀନରେ 6,000 ରୋଗୀ ରହିଛନ୍ତି ।

ରିସର୍ଚ୍ଚର ମାନେ ଏହା ମଧ୍ୟ କହିଛନ୍ତି ଯେ ସବୁଠାରୁ ଖରାପ ପରିସ୍ଥିତିରେ ଏହି ସଂଖ୍ୟା 2ଲକ୍ଷକୁ ବୃଦ୍ଧି ପାଇପାରେ । ରିପୋର୍ଟ ଅନୁଯାୟୀ, ଏହି 3 ଟି ଦେଶରୁ ବିଶ୍ବର ମୋଟ ଯକ୍ଷ୍ମା ରୋଗର ପ୍ରାୟ 40 ପ୍ରତିଶତ ରିପୋର୍ଟ ଆସିଥାଏ । ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ୍ ମେଡିସିନ୍ ଏବଂ ଲାନ୍ସଷ୍ଟେର ବିଶ୍ବବିଦ୍ୟାଳୟର ରିସର୍ଚ୍ଚରଙ୍କ ଦ୍ବାରା ଏହି ଅଧ୍ୟୟନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.