ETV Bharat / bharat

କୋଭିଡ-୧୯ କୋରୋନା ଚିକିତ୍ସା: ରେଳକୁ ମୋବାଇଲ୍‌ ଡାକ୍ତରଖାନା ଭାବେ ବ୍ୟବହାର କରିବେ ସରକାର - govt will use the train as a mobile hospital

ସାରା ବିଶ୍ଵ ଏହି ଭୁତାଣୁ ସଂକ୍ରମଣକୁ ଭାରତ କିପରି ମୁକାବିଲା କରିବ ତାହାକୁ ଅପେକ୍ଷା କରୁଛି। ଏଣୁ ଦିନକୁ ଦିନ ନୂଆନୂଆ ପଦକ୍ଷେପ ସରକାର ଘୋଷଣା କରୁଛନ୍ତି।

train as a mobile hospital
ଟ୍ରେନରେ କୋରୋନା ଚିକିତ୍ସା
author img

By

Published : Mar 26, 2020, 11:16 PM IST

ନୂଆଦିଲ୍ଲୀ, ସଞ୍ଜିବ କୁମାର ବରୁଆ : କୋଭିଡ୍‌-୧୯ କୋରୋନା ସଂକ୍ରମଣର ଚିକିତ୍ସା ଭାରତ ପାଇଁ ଏକ ଆହ୍ବାନ ହେବ ବୋଲି ଆଶଙ୍କା କରାଯାଇଛି। ଏକ୍ଷେତ୍ରରେ ସାରା ବିଶ୍ଵ ଏହି ଭୁତାଣୁ ସଂକ୍ରମଣକୁ ଭାରତ କିପରି ମୁକାବିଲା କରିବ ତାହାକୁ ଅପେକ୍ଷା କରୁଛି। ଏଣୁ ଦିନକୁ ଦିନ ନୂଆନୂଆ ପଦକ୍ଷେପ ସରକାର ଘୋଷଣା କରୁଛନ୍ତି। ଅତି ଦକ୍ଷତାର ସହ ଏହି ଭୁତାଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ଏକାନ୍ତୀକରଣ ଫର୍ମୁଲାକୁ ଉପଯୋଗ କରିବା ଲାଗି ସରକାର ଭାରତୀୟ ରେଳର ସହାୟତା ନେବାକୁ ଯାଉଛନ୍ତି।

ଅର୍ଥାତ୍‌ ଟ୍ରେନ୍‌ ଗୁଡ଼ିକୁ ଭ୍ରାମ୍ୟମାଣ ଚିକିତ୍ସାଳୟ ଭାବେ ବ୍ୟବହାର କରିବେ ସରକାର।ଏଥିଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଧିକ ସଂଖ୍ୟାରେ ମିଲିଟାରୀ ଟ୍ରେନ୍‌ ଆମ୍ବୁଲାନ୍ସ ତିଆରି ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ବିଶେଷକରି ସରକାର ଦ୍ଵିତୀୟ ଶ୍ରେଣୀ ଏସି ଟ୍ରେନ୍‌କୁ ଏକାନ୍ତୀକରଣ ୱାର୍ଡ଼ ଓ ହସ୍ପିଟାଲ୍‌ରେ ପରିଣତ କରିବେ ବୋଲି ଇଟିଭି ଭାରତକୁ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ କହିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରୀରୁ ଦେଶରେ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମରଣାନ୍ତକ ଭୁତାଣୁର ସଂକ୍ରମଣରୁ ଭାରତକୁ ରକ୍ଷା କରିବା ଲାଗି ସାରା ଦେଶରେ ଲକଡାଉନ୍‌ ଘୋଷଣା କରିବା ପରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ସେହିଭଳି ପଡ଼ିରହିଛି । ଏଣୁ ଦେଶ ଯେତେବେଳେ ଏମିତି ଏକ ଯୁଦ୍ଧର ସମ୍ମୁଖୀନ ହୋଇଛି ସେତେବେଳେ ଏହି ଖାଲି ପଡ଼ିଥିବା ଯାତ୍ରୀବାହୀ ଟ୍ରେନ ଗୁଡ଼ିକୁ ବ୍ୟବହାର ପାଇଁ ସରକାର ଚିନ୍ତା କରିଛନ୍ତି।

ଏଥିପାଇଁ ଯାହା ଅଧିକ ଆବଶ୍ୟକ ହେବ ତାହା ହେଲା ଦ୍ଵିତୀୟ ଶ୍ରେଣୀ ଏସି ବଗି ଗୁଡ଼ିକୁ ଚିହ୍ନଟ କରି ସେଥିରେ କିଛି ଅତ୍ୟାବଶ୍ୟକ ମେଡିକାଲ ସରଞ୍ଜାମ ଖଞ୍ଜିବାକୁ ପଡ଼ିବ। ପୁଣି ଆବଶ୍ୟକ ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ହେବ। ଫଳରେ ଏହି ଟ୍ରେନ କୋଚ୍‌ ଗୁଡ଼ିକ ଭ୍ରାମ୍ୟମାଣ ହସ୍ପିଟାଲ୍‌ରେ ପରିଣତ ହୋଇପାରିବେ। ଯେଉଁ କୋଣରେ ଦେଶରେ ରୋଗୀଙ୍କ ସଂଖ୍ୟା ବଢ଼ିବ ସେଠାରୁ ରୋଗୀଙ୍କୁ ଟ୍ରେନରେ ଉଠାଯାଇ ପାରିବ ଏବଂ ସେଠାରେ ରୋଗୀ ଭଲ ହେବା ଯାଏ ଏକୁଟିଆ ରହିପାରିବ।

ଭାରତୀୟ ରେଳର ଏକ ବ୍ୟାପକ ନେଟୱର୍କ ରହିଛି। ଏହା ଦେଶର ବିଭିନ୍ନ କୋଣକୁ ସଂଯୋଗ କରୁଛି। ଏଣୁ ଯଦି ଟ୍ରେନ୍‌ ଗୁଡ଼ିକୁ ଭ୍ରାମ୍ୟମାଣ ହସ୍ପିଟାଲ୍‌ ଓ ଆଇସୋଲେସନ୍‌ ୟୁନିଟ୍‌ ଭାବେ ପରିଣତ କରାଯାଇପାରିବ ତେବେ ଏହା ଦେଶର ବିଭିନ୍ନ କୋଣକୁ ବୁଲି ରୋଗୀଙ୍କୁ ସେବା ପ୍ରଦାନ କରିବାରେ ସକ୍ଷମ ହୋଇପାରିବ। ଏପରିକି ଯେଉଁ ସ୍ଥାନରେ ଅଧିକ ରୋଗୀ ରହିଛନ୍ତି ଏବଂ ଯେଉଁଠାରେ ରୋଗୀ କମ୍‌ ରହିଛନ୍ତି ସେଠାରେ ମଧ୍ୟ ଆବଶ୍ୟକ କ୍ଵାରେଣ୍ଟାଇନ୍‌ ସୁବିଧା ଯୋଗାଇବାରେ ସକ୍ଷମ ହୋଇପାରିବ।

ଅର୍ଥାତ୍‌ ଏକ ବିଶାଳ ସଂଖ୍ୟାରେ ରୋଗୀଙ୍କୁ ଆୟତ୍ତ କରିବାରେ ଏହି ଅଭିନବ ଚିନ୍ତାଧାରା ସହାୟକ ହୋଇପାରିବ ବୋଲି ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି। ଭାରତୀୟ ରେଳ ଏକ ବିଶାଳ ନେଟ୍‌ୱର୍କରେ ପରିଚାଳିତ। ଆଉ ସବୁଠାରୁ ବଡ଼ କଥା ହେଉଛି, ଏହାର ସମସ୍ତ ସମ୍ପତ୍ତି ସରକାରଙ୍କ ମାଲିକାନାରେ ରହିଛି। ମିଲିଟାରୀ ଆମ୍ବୁଲାନ୍ସକୁ ଛାଡ଼ିଦେଲେ ଦେଶରେ ୧୩୪୫୨ଟି ପାସେଞ୍ଜର ଟ୍ରେନ୍‌ ରହିଛି ଯାହା ରେଳବାଇର ୧,୨୩,୨୦୦ କିଲୋମିଟର ରେଳ ଲାଇନ୍‌ରେ ଯାତାୟାତ କରିଥାନ୍ତି।

ପୁଣି ଦେଶରେ ୭୩୫୦ଟି ଷ୍ଟେସନ୍‌ ରହିଛି। ହିସାବରୁ ଜଣାପଡ଼ିଛି ଯେ, ଗୋଟିଏ ଟ୍ରେନ୍‌କୁ ଯଦି ଆବଶ୍ୟକ ସୁବିଧା ପ୍ରଦାନ କରାଯାଏ ତବେ ତାହା ପ୍ରାୟ ୮୦୦ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକ କ୍ଷେତ୍ର ପ୍ରଦାନ କରିପାରିବ।

ଏହି ପ୍ରକାର ଏକ ଚିନ୍ତାଧାରା ଭାରତୀୟ ସେନାରୁ ହିଁ ଆସିଛି। ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତି ସମୟରେ ମିଲିଟାରୀ ଆମ୍ବୁଲାନ୍ସ ସବୁ ଯୁଦ୍ଧରେ ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ସୁବିଧା ଯୋଗାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିବା ନଜିର ରହିଛି।

୨୦୦୧-୨୦୦୨ ମସିହାରେ ଯେତେବେଳେ ଭାରତ-ପାକିସ୍ତାନ ଭିତରେ ପ୍ରତ୍ୟକ୍ଷ ଯୁଦ୍ଧ ହୋଇଥିଲା ଅର୍ଥାତ୍‌ ‘ଅପରେସନ୍‌ ପରାକ୍ରମ’ ସମୟରେ ଏହିପ୍ରକାର ମିଲିଟାରୀ ଆମ୍ବୁଲାନ୍ସ ଅନେକ ସହାୟତା ଦେଇଥିଲା। ଯୁଦ୍ଧ ସ୍ଥାନକୁ ଆବଶ୍ୟକ ସୈନ୍ୟ ଏବଂ ଅନ୍ୟ ସରଞ୍ଜାମ ପଠାଇବା ତଥା ରୋଗୀଙ୍କ ଚିକିତ୍ସା ଲାଗି ଆମ୍ବୁଲାନ୍ସ ସୁବିଧା ଯୋଗାଇବାରେ ଭାରତୀୟ ରେଳର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ରହି ଆସିଛି।

ଏକ ସଂଯୋଗ କ୍ରମେ ଭାରତର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ୍‌ ରାୱତ ଏବେ ସରକାରଙ୍କ କୋରୋନା ମୁକାବିଲା ପାଇଁ ଗଠିତ ସ୍ଵତନ୍ତ୍ର କାର୍ଯ୍ୟ ବଳର ଅଧିକାଂଶ ବୈଠକରେ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଭାବେ ଯୋଗ ଦେଉଛନ୍ତି।

ଗୁରୁବାର ମଧ୍ୟ ଏସମ୍ପର୍କିତ ଏକ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିବାବେଳେ ଜେନେରାଲ୍‌ ବିପିନ୍‌ ରାୱତ୍‌, ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରବାଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ କରମବୀର ସିଂହ, ବାୟୁସେନା ପ୍ରମୁଖ ମାର୍ଶାଲ୍‌ ଆର୍‌କେଏସ୍‌ ଭଦୌରିଆ ପ୍ରମୁଖଙ୍କ ସହ ଅନ୍ୟ ପ୍ରତିରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ।

ଭାରତୀୟ ସେନା ବାହିନୀ କୋରୋନା ଭୁତାଣୁ ସହ ଦେଶ ଲଢ଼ୁଥିବା ଯୁଦ୍ଧରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଭାରତୀୟ ବାୟୁସେନା ପୂର୍ବରୁ କରୋନା ପ୍ରଭାବିତ ଚୀନ, ଇଟାଲୀ ଏବଂ ଜାପାନ୍‌ରୁ ଭାରତୀୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।

ସେହିପରି ବିଦେଶରୁ ଫେରିଥିବା କୋରୋନା ସନ୍ଦିଗ୍ଧଙ୍କୁ ମଧ୍ୟ ସେନା ପକ୍ଷରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏବେ ୧୦୭୩ ଜଣ ସେନା ବାହିନୀର ଚିକିତ୍ସାଧୀନ ରହିଛନ୍ତି। ୩୮୯ ଜଣଙ୍କ ସ୍ଵାସ୍ଥ୍ୟ ଭଲ ହେବାରୁ ସେମାନଙ୍କୁ ମୁକ୍ତ କରାଯାଇଛି। ମାନେଶ୍ଵର, ହିନ୍ଦୋଣ, ଜଇସାଲ୍‌ମାର, ଯୋଦ୍ଧପୁର ଏବଂ ମୁମ୍ବାଇଠାରେ ସେନା ବାହିନୀ ପକ୍ଷରୁ ଏହିପରି ଚିକିତ୍ସା ସୁବିଧା ଏବେ ଉପଲବ୍ଧ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.