ETV Bharat / bharat

କୋରୋନା ଭୟ: ଖୋଲିବ ଚାରିଧାମ ମନ୍ଦିର, ମିଳିବନି ତୀର୍ଥଯାତ୍ରୀଙ୍କୁ ଭ୍ରମଣ ଅନୁମତି

author img

By

Published : Apr 24, 2020, 5:22 PM IST

ଛଅ ମାସ ବନ୍ଦ ପରେ ଚାରିଧାମ ଖୋଲିବ ମାତ୍ର ଭକ୍ତଙ୍କୁ ମିଳବ ନାହିଁ ଦର୍ଶନ ଓ ଭ୍ରମଣର ଅନୁମତି । ଚାରିଧାମ ଦର୍ଶନ ପାଇଁ ଉଦ୍ଦିଷ୍ଟ ପୋର୍ଟାଲ ଖୋଲିବା ପରେ ଭକ୍ତ, ଶ୍ରଦ୍ଧାଳୁଙ୍କ ପଞ୍ଜିକରଣ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଉତ୍ତରାଖଣ୍ଡର ଉଚ୍ଚତମ ହିମାଳୟ କ୍ଷେତ୍ରରେ ଅବସ୍ଥିତ ବିଶ୍ବ ପ୍ରସିଦ୍ଧ ଗଙ୍ଗୋତ୍ରୀ, ଯମୁନେତ୍ରୀ ଓ କେଦାରନାଥ ଧାମ କପାଟ ଖୋଲିବ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ସାରା ବିଶ୍ବରେ ମହାମାରୀ କୋରୋନାର ପ୍ରକୋପ ଜାରି ରହିଛି । ଏପରସ୍ଥଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମଧ୍ୟ କୋରୋନା ବାଧକ ସାଜିଛି । ଛଅ ମାସ ବନ୍ଦ ପରେ ଚାରିଧାମ ଖୋଲିବ ମାତ୍ର ଭକ୍ତଙ୍କୁ ମିଳିବ ନାହିଁ ଦର୍ଶନ ଓ ଭ୍ରମଣର ଅନୁମତି । ଚାରିଧାମ ଦର୍ଶନ ପାଇଁ ଉଦ୍ଦିଷ୍ଟ ପୋର୍ଟାଲ ଖୋଲିବା ପରେ ଭକ୍ତ, ଶ୍ରଦ୍ଧାଳୁଙ୍କ ପଞ୍ଜିକରଣ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଉତ୍ତରାଖଣ୍ଡର ଉଚ୍ଚତମ ହିମାଳୟ କ୍ଷେତ୍ରରେ ଅବସ୍ଥିତ ବିଶ୍ବ ପ୍ରସିଦ୍ଧ ଗଙ୍ଗୋତ୍ରୀ, ଯମୁନେତ୍ରୀ ଓ କେଦାରନାଥ ଧାମ କପାଟ ଖୋଲିବ ।

ଉତ୍ତରାଖଣ୍ଡର ଚାରୋଟି ମନ୍ଦିରର ଉଦଘାଟନୀ ସମାରୋହ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବାର୍ଷିକ କାର୍ଯ୍ୟକ୍ରମ । ଏଥିରେ ହଜାର ହଜାର ତୀର୍ଥଯାତ୍ରୀ ଯୋଗ ଦେଇଥାନ୍ତି । ମାତ୍ର କୋରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଲକଡାଉନ ପରିମାଣ ସ୍ବରୁପ ଏହି ଯାତ୍ରା ଉପରେ ଏବେ ଆଶଙ୍କାର କଳବାଦଲ ।

ଚଳିତ ବର୍ଷ ଏପ୍ରିଲ 26 ରେ ଗାଙ୍ଗୋତ୍ରୀ ଏବଂ ଯମୁନତ୍ରୀ ମନ୍ଦିର ଖୋଲିବା ସହିତ ଚାରଦଧାମ ଯାତ୍ରା ଆରମ୍ଭ ହେବ । ଏପ୍ରିଲ 29 ରେ କେଦାରନାଥ ଧାମ ଖୋଲିବ । ସେହପିର ବଦ୍ରିନାଥଙ୍କ ଧାମ ମେ 15 ତାରିଖରେ ଖୋଲିବ ।

ସାମାଜିକ ଦୂରତା ନିୟମ ପାଳନ କରି ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦେଇ ପାରିବୁ ନାହିଁ । କେବଳ ଉଦ୍‌ଘାଟନୀ ସମାରୋହରେ ପୂଜାପାଠ କରିବାକୁ ପଡିବ ଏବଂ ମନ୍ଦିର କମିଟି ଅଧିକାରୀଙ୍କୁ ଅନୁମତି ଦିଆଯାଉଛି ବୋଲି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତ୍ୟପାଲ ମହାରାଜ କହିଛନ୍ତି।

ତୀର୍ଥଯାତ୍ରୀମାନଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ କେତେ ସମୟ ଲାଗିବ ପ୍ରଶ୍ନରେ ସେ କହିଛନ୍ତି ଯେ, ବର୍ଦ୍ଧିତ ଲକଡାଉନ ପରେ ଏହା କେନ୍ଦ୍ରର ନିର୍ଦ୍ଦେଶାବଳୀ ଉପରେ ନିର୍ଭର କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.