ETV Bharat / bharat

କଡାକଡି ହେବ ହୋମଆଇସୋଲେସନ ନିର୍ଦ୍ଦେଶାବଳୀ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ - ହୋମ ଆଇସୋଲେସନ ନିର୍ଦ୍ଦେଶାବଳୀ

କୋରୋନା ମହାମାରୀ ବିସ୍ତାରକୁ ରୋକିବା ପାଇଁ ହୋମ ଆଇସୋଲେସନ ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁରୋଧ କରିଛି।

_home isolation
ହୋମ ଆଇସୋଲେସ ନିର୍ଦ୍ଦେଶାବଳୀ କଡାକଡି ଲାଗୁ ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ରର ଅନୁରୋଧ
author img

By

Published : Jun 20, 2020, 12:57 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ବିସ୍ତାରକୁ ରୋକିବା ପାଇଁ ହୋମ ଆଇସୋଲେସନ ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁରୋଧ କରିଛି। ସୂଚନା ଅନୁଯାୟୀ, ଗତ ମେ 10ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହୋମ ଆଇସୋଲେସନ ସମ୍ବନ୍ଧରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।

ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ଅତି କମ୍ ଏବଂ ପୂର୍ବ ଲକ୍ଷଣ ଯୁକ୍ତ କୋରୋନା ରୋଗୀଙ୍କୁ ଯଦି ଶୌଚାଳୟ ସୁବିଧା ସହିତ ଏକ କୋଠରୀ ଏବଂ ଜଣେ ବ୍ୟକ୍ତି ଯତ୍ନ ନେବେ ସେମାନେ ହୋମ ଆଇସୋଲେସନ ଚୟନ କରିପାରିବେ । ଏଥିସହ ରୋଗୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ରାଜି ହେବାକୁ ପଡିବ । ଏଥିସହ ନିୟମିତ ଭାବରେ ସ୍ୱାସ୍ଥ୍ୟ ସ୍ଥିତିକୁ ଜିଲ୍ଲା ତଦାରଖ ଅଧିକାରୀଙ୍କୁ ଅବଗତ କରାଇବାକୁ ପଡିବ ।

ହୋମ ଆଇସୋଲେସନ ଭଳି ଏଭଳି ସମସ୍ତ ମାମଲା ନିୟମିତ ଭାବରେ ଉତ୍ତମ ଡାକ୍ତରଙ୍କ ଦ୍ବାରା ଟିମ ଦ୍ବାରା ତଦାରଖ ହେବ । ସେମାନଙ୍କର ଡିସଚାର୍ଜ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ ଏବଂ ନିୟମ ଅନୁଯାୟୀ ରିପୋର୍ଟ କରାଯିବ ।

ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶାବଳୀରେ କୁହାଯାଇଛି, କିଛି ରାଜ୍ୟରେ ନିର୍ଦ୍ଦେଶବଳୀ ପାଳନ ହେଉନଥିବା ଦେଖିବାକୁ ମିଳୁଛି । ଯାହାଦ୍ବାରା ପରିବାର ଏବଂ ପଡୋଶୀଙ୍କ ମଧ୍ୟରେ କୋରୋନା ଭାଇରସ ବ୍ୟାପିବାର ଆଶଙ୍କା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.