ନୂଆଦିଲ୍ଲୀ: ଦେଶ ସୁରକ୍ଷାରେ ନିୟୋଜିତ ସଶସ୍ତ୍ର ବଳଙ୍କୁ ଘାରିଛି କୋରୋନା ଡର । ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତ । ପୋଲିସଠାରୁ ଯବାନଙ୍କ ଯାଏଁ ସମସ୍ତେ କୋଭିଡ-19ର ଶିକାର ହୋଇଛନ୍ତି ।
ଶନିବାର ସିଆରପିଏଫରେ 62ଟି ନୂଆ ମାମଲା ବାହାରିଛି । ଫଳରେ ମୋଟ 234 ଜଣ ସିଆରପିଏଫ ଯବାନ କୋରୋନା ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 231 ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି 3 ଜଣ ସୁସ୍ଥ ହୋଇଥିବା ସିଆରପିଏଫ ସୂଚନା ଦେଇଛି ।
ସେହିପରି ବିଏସଏଫର 35 ଜଣ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଫୋର୍ସରେ 250 ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ ଫୋର୍ସରେ ମଧ୍ୟ ଗତ 24 ଘଣ୍ଟାରେ 6 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଆଇଟିବିପିରେ ଏବେ ଯାଏଁ ମୋଟ 100 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସୌଜନ୍ୟ@ANI