ETV Bharat / bharat

ସାବଧାନ, ସ୍ମାର୍ଟଫୋନରେ 4 ଦିନ ରହେ କୋରୋନା ଭୂତାଣୁ - କୋଭିଡ 19

ଆପଣଙ୍କ ସ୍ମାର୍ଟଫୋନରୁ ମଧ୍ୟ ଶରୀରରେ ପ୍ରବେଶ କରିପାରେ କୋରୋନା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗବେଷଣା ଅନୁସାରେ ଗୋଟିଏ ସ୍ମାର୍ଟଫୋନରେ ଏହି ଭୂତାଣୁ ସର୍ବାଧିକ 4 ଦିନ ରହିପାରେ । ଅଧିକ ପଢନ୍ତୁ...

ସାବଧାନ, ସ୍ମାର୍ଟଫୋନରେ 4 ଦିନ ରହେ କୋରୋନା ଭୂତାଣୁ

author img

By

Published : Mar 31, 2020, 9:11 AM IST

ହାଇଦ୍ରାବାଦ: ସମସ୍ତ ସ୍ମାର୍ଟଫୋନ ବ୍ୟବହାରକାରୀ ସାବଧାନ । କୋଭିଡ 19 ଭୂତାଣୁର ସଂକ୍ରମଣ କେବଳ ହାତ ମିଳାଇବାରୁ ବ୍ୟାପେନାହିଁ । ଆପଣଙ୍କ ସ୍ମାର୍ଟଫୋନରୁ ମଧ୍ୟ ଶରୀରରେ ପ୍ରବେଶ କରିପାରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗବେଷଣା ଅନୁସାରେ ଗୋଟିଏ ସ୍ମାର୍ଟଫୋନରେ ଏହି ଭୂତାଣୁ ସର୍ବାଧିକ 4 ଦିନ ରହିପାରେ ।

ଆଜିର ଯୁଗରେ ଯେଉଁଠି ସ୍ମାର୍ଟଫୋନ, ଲାପଟପ, ଟାବଲେଟ ବିନା ଲୋକେ ଦିନ ଆରମ୍ଭ କରୁନାହାନ୍ତି ସେଠାରେ ଏହି ଖବର ନିଶ୍ଚିତ ଚିନ୍ତାଜନକ । ବର୍ତ୍ତମାନର ପରିସ୍ଥିତିରେ ଏହା କିନ୍ତୁ ଗୁରୁତ୍ବପୂର୍ଣ୍ଣ । କାରଣ ଲକଡାଉନବେଳେ ଆମେ ସମସ୍ତେ ଘରେ ଥିବାବେଳେ ସ୍ମାର୍ଟଫୋନ ହିଁ ଆମର ଏକମାତ୍ର ମନୋରଞ୍ଜନର ମାଧ୍ୟମ ପାଲଟିଛି । ତେଣୁ ଏହାର ବ୍ୟବହାର ସହ ସୁରକ୍ଷା ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ପୂର୍ବରୁ ଆମେ ସମସ୍ତେ ଜାଣିଛେ ଯେ ସ୍ମାର୍ଟଫୋନର ଡିସପ୍ଲେ ଓ କମ୍ପୁଟର କିବୋର୍ଡରେ ସର୍ବାଧିକ ବ୍ୟାକ୍ଟେରିଆ ଓ ଜୀବାଣୁ ରହିଥାଆନ୍ତି । କାରଣ ଆମେ ଦିନସାରା ସର୍ବାଧିକ ଏହି ଦୁଇଟି ଜାଗାକୁ ଛୁଇଁଥାଉ । ତେବେ କୋରୋନା ଭାଇରସ ମଧ୍ୟ ଏଠାରେ ଅନେକ ସମୟ ତିଷ୍ଠିପାରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର 2003 ଗବେଷଣା ଅନୁସାରେ କୌଣସି ଗ୍ଲାସ ବା କାଚ ଜାଗାରେ ଏହି ଭୂତାଣୁ 96 ଘଣ୍ଟା ଅର୍ଥାତ 4 ଦିନ ରହିପାରେ । ସେହିପରି ଷ୍ଟିଲ ଅବା ହାର୍ଡ ପ୍ଲାଷ୍ଟିକରେ ଏହା 72 ଘଣ୍ଟା ଅର୍ଥାତ 3 ଦିନ ରହିଥାଏ ।

ସେହିପରି ବର୍ତ୍ତମାନ ଆମେରିକାର ଜାତୀୟ ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ମଧ୍ୟ ଏହା ଉପରେ ଏକ ତଥ୍ୟ ପ୍ରକାଶ ପାଇଛି । ପୂର୍ବ ରିସର୍ଚ୍ଚକୁ ଏହା ସମର୍ଥନ କରିବା ସହ ପ୍ଲାଷ୍ଟିକ ଓ ଗ୍ଲାସ ଉପରେ ଭୂତାଣୁ ଅଧିକ ଦିନ ରହିଥାଏ ବୋଲି ପ୍ରକାଶ କରିଛି । କାର୍ଡବୋର୍ଡ ଉପରେ ଏହା 24 ଘଣ୍ଟା ଓ କପରରେ 4 ଘଣ୍ଟା ରହିଥାଏ । ତେବେ କାଚ ଉପରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇନଥିଲେ ମଧ୍ୟ ପୂର୍ବ ଓ ବର୍ତ୍ତମାନର ଗବେଷଣା ଆଧାରରେ ଏହା ସ୍ପଷ୍ଟ ହୋଇଛି ଯେ କାଚ ଓ ପ୍ଲାଷ୍ଟିକ ଉପରେ ଏହି ଭୂତାଣୁ ସର୍ବାଧିକ 3ରୁ 4 ଦିନ ପର୍ଯ୍ୟନ୍ତ ରହିଥାଏ ।

ଲାପଟପ, ସ୍ମାର୍ଟୱାଚ ଓ ଟାବଲେଟ ଉପରେ ମଧ୍ୟ ଏହା ସମାନ ଦିନ ଯାଏଁ ରହିପାରେ । ତେବେ ଏସମସ୍ତ ଉପକରଣ ମଧ୍ୟରୁ ଆଜିର ଯୁଗରେ ସ୍ମାର୍ଟଫୋନର ବ୍ୟବହାର ବହୁଳ । ଆଉ ଏହାର ଡିସପ୍ଲେ କାଚ ଅବା ପ୍ଲାଷ୍ଟିକରେ ତିଆରି ଯାହା ଉପରେ ଆମେ ଦିନ ଭିତରେ ହଜାର ହଜାର ଥର ଛୁଇଁଥାଉ । ତେଣୁ ଏହାକୁ ସବୁବେଳେ ସାନିଟାଇଜ କରି ରଖନ୍ତୁ ନହେଲେ ଭବିଷ୍ୟତରେ ଏହା ଆପଣଙ୍କ ପ୍ରତି ବିପଦ ଆଣିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.