ETV Bharat / bharat

ହ୍ବାଇଟ୍ ବ୍ଲଡ ସେଲ୍ସ ଖରାପ ହେଲେ ଆଟାକ୍ କରେ କୋରୋନା - କୋରୋନା ପ୍ରଭାବ

ଶରୀରରେ ଶକ୍ତି ସେତେବେଳେ କମିଥାଏ ଯେତେବେଳେ ଆମେ କୌଣସି ସଂକ୍ରମଣର ଶିକାର ହୋଇଥାଉ । ଏହାସହ ଲଢିବାର କ୍ଷମତା ସରିଗଲେ ଆମେ ଶିଘ୍ର ରୋଗାକ୍ରାନ୍ତ ହୋଇଥାଉ । ଅଧିକ ପଢନ୍ତୁ...

ହ୍ବାଇଟ୍ ବ୍ଲଡ ସେଲ୍ସ ଖରାପ ହେଲେ ଆଟାକ୍ କରେ କୋରୋନା

author img

By

Published : May 22, 2020, 7:22 PM IST

ହାଇଦ୍ରାବାଦ: ଆମ ଶରୀର ପାଇଁ ହ୍ବାଇଟ୍ ବ୍ଲଡ ସେଲ୍ସ ଅତ୍ୟନ୍ତ ଦରକାରୀ । ଏହା ରୋଗ ପ୍ରତିରୋଧକ ଶକ୍ତି ଭାବେ କାମ କରିଥାଏ । ଏହାର ମାତ୍ରା ସଠିକ ରହିଲେ ହିଁ ଶରୀର ବିଭିନ୍ନ ଭୂତାଣୁ ଓ ରୋଗ ସହ ମୁକାବିଲା କରିଥାଏ । ଯେବେ ଏହାର ମାତ୍ରା କମିଯାଏ ସେବେ ଆମେ ଅନେକ ରୋଗର ଶିକାର ହୋଇଥାଉ । ଏହା ଆମ ସେଲକୁ ସୁରକ୍ଷିତ ଓ ଦୃଢ ରଖିଥାଏ । ଯଦି ଏହା ଦୁର୍ବଳ ହୋଇଯାଏ ଆମେ ସମସ୍ୟାରେ ପଡିଥାଏ ।

ହ୍ବାଇଟ୍ ବ୍ଲଡ ସେଲ୍ସ ଶରୀର ଭିତରେ ଏକ ସିକ୍ୟୁରିଟି ଭଳି କାମ କରିଥାଏ । ଏହାର କାର୍ଯ୍ୟ ସମସ୍ତ ମୃତ କୋଷିକା ବାହାର କରି ସେଲକୁ ସୁସ୍ଥ ରଖିବା । ଭୂତାଣୁ ଦ୍ବାରା ଶରୀର ପ୍ରଭାବିତ ହେଲେ ଏହା ସଙ୍ଗେ ସଙ୍ଗେ ଏହାକୁ ନଷ୍ଟ କରିବାରେ ଲାଗିଥାଏ । ଏଥିପାଇଁ ଏହା ଆଣ୍ଟିବଡି ମଧ୍ୟ ସୃଷ୍ଟି କରିଥାଏ । ତେବେ ଶରୀର ଭିତରେ ଏହି ପ୍ରକ୍ରିୟା ଚାଲିଥିବାବେଳେ ନିର୍ଗତ ହେଉଥିବା କେମିକାଲ୍ସର ମାତ୍ରା ଯଦି ଅଧିକ ହୁଏ ତେବେ ଏହା ମଧ୍ୟ ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଏହି ହ୍ବାଇଟ୍ ବ୍ଲଡ୍ ସେଲ୍ସ ଶରୀରରେ କିପରି କାର୍ଯ୍ୟ କରିଥାଏ ।

ଶରୀରରେ ଶକ୍ତି ସେତେବେଳେ କମିଥାଏ ଯେତେବେଳେ ଆମେ କୌଣସି ସଂକ୍ରମଣର ଶିକାର ହୋଇଥାଉ । ଏହାସହ ଲଢିବାର କ୍ଷମତା ସରିଗଲେ ଆମେ ଶିଘ୍ର ରୋଗାକ୍ରାନ୍ତ ହୋଇଥାଉ । ଯେତେବେଳେ ଆମ ଶରୀର କୌଣସି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥାଏ ସେତେବେଳେ ହ୍ବାଇଟ୍ ବ୍ଲଡ ସେଲ୍ସ ଶରୀରରେ ଥିବା ମୃତ କୋଷିକାକୁ ବାହାର କରିଥାନ୍ତି । ଏହାସହ ଅନ୍ୟ ଭୂତାଣୁ ଓ ବ୍ୟାକ୍ଟେରିଆଙ୍କୁ ମଧ୍ୟ ବାହାର କରିବାରେ ସକ୍ରିୟ ଭୂମିକା ନିଅନ୍ତି । ଏହି ବ୍ଲଡ ସେଲଗୁଡିକ ଶରୀର ଭିତରେ ବିଭିନ୍ନ କାର୍ଯ୍ୟ କରିଥାନ୍ତି । ତେବେ ମଣିଷ ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ମାଇକ୍ରୋ ଅରଗାନିଜିମକୁ ନଷ୍ଟ କରିବାରେ ଏହି ସେଲ୍ସ ମୁଖ୍ୟ କାର୍ଯ୍ୟ କରିଥାଏ ।

ଓମେଗା 6 ଫ୍ୟାଟି ଏସିଡ ପ୍ରୋଷ୍ଟାଗ୍ଲାଣ୍ଡିନ୍ସ ଓ ଲିଉକୋଟ୍ରିଏନେସ ରିଲିଜ କରିଥାଏ । ଏହା ହ୍ବାଇଟ୍ ବ୍ଲଡ ସେଲ୍ସକୁ ଆଟ୍ରାକ୍ଟ କରିଥାଏ । ଏହି ସମୟରେ ଅନ୍ୟ ଏକ ହ୍ବାଇଟ ସେଲ୍ସ ପ୍ରବେଶ କରିଥାଏ । ଏହା ପ୍ରୋଟିନ ମୋଲେକୁଲେସ ସାଇଟୋକିନ୍ସ ନିର୍ଗତ କରିଥାଏ । ଯେଉଁ ଅଂଶରେ ସମସ୍ୟା ଥାଏ ସେଠାରେ ସାଇଟୋକିନ୍ସ ମାଇକ୍ରୋବ୍ସ ତିଆରି କରିଥାଏ ଯାହାକୁ ହ୍ବାଇଟ ବ୍ଲଡ ସେଲ୍ସ ଖଣ୍ଡ ବିଖଣ୍ଡିତ କରିଥାଏ । ତେବେ ଏହି କେମିକାଲ ସବୁ ସାଧାରଣ ବ୍ଲିଚିଂ ପାଉଡର ଅପେକ୍ଷା ଅଧିକ କ୍ଷତିକାରକ ହୋଇଥାଏ ।

ଶରୀରରେ ଏହାର ମାତ୍ରା ଅଧିକ ହେଲେ ଏହାକୁ କଣ୍ଟ୍ରୋଲ କରିବା କଷ୍ଟକର ହୋଇପଡେ । ଏଥିପାଇଁ ଶରୀରରେ ହାର୍ଟ ଆଟାକ, କ୍ୟାନ୍ସର ଭଳି ରୋଗ ଦେଖାଦେଇପାରେ । କୋଭିଡ 19 ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାକୁ ନିୟନ୍ତ୍ରଣରେ ନ ରଖିପାରିଲେ ଶରୀରରେ ହ୍ବାଇଟ୍ ବ୍ଲଡ ସେଲ୍ସ କମିବାରେ ଲାଗିଥାଏ । ଫଳରେ ଏହି ଭୂତାଣୁ ଅଧିକ ଆକ୍ରମଣ କରିଥାଏ । ତେବେ ଯାହା କ୍ଷେତ୍ରରେ ଏହି ପ୍ରକ୍ରିୟା ଅଧିକ କାର୍ଯ୍ୟ କରେ ତାର ମୃତ୍ୟୁର ଅଧିକ ସୁଯୋଗ ଥାଏ । ଅନ୍ୟମାନେ କେବଳ ଆକ୍ରାନ୍ତ ପରେ ସୁସ୍ଥ ହୋଇପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.