ଭୋପାଳ: କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ଭୋପାଳରେ ସପ୍ତାହରେ ଦୁଇ ଦିନ ହେବ ସଟଡାଉନ । ଏହି ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ର ।
ଆମେ ନିଷ୍ପତ୍ତି ନେଇଛୁ ଯେ ଭୋପାଳରେ ପାଞ୍ଚ ଦିନ ଖୋଲା ରହିବ ଏବଂ ସପ୍ତାହରେ ଦୁଇ ଦିନ (ଶନିବାର ଏବଂ ରବିବାର) ହେବ ସଟଡାଉନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନା ଚିକିତ୍ସାରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ।
ପ୍ରକାଶ ଥାଉକି, ମଧ୍ୟପ୍ରଦେଶରେ ବର୍ତ୍ତମାନ 10241 କୋରୋନା ଆକ୍ରାନ୍ତ ଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 431 ଜଣଙ୍କ ମୃତ୍ୟୁ ଘଟିଛି ।