ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । କ୍ରମାଗତ ଭାବେ ରାଜ୍ୟରେ ପ୍ରତ୍ୟେକ ଦିନ ମୃତ୍ୟୁ ରିପୋର୍ଟ ରେକର୍ଡ ହେଉଛି । ବର୍ତ୍ତମାନ ରାଜ୍ୟରେ ଦୃତ ଗତିରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ତେଲେଙ୍ଗାନାରେ 975 ଟି ନୂଆ କୋଭି-19 ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏହାସହ ରାଜ୍ୟରେ 6 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି ।
ଏହା ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ପଜିଟିଭ ମାମଲା 15,394ରେ ପହଞ୍ଚିଛି । 24 ଘଣ୍ଟାରେ 861 କୋରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟ ରାଜଧାନୀ ହାଇଦ୍ରାବାଦରେ 11, 672 ମାମଲା ରିପୋର୍ଟ ହୋଇଛି । ସେହିପରି ସୋମବାର 410 ଜଣ ଡିସଚାର୍ଜ ହୋଇଥିବା ବେଳେ ରାଜ୍ୟରେ ମୋଟ 5,582 ଜଣ ଡିସଚାର୍ଜ ହୋଇଛନ୍ତି ।
ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଜିଟିଭ ରୋଗୀଙ୍କ ସଂଖ୍ୟା 9,559 ରହିଛି । ରାଜ୍ୟରେ କୋଭିଡ-19 ହେତୁ ମୋଟ ମୃତ୍ୟୁ ସଂଖ୍ୟା 253ରେ ପହଞ୍ଚିଛି ।